ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । ଦେଶରେ କରୋନା ଭାଇରସର ଦ୍ଵିତୀୟ ଲହରର ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଏହି ସଂକ୍ରମଣକୁ ରୋକିବା ପାଇଁ କେତେକ ରାଜ୍ୟର ସରକାର ମାନେ ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି ।
ବନ୍ଧୁଗଣ ଏହା ସହିତ ଗତ ମାସରୁ ଦେଶରେ ମାଗଣା କରୋନା ଟୀକା ଦିଆଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଲୋକ କରୋନା ଟୀକା ନେଇ ସାରିଛନ୍ତି ହେଲେ ଏହି ଟୀକାକୁ ନେଇ ଅନେକ ଲୋକଙ୍କ ମନରେ ଦ୍ଵନ୍ଦ ଭାବନା ରହିଛି । ଟୀକା ଆମ ସରିଆରରା ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇବା ସହ କରୋନା ଭାଇରସ ସହ ଲଢିବାରେ ସହାୟକ ହୋଇଥାଏ । ତେଣୁ ଭାରତ ସରକାର ଅଧିକ ରୁ ଅଧିକ ଲୋକଙ୍କୁ ଟୀକା ନେବା ପାଇଁ ନିର୍ଦେଶ ଦେଇଛନ୍ତି ।
ହେଲେ ବର୍ତ୍ତମାନ ଏକ ବଡ ପ୍ରଶ୍ନ ଉଠିଛି । ତାହା ହେଉଛି ଯେଉଁ ଲୋକମାନେ କରୋନାରୁ ସୁସ୍ଥ ହୋଇସାରିଛନ୍ତି ସେମାନେ ଟୀକା ନେଇପାରିବେ ନା ନାହିଁ ଓ ଯଦି ନେଇପାରିବେ ତା ହେଲେ ସେମାନେ ଟୀକା କେବେ ନେବେ । ବନ୍ଧୁଗଣ ଆପଣ ମାନଙ୍କର ଏହି ପ୍ରଶ୍ନର ଉତ୍ତର ଆଜିଆମେ ଦେବୁ । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।
ଡାକ୍ତର ଭିକେ ମିଶ୍ରଙ୍କ ମତରେ, ବର୍ତ୍ତମାନ ଦେଶରେ ତିନୋଟି ଟୀକା ଦିଆଯାଉଛି । ପ୍ରଥମଟି ହେଉଛି କୋଭିସିଲ୍ଡ, ଦ୍ଵିତୀୟଟି ହେଉଛି କୋଭ୍ୟାକ୍ସିନ ଓ ତୃତୀୟଟି ହେଉଛି ସ୍ପୁଟିନିକ ବି । ବନ୍ଧୁଗଣ ଏହି ତିନୋଟି ଟୀକା ଆମ ମାନଙ୍କ ଶରୀରର ରୋଗ ପ୍ରତିଷେଧକ ଶକ୍ତି ବଢାଇବା ପାଇଁ ବହୁତ ଅଧିକ ଲାଭଦାୟକ ଅଛି । ଏହା କରୋନା ଭାଇରସ ସହ ଲଢିବାରେ ସକ୍ଷମ ଅଛି । ଏହି ତିନୋଟି ଟୀକା ମଣିଷ ଶରୀରରେ ୮୦ ପ୍ରତିଶତ କାମ କରୁଛି ।
ତେଣୁ ବନ୍ଧୁଗଣ ସୁସ୍ଥ ଲୋକ ମାନଙ୍କୁ ଯଥା ଶୀଘ୍ର ଟୀକା ନେବା ଆବଶ୍ୟକ । କେବଳ ଗଭାବତୀ ଓ ସ୍ତ-ନ୍ୟ-ପା-ନ କରାଉଥିବା ମହିଳା ମାନେ ଟୀକା ନେବେ ନା ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ଯେଉଁ ଲୋକମାନେ କରୋନାରୁ ସୁସ୍ଥ ହୋଇସାରିଛନ୍ତି ସେମାନଙ୍କ ରୋଗ ପ୍ରତିଷେଧକ ଶକ୍ତି ଅଟୋମେଟିକ ବଢିବାରେ ଲାଗିବ । ତେଣୁ ଆପଣ ମାନଙ୍କୁ କରୋନାରୁ ସୁସ୍ଥ ହେବାର କିଛି ସପ୍ତାହ ପରେ ଟୀକା ନେବା ଉଚିତ ।
ବନ୍ଧୁଗଣ ଆପଣ ମାନେ କରୋନାରୁ ସୁସ୍ଥ ହେବା ପରେ ନିଜ ଟେଷ୍ଟ କରାନ୍ତୁ । ଯଦି ଆପଣଙ୍କ ଟେଷ୍ଟ ନେଗେଟିଭ ଆସେ ତା ହେଲେ ଆପଣ ୨ ରୁ ୮ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଓ ନିଜ ଶରୀରର ଧ୍ୟାନ ରଖନ୍ତୁ । ୨ ରୁ ୮ ସପ୍ତାହ ପରେ ଆପଣ ମାନେ ଟୀକା ନେଇପାରିବେ । ତା ହେଲେ ବନ୍ଧୁଗଣ ଏହି କଥାକୁ ଧ୍ୟାନରେ ରଖି ଟୀକା ନିଅନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ସୂଚନା ଦିଅନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ