ଦେଶରେ ବର୍ତ୍ତମାନ କରୋନା ମହାମାରୀ ର ତାଣ୍ଡବ ଚାଲିଛି । ଗତ ବର୍ଷ ଅପେକ୍ଷା ଅଧିକ ଲୋକ ଏହି ମହାମାରୀ ରେ ପ୍ରାଣ ହରାଉଛନ୍ତି । ଯାହାଫଳରେ ଜୁନ ୧୭ ପର୍ଯ୍ୟନ୍ତ ଲାକଡାଉନ କରାଯାଇ ଥିଲା ତେବେ ସପ୍ତାହ ପରେ ସରୁଛି ଲକଡାଉନ ।
ତେବେ ଏହି କରୋନା ସଂକ୍ରମଣ କିଛି ମାତ୍ରାରେ କମିବାରେ ଲାଗିଛି ଏବଂ ଜୁନ ୧୭ ରେ ଆରମ୍ଭ ହୋଇ ପାରେ ଅନଲକ । ତେବେ ୯ଟି ଜିଲ୍ଲା ରେ ଅନଲକ ପାଇଁ ଚାଲିଛି ବିଚାର ବିମର୍ଷ । ସରକାର ସୂଚନା ଦେଇଛନ୍ତି ଯେଉଁ ଜିଲ୍ଲାରେ ସଂକ୍ରମଣ କମୁଛି ସେହି ଜିଲ୍ଲାରେ ଲାକଡାଉନ ଖୋଲା ହୋଇଯିବ ଅର୍ଥାତ ସେଠାରେ ଆଉ ଲାକଡାଉନ କରାଯିବ ନାହିଁ ଜୁନ ୧୭ ତାରିଖ ପର ଠାରୁ ।
ତେଣୁ ଯେଉଁ ଜିଲ୍ଲା ଗୁଡିକ ଗ୍ରୀନ ଜୋନ ରେ ଆସି ଗଲେଣି ସେଠାରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ଅଧିକ ରହିଛି । ଡାକ୍ତର ହରିଶ ଚୌଧୁରୀ ଙ୍କ ଅନୁସାରେ ଏହା ବହୁତ ଆଶ୍ୱସ୍ତି ଖବର । ବର୍ତ୍ତମାନ ୯ଟି ଜିଲ୍ଲା ରେ କରୋନା ସଂକ୍ରମଣ କେଶ କମିବାରେ ଲାଗିଛି ସେହି ଜିଲ୍ଲା ଗୁଡିକ ରେ ୫% ରୁ ମଧ୍ୟ କମ ପଜିଟିଭ କେଶ କମିଗଲାଣି ଏବଂ ସେହି ଜିଲ୍ଲା ଏବେ ଗ୍ରୀନଯୋନ ରେ ରହିଛି ।
ତେଣୁ ଆଶା କରା ଯାଉଛି କି ଆଗାମୀ ସପ୍ତାହ ପରେ ଏହି କରୋନା ସଂକ୍ରମଣ ଆହୁରି କମି ଯାଇ ପାରେ ଏବଂ ଧୀରେ ଧୀରେ ଅନଲକ ପର୍ଯ୍ୟାୟ ଆରମ୍ଭ ହୋଇଯିବ । ତେବେ ସେହି ଗ୍ରୀନ ଜୋନ କିମ୍ବା ଅନଲକ ହେବାକୁ ଥିବା ଜିଲ୍ଲା ଗୁଡିକ ହେଉଛି- ଝାରସୁଗୁଡା,ଦେବଗଡ଼,ଗଞ୍ଜାମ,ମାଲକାନଗିରି,ନୂଆପଡା,ବଲାଙ୍ଗିର,ସୁବର୍ଣ୍ଣ ପୁର,କନ୍ଧମାଳ,ଗଜପତି ତେବେ ଏହି ଜିଲ୍ଲା ଗୁଡିକ ଏବେ ୫% ରୁ କମ ପଜିଟିଭ କେଶ ରହିଛି ତେଣୁ ଅଧିକ ସମ୍ଭାବନା ରହିଛି ଏହି ଜିଲ୍ଲା ଗୁଡିକ ରେ ଅନଲକ ହେବାର ।
ତେବେ ଏହି ଜିଲ୍ଲା ଗୁଡିକ କୁ ଛାଡି ଯେଉଁ ଅନ୍ୟ ଜିଲ୍ଲା ଗୁଡିକ ରହିଛି ଯେପରି କଟକ, ଖୋର୍ଦ୍ଧା ଆଦି ରେଡ଼ ଜୋନ ରେ ଅଛନ୍ତି ଆଶା କରାଯାଉଛି ସେହି ଜିଲ୍ଲା ଗୁଡିକ ମଧ୍ୟ ସପ୍ତାହ ଭିତରେ ମଧ୍ୟ ପଜିଟିଭ କେଶ ସଂଖ୍ୟା କମି ଯାଇ ପାରେ । ଯେଉଁ ଜିଲ୍ଲା ଗୁଡିକ ରେ ଅନଲକ ହେବାକୁ ଯାଉଛି ସେଠାରେ ଧୀରେ ଧୀରେ ଏହି ପର୍ଯ୍ୟାୟ ହେବ ଏବଂ ଧୀରେ ଧୀରେ ଅନଲକ ହୋଇଯିବ । ତେବେ ସରକାର ଙ୍କ ଅନୁସାରେ ଅନଲକ ହେବା ପରେ ମଧ୍ୟ କୋଭିଡ ପ୍ରୋଟୋକଲ କୁ ମାନି ରହିବା ଆବଶ୍ୟକ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧି ହିଁ ବାହାର କୁ ଯିବା ଉଚିତ ।
ତେଣୁ ଯେତେ ସାବଧାନ ରହିବା ଆମେ ସେତେ ସୁରକ୍ଷିତ ହୋଇ ପାରିବା ଏଵଂ ତୃତୀୟ ଲହରୀ କୁ ମଧ୍ୟ ଅଟକାଇବା ରେ ସଫଳ ମଧ୍ୟ ହେବା । ତେବେ ଅନଲକ ପର୍ଯ୍ୟାୟ ଏକ ଖୁସି ର ଖବର ଏବଂ ଆଶା କରା ଯାଉଛି ଧୀରେ ଧୀରେ ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟ ଅନଲକ ହୋଇଯିବ ।
ତେବେ ବନ୍ଧୁଗଣ ଏଥିରେ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ