ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆସନ୍ତା ୧୦ ତାରିଖ ଦିନ ମୌସୁମୀ ଓଡିଶା ଛୁଇଁବ ବୋଲି ଆଶା କରାଯାଉଛି । ଓଡିଶା କୁ ମୌସୁମୀ ର ଆଗମନ ଏକ ସାମୟିକ ବିପର୍ଯ୍ୟୟ ଆଣିପାରେ ବୋଲି ଆକଳନ କରାଯାଉଛି ।
ମୌସୁମୀ ପାଇଁ ଆସନ୍ତା ୧୦ ରୁ ୧୪ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଆକସ୍ମାତ ବନ୍ୟା ର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ । ବନ୍ୟା ହେବା ଦ୍ଵାରା ଯୋଗାଯୋଗ ବିଚ୍ଛେଦ ହୋଇପାରେ ଓ ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଯାଇ ପାରେ । ତେଣୁ ସତର୍କତା ଅବଲମ୍ବନ କରିବା ପାଇଁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସମସ୍ତ ଙ୍କୁ ସତର୍କ କରି ଦିଆଯାଇଛି ।
ଏହା ସହିତ ଅନ୍ୟପକ୍ଷରେ ୧୦ ରୁ ୧୨ ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗର ସହିତ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଝଡ଼ ବର୍ଷା ହେବା ସହିତ ୪୦ ରୁ ୫୦ କିଲୋମିଟର ବେଗ ରେ ପବନ ବହିବାର ସମ୍ଭାବନା ଅଛି । ତେଣୁ ଏହି ସମୟ ରେ ମତ୍ସ୍ୟ ଜୀବୀ ମାନଂକୁ ସମୁଦ୍ର କୁ ଯିବା ପାଇଁ ମଧ୍ୟ ବାରଣ କରାଯାଇଛି । ପାଣିପାଗ କେନ୍ଦ୍ର ର ସୂଚନା ଅନୁଯାୟୀ ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ମୌସୁମୀ ଓଡିଶା ଛୁଇଁପାରେ ।
ଯାହା ଦ୍ୱାରା ୧୦ ରୁ ୧୪ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ଦୁଇ ଦିନ ମଧ୍ୟରେ କିଛି ସ୍ଥାନ ରେ ଅଳ୍ପ ବର୍ଷା ସହିତ ବିଜୁଳି ଓ ଘଡଘଡି ମାରିବାର ସମ୍ଭାବନା ରହିଛି ।
ପାଣିପାଗ କେନ୍ଦ୍ର ର ପୂର୍ବାନୁମାନ ଅନୁଯାୟୀ ୧୦ ଓ ୧୧ ତାରିଖ ରେ ଅନୁଗୁଳ, ଢେଙ୍କାନାଳ,କଟକ,ଭଦ୍ରକ, ଯାଜପୁର,ବୌଦ୍ଧ, କନ୍ଧମାଳ ଜିଲ୍ଲା ର ଅନେକ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ଓ ବାଲେଶ୍ଵର, କେନ୍ଦ୍ରାପଡା, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା,ନୟାଗଡ଼, କଳାହାଣ୍ଡି,ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ ।
ଏହାକୁ ଦୃଷ୍ଟିରେ ରେ ରଖି ବାଲେଶ୍ଵର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, ଜଗତସିଂହପୁର, କଟକ,ଅନୁଗୁଳ, ଢେଙ୍କାନାଳ, ପୁରୀ,ଖୋର୍ଦ୍ଧା ବଲାଙ୍ଗୀର,ସୋନପୁର, ବୌଦ୍ଧ,ସମ୍ବଲପୁର, ବରଗଡ଼,କଳାହାଣ୍ଡି ଓ ନୂଆପଡା ଜିଲ୍ଲା ପାଇଁ ଅରେଞ୍ଜ ୱାରନିଙ୍ଗ ଜାରି କରାଯାଇଛି ।
ପାଣିପାଗ ବିଶେଷଜ୍ଞ କହିଛନ୍ତି ଯେ ଜୁନ ୧୦ ତାରିଖ ରେ ବଙ୍ଗୋପସାଗର ରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ୧୧ ତାରିଖ ଦିନ ଲଘୁଚାପ ଓ ୧୨ ତାରିଖ ଅବପାତ ଏବଂ ୧୩ ତାରିଖ ଦିନ ଗଭୀର ଅବପାତ ର ରୂପ ନେବ । ଏହା ସହିତ ଆଜି ଅପେକ୍ଷା ଜୁନ ୧୩ ସୁଦ୍ଧା ରାଜ୍ୟରେ ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୧୦ ରୁ ୧୨ ଡିଗ୍ରୀ କମିବାର ସମ୍ଭାବନା ରହିଛି ।