Breaking News: ମୁଖ୍ୟମନ୍ତ୍ରୀ Naveen Patnaik ଦେଲେ ବଡ ସଂକେତ, ରାଜ୍ୟର 8 ଜିଲ୍ଲା ହେଇପାରେ ଅନଲକ, ଦେଖନ୍ତୁ ଏଥିରେ ଆପଣଙ୍କ ଜିଲ୍ଲା ଅଛି କି ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ କରୋନା ରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରାଜ୍ୟ ରେ ଲକଡାଉନ ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ରାଜ୍ୟ ରେ କରୋନା ସ୍ଥିତି ରେ ସୁଧାର ଆସୁଥିବାର ଦେଖାଯାଉଛି ।

ସଂକ୍ରମଣ ର ହାର ଦିନ କୁ ଦିନ କମିବାରେ ଲାଗିଛି । ତେଣୁ ରାଜ୍ୟ ସରକାର ବର୍ତ୍ତମାନ କେତେକ ସ୍ଥାନ ରୁ ଲକଡାଉନ ଉଠାଇବା ପାଇଁ ଚିନ୍ତା କରୁଛନ୍ତି । ଓଡିଶା ର ଯେଉଁ ଜିଲ୍ଲା ଗୁଡିକ ଗ୍ରୀନ ଜୋନ ରେ ରହିଛି ସେହି ସବୁ ସ୍ଥାନ ରୁ ଲକଡାଉନ ଉଠିପାରେ ବୋଲି ବର୍ତ୍ତମାନ ଶୁଣିବାକୁ ମିଳୁଛି । ୧୨ ଟି ଜିଲ୍ଲା ରେ ୫ପ୍ରତିଶତ ତଳେ ସଂକ୍ରମଣ ର ହାର ରହିଛି । ୧୧ ଜିଲ୍ଲାରେ ୧୦୦ ତଳେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬,୦୧୯ ଟି ନୂଆ କେସ ଦେଖିବାକୁ ମିଳିଛି ।

ବନ୍ଧୁଗଣ ଆମେ ଆପଣଂକୁ ଜଣାଇ ରଖୁ 5 ଯେ ପଶ୍ଚିମ ଓଡିଶା ର ୯ଟି ଜିଲ୍ଲା ଯଥା-ଦେବଗଡ଼, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ବରଗଡ଼,ବଲାଙ୍ଗୀର, ସୋନପୁର, ନୂଆପଡା, କଳାହାଣ୍ଡି ଇତ୍ୟାଦି ସ୍ଥାନ ରେ ପଜେଟିଭ ହାର ୫ ପ୍ରତିଶତ କମିଛି । ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲା ଯଥା-ଗଜପତି, ଗଞ୍ଜାମ, କନ୍ଧମାଳ ଇତ୍ୟାଦି ସ୍ଥାନରେ ପଜେଟିଭ ହାର କମ ରହିଛି । ଏହି ସବୁ ଜିଲ୍ଲା ମଧ୍ୟରୁ ୧୧ଟି ଜିଲ୍ଲାରେ ଦୈନିକ ସଂକ୍ରମଣ ୧୦୦ ତଳକୁ ରହିଛି ।

ଏହି ସବୁ ସ୍ଥାନ ଗୁଡିକ ରେ ଦିନ କୁ ଦିନ କରୋନା ର ସଂକ୍ରମଣ କମ ହେଉଥିବାରୁ ଏହି ସବୁ ସ୍ଥାନ ରୁ ଲକଡାଉନ ଉଠିପାରେ ବୋଲି ଆଶା କରାଯାଉଛି । ତେବେ ଏହିପରି ଭାଵରେ ପର୍ଯ୍ୟାୟ କ୍ରମ ରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି କୁହାଯାଉଛି । ଯେଉଁ ସବୁ ସ୍ଥାନ ରେ ଦୈନିକ ସଂକ୍ରମଣ କମ ହେଉଛି ଓ ପଜେଟିଭ ର ପ୍ରତିଶତ କମ ହେଉଛି ସେହି ସବୁ ସ୍ଥାନରେ ଧୀରେ ଧୀରେ ଲକଡାଉନ ଉଠା ଦିଆଯାଇ ପାରେ ।

ଲକଡାଉନ ପାଇଁ ଅନେକ ଲୋକ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । କେତେକ ଲୋକ ନିଜର ଜୀବନ ଜୀବିକା ମଧ୍ୟ ହରାଇ ବସିଛନ୍ତି । ରାଜ୍ୟ ସରକାର ବିଭିନ୍ନ ଅଧିକାରି ମାନଙ୍କ ସହିତ ବିଚାର ବିମର୍ଶ କରିବା ପରେ ଏହା ନିଷ୍ପତ୍ତି ନେଇଛନ୍ତି ଯେ ଯେଉଁ ସ୍ଥାନ ରେ ସଂକ୍ରମଣ ର ହାର ହ୍ରାସ ପାଇବ ସେହି ସବୁ ସ୍ଥାନ ରେ ଲକଡାଉନ ଉଠାଇ ଦିଆଯିବ ।

ବର୍ତ୍ତମାନ ସମୟ ରେ ଗ୍ରୀନ ଜୋନ ରେ ଯେଉଁ ୮ ଟି ଜିଲ୍ଲା ରହିଛି ସେହି ସ୍ଥାନରୁ ଲକଡାଉନ ଉଠାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ପରି ଯଦି ଆସ୍ତେ ଆସ୍ତେ ଅନଲକ ପ୍ରକ୍ରିୟା କୁ ପର୍ଯ୍ୟାୟ କ୍ରମେ ଆରମ୍ଭ କରାଯାଏ ତେବେ କିଛି ଦିନ ପରେ ସମଗ୍ର ରାଜ୍ୟ ରୁ ଲକଡାଉନ ଉଠିଯିବ ବୋଲି ଆଶା କରାଯାଉଛି ।

ତେବେ ବନ୍ଧୁଗଣ ଏଥିରେ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *