ନମସ୍କାର ବନ୍ଧୁଗଣ ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମହାମାରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ମୃ-ତ୍ୟୁ ବରଣ ମଧ୍ୟ କରୁଛନ୍ତି ।
ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃ-ତ୍ୟୁ ବରଣ କରୁଛନ୍ତି । ଏହି ମହାମାରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି । ଏହି କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ ।
ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ । ତେବେ ଏହି କରୋନା ଭୁତାଣୁ ଟି କିପରି କମୁଛି ଏବଂ କମିବା ପରେ ଫୁଣି ଥରେ କିପରି ଆସୁଛି ସେ ବିଷୟରେ ଆଲୋଚନା କରିବା ।
ତେବେ କରୋନା ର ଦ୍ଵିତୀୟ ପର୍ଯ୍ୟାୟ ପରେ ଏବେ ତୃତୀୟ ଲହରୀ ଆସିବାର ଆଶଙ୍କା ରହିଛି ବିଶେଷଜ୍ଞ ମାନଙ୍କ ର ତେବେ ଏହାକୁ ନେଇ ସାଧାରଣ ଜନତାଙ୍କ ମନରେ ଅନେକ ପ୍ରଶ୍ନ ଆସୁଛି । କି କରୋନା କମିବା ପରେ ଫୁଣି ଥରେ କିପରି ସଂକ୍ରମିତ ହେଉଛି ଏବଂ ଏହାକୁ କିପରି ରୋକା ଯାଇ ପାରିବ । ତେବେ ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାସ ଙ୍କ ଅନୁଯାୟୀ କରୋନା ର ପ୍ରଥମ ଲହରୀ ପରେ ଦ୍ଵିତୀୟ ଲହରୀ ଏବଂ ତା ପରେ ତୃତୀୟ ଲହରୀ ଚତୁର୍ଥ ଏପରି ଆସିବା ଆବଶ୍ୟକ ନୁହେଁ ।
ଏହି ଭାଇରସ ଟି ଯେଉଁ ବ୍ୟକ୍ତି ଙ୍କ ଶରୀର ଦୁର୍ବଳ ଏବଂ ରୋଗ ପ୍ରତିରୋଧକ ଶକ୍ତି ବହୁତ କମ ଥାଏ ସେହି ଶରୀର ରେ ହୋଇଥାଏ ଏବଂ ଏହା ଅନ୍ୟ ଜଣଙ୍କୁ ଶୀଘ୍ର ସଂକ୍ରମିତ ମଧ୍ୟ କରିଥାଏ ତେଣୁ ଏହି ଭାଇରସ ଟି ବଢିବାକୁ ଲାଗିଥାଏ । ଯଦି କୌଣସି ବ୍ୟକ୍ତି ର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ ତେବେ ସେ ଏହି ଭୁତାଣୁ ରୁ ବଞ୍ଚି ପାରିବ ଏବଂ କରୋନା ରୁ ଭଲ ହୋଇଯିବ । ଏହା ଛଡା ରୋଗ ପ୍ରତିରୋଧକ ବୃଦ୍ଧି କରିବା ପାଇଁ ବର୍ତ୍ତମାନ ସମସ୍ତ ଙ୍କୁ ଟୀକା ମଧ୍ୟ ପ୍ରଦାନ କରୁଛନ୍ତି ।
ତା ଛଡା ଯେତେବେଳେ କୌଣସି ନୂତନ ଭାଇରସ ପୃଥିବୀ କୁ ଆସିଥାଏ ଏବଂ ମଣିଷ ଶରୀର କୁ ସଂକ୍ରମିତ କରିଥାଏ ସେତେବେଳେ ସେହି ନୂତନ ଏବଂ ଅଜଣା ଭାଇରସ ସହ ଲଢ଼ିବା ପାଇଁ ମଣିଷ କୌଣସି ବାଟ ଜାଣି ନଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇ ନଥାଏ ଯାହା ଯୋଗୁଁ ସେହି ଭାଇରସ ଶରୀର କୁ ଅଧିକ ଆକ୍ରାନ୍ତ କରିଥାଏ ଏବଂ କ୍ଷତି ମଧ୍ୟ ପହଞ୍ଚାଇ ଥାଏ ଏବଂ ମହାମାରୀ ର ରୂପ ନେଇଥାଏ ଏପଟେ ଭୁତାଣୁ ଏବଂ ଆଣ୍ଟି ବଡି ର ଲଢେ଼ଇ ରେ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ । ଏହା ଦ୍ୱାରା ଭୁତାଣୁ କମିବାରେ ଲାଗେ ।
କିନ୍ତୁ ଭୁତାଣୁ ବଞ୍ଚିବା ପାଇଁ ନୂତନ ରୂପ ବଦଳାଇ ଚାଲି ଥାଏ । ଯଦି କୌଣସି ନୂତନ ରୂପ ପୂର୍ବ ଠାରୁ ଅଧିକ ଶକ୍ତିଶାଳୀ ହୋଇ ଉଠେ ତେବେ ସେ ସଂକ୍ରମଣ ଫୁଣି ଥରେ ବଢିବାକୁ ଲାଗିଥାଏ ।
ଏବଂ ଏହାକୁ ଦ୍ଵିତୀୟ ଲହର ବୋଲି କୁହାଯାଏ । ଏହା ଛଡା ବିଶେଷଜ୍ଞ ଏହା ମଧ୍ୟ କହିଛନ୍ତି କି ଟୀକାକରଣ ଦ୍ୱାରା ଆମେ କରୋନା ଭାଇରସ ର ତୃତୀୟ ଲହରୀ କୁ ମଧ୍ୟ ଅଟକାଇ ପାରିବୁ ।
ତେଣୁ ସାମାଜିକ ଦୂରତା ସହ ସରକାର ଙ୍କ ନିୟମ ମାନିବା ଏବଂ ସମୟ ଅନୁସାରେ ଭ୍ୟାକ୍ସିନ ଲଗାଇବା ଦ୍ୱାରା କରୋନା ର ତୃତୀୟ ଲହରୀ କୁ ଅଟକାଇ ପାରିବୁ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ