କରୋନା କାଶ ସବୁଠୁ ଅଲଗା କାହିଁକି ? ଜାଣନ୍ତୁ ଏହି 5 ଟି ଲକ୍ଷଣରୁ – Dr B. K. Mishra

ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀର ଦ୍ଵିତୀୟ ଲହର ନିଜ କୋପ ବର୍ଷାଇଛି । ଏହି ଭାଇରସରେ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଗତବର୍ଷ କରୋନା ମହାମାରୀର ପ୍ରଥମ ଲହର ଆସିଥିଲା ।

ଏହି ଭାଇରସରେ ହଜାର ହଜାର ଲୋକ ନିଜର ପ୍ରାଣ ହରାଇଥିଲେ । ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ବହୁତ ଶକ୍ତିଶାଳୀ ହେବା ସହ ଜନସାଧାରଣ ମାନଙ୍କ ମଧ୍ୟରେ ତୀବ୍ର ଗତିରେ ସଂକ୍ରମିତ ହେଉଛି । ଏହି ଭାଇରସର କିଛି ବିଶେଷ ଲକ୍ଷଣ ରହିଛି । ସେହି ସବୁ ଲକ୍ଷଣ ଗୁଡିକ ହେଉଛି ଜ୍ଵର, ଥଣ୍ଡା, କାସ ଏବଂ ନିଶ୍ଵାସ ନେବାରେ ଅସୁବିଧା ହେବା ।

ବନ୍ଧୁଗଣ ସାଧାରଣ କାସ ଓ କରୋନା କାସରେ କିଛି ବିଶେଷ ଫରକ ରହିଛି ଯାହା ବିଷୟରେ ଅଧିକ ଲୋକ ଜାଣି ପାରୁ ନାହାନ୍ତି । ଆଜି ଆମେ ଆପଣ ମାନଙ୍କୁ କରୋନା କାସ ଓ ସାଧାରଣ କାସ ଭିତରେ ଥିବା ଫରକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଡାକ୍ତର ଭିକେ ମିଶ୍ର ଙ୍କ ମତରେ- ବର୍ତ୍ତମାନର ସମୟରେ ଯେଉଁ ଲୋକ ମାନଙ୍କୁ କେବଳ ଜ୍ଵର ଥଣ୍ଡା ଆଦି ସମସ୍ୟା ହେଉଛି ସେମାନେ ଭାବୁଛନ୍ତି ସେମାନଙ୍କୁ କରୋନା ହେଇ ନାହିଁ । ହେଲେ ଅଧିକାଂଶ ଲୋକଙ୍କୁ ପ୍ରଥମେ କେବଳ ସାଧାରଣ ଥଣ୍ଡା ଓ ଜ୍ଵର ଆଦି ହୋଇଥାଏ ଏହାପରେ ସମସ୍ତ ଲକ୍ଷଣ ଦେଖାଯାଇଥାଏ ।

ବନ୍ଧୁଗଣ ଯେଉଁ ମାନଙ୍କୁ କରୋନା ମହାମାରୀ ଆକ୍ରାନ୍ତ କରିଥିବ ସେମାନଙ୍କୁ ଟାଇମଲାଇନ ଉପରେ ଅଧିକ ଗୁରତ୍ଵ ଦେବା ଉଚିତ । କାରଣ ପ୍ରଥମ ଦୁଇ ଦିନ ସେମାନଙ୍କୁ ସାଧାରଣ ଜ୍ଵର ଓ ଥଣ୍ଡା ହେବ । ଏହାପରେ ଦ୍ଵିତୀୟରୁ ତୃତୀୟ ଦିନ ମଧ୍ୟରେ ସେମାନଙ୍କୁ କାସ ଆଦି ସମସ୍ୟା ହେବ । ଚତୁର୍ଥ ଓ ପଞ୍ଚମ ଦିନ ମଧ୍ୟରେ ନିଶ୍ଵାସ ନେବାରେ ଅସୁବିଧା ଓ ଛାତିରେ ଯନ୍ତ୍ରଣା ଆଦି ସମସ୍ୟା ହେବ । ତେଣୁ ବନ୍ଧୁଗଣ ସମସ୍ତ ଲୋକଙ୍କୁ ଏହି ଟାଇମଲାଇନ ଉପରେ ଅଧିକ ଗୁରୁତ୍ଵ ଦେବା ଉଚିତ ।

କେତେକ ଲୋକ ଏହା ଜାଣିପାରୁ ନାହାନ୍ତି ଯେ, କାହାକୁ କରୋନା କାସ କୁହାଯାଏ ଓ କାହାକୁ ସାଧାରଣ କାସ କୁହାଯାଏ । ବନ୍ଧୁଗଣ କରୋନା ସଂକ୍ରମିତ ଲୋକ ମାନଙ୍କୁ ଶୁଖିଲା କାସ ଆସିଥାଏ । ତାଙ୍କ କାସରେ କୌଣସି କଫ ଓ ନାଳ ଆଦି ବାହାରି ନଥାଏ । ତେଣୁ ଯଦି ଆପଣ ମାନଙ୍କର ଲଗାତାର ବହୁତ ଦିନ ପର୍ଯ୍ୟନ୍ତ ଶୁଖିଲା କାସ ହେଉଛି ତା ହେଲେ ଆପଣ ମାନଙ୍କୁ ତୁରନ୍ତ କରୋନା ଟେଷ୍ଟ କରେଇଦେବା ଉଚିତ ।

ଯଦି ଆପଣଙ୍କ କାସରେ କଫ ଆଦି ବାହାରୁଛି ତା ହେଲେ ଏହା ସାଧାରଣ ଥଣ୍ଡା ହେବାର କାରଣ ହୋଇଥାଏ । ତେଣୁ ଆପଣ ମାନଙ୍କୁ ଏଥିପାଇଁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆପଣ ମାନେ ଚାହିଁଲେ ଘରେ ରହି ନିଜର ଚିକିତ୍ସା କରିପାରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ କିପରି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *