କେମିତି କମିବ ବଡ଼ ପେଟ ? ମାତ୍ର ୧ ସପ୍ତାହରେ ହିଁ ପତଳା ହେବ ଶରୀର- Dr. Mousumi Mishra

ନମସ୍କାର ବନ୍ଧୁଗଣ ଆମେ ଆଜି କାଲି ସ୍ଲିମ ଏବଂ ଜିରୋ ଫିଗର ରଖିବାକୁ ଚାହୁଁଛୁ । ଏବଂ ସର୍ଵଦା ଫିଟ ହେବାକୁ ମଧ୍ୟ ଚାହିଁ ଥାଉ । କିନ୍ତୁ ଏହା ଆମ ଦ୍ୱାରା ହୋଇ ପାରେ ନାହିଁ କାରଣ ଆମେ ନିଜ ଖାଇବା ଏବଂ ନିଜ ଜୀଵନ ରେ କୌଣସି ପରିବର୍ତ୍ତନ ଆଣି ନଥାଉ ।

ଆମେ ଯୋଗ ବ୍ୟାୟାମ କରି ନ ଥାଉ । ଠିକ ପରିମାଣ ର ଜଳ ମଧ୍ୟ ପିଇ ନଥାଉ । ଏବଂ ସର୍ଵଦା ବାହାର ର ତେଲ ମସଲା ଜାତୀୟ ଖାଦ୍ୟ ଖାଇ ଥାଉ । ଏବଂ ସେଥିରେ ଥିବା ଅଶୁଦ୍ଧ ଏବଂ କ୍ୟାଲେରି ଆମ ଶରୀର ରେ ଚର୍ବି କୁ ବଢ଼ାଇ ଥାଏ । ଏବଂ ଅଶୁଦ୍ଧତା ଯୋଗୁ ଆମ ଚେହେରା ରେ ବ୍ରଣ ଏବଂ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତେବେ ଏହା ଯୋଗୁଁ ଆମକୁ ଅନେକ ଗମ୍ଭୀର ରୋଗ ମଧ୍ୟ ହୋଇ ପାରେ ।

ତେବେ ସେଥିପାଇଁ ଆଜି ଆମେ ଏହାର ଏକ ସାଧାରଣ ଏବଂ ଘରୋଇ ଉପଚାର ବିଷୟରେ ଆଲୋଚନା କରିବୁ । ତେବେ ଚାଲନ୍ତୁ ଜାଣିନେବା ସେହି ଉପାୟ ଟି କଣ ଏବଂ ତାହା ଆମକୁ କିପରି ସାହାର୍ଯ୍ୟ କରି ପାରିବ ।

ତେବେ ଆସନ୍ତୁ ପ୍ରଥମେ ଜାଣିନେବା ମୋଟା କିମ୍ବା ଓଜନ ବଢ଼ିବାର କାରଣ । ପ୍ରଥମ କାରଣ ହେଉଛି ଆଜି କାଲି ର ପିଲାମାନେ କେବଳ ଘରେ ବସି ରହୁଛନ୍ତି କୌଣସି ଶାରୀରିକ ପରିଶ୍ରମ କିମ୍ବା ଖେଳ କୁଦ ଆଦି କରୁ ନାହାନ୍ତି । ତେଣୁ ଘରେ ବସି ରହିବା ଏବଂ କୌଣସି କାର୍ଯ୍ୟ ନ କରିବା ଯୋଗୁଁ ମଧ୍ୟ ଚର୍ବି ବଢି ଯାଉଛି ଏବଂ ପେଟ ମଧ୍ୟ ବାହାରି ପଡୁଛି ।

ଦ୍ଵିତୀୟ ରେ ହେଉଛି ଅବେଳା ଏବଂ ଅଖାଦ୍ୟ ର ସେବନ । ଆଜିକାଲି ଅଧିକାଂଶ ଲୋକ କେବଳ ବାହାର ଜିନିଷ ତେଲ ମସଲା ଆଦି ଖାଦ୍ୟ ଖାଇବା କୁ ପସନ୍ଦ କରୁଛନ୍ତି ଏବଂ ଘର ଖାଦ୍ୟ ପସନ୍ଦ କରୁ ନାହାନ୍ତି ଏବଂ ଅବେଳା ରେ ଖାଦ୍ୟ ଖାଉଛନ୍ତି ଯାହା ଯୋଗୁଁ ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ରହୁଛି ଏବଂ ମୋଟାପା ବଢୁଛି । ତେବେ ଆସନ୍ତୁ ଜାଣିନେବା କିପରି କମିବ ପେଟର ଚର୍ବି ।

ଆପଣ ଖାଦ୍ୟ ଖାଇ ସାରି କିଛି ସମୟ ଚଲାବୁଲା କରନ୍ତୁ ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ । ତାଛଡା ଖାଦ୍ୟ କୁ ଠିକ ସମୟରେ ଖାଆନ୍ତୁ ଏବଂ ଉଚିତ ଖାଦ୍ୟ ଖାଆନ୍ତୁ । ବାହାର ଖାଦ୍ୟ କୁ ଟିକେ କମ କରନ୍ତୁ । ଘର ଖାଦ୍ୟ କୁ ଅଧିକ ଗ୍ରହଣ କରନ୍ତୁ । ତାଛଡା ଆପଣ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ଏବଂ ଯୋଗ ବ୍ୟାୟାମ ସହ ସକାଳେ ଏକ୍ସସାଇଜ ମଧ୍ୟ କରନ୍ତୁ ।

ଖାଇ କି ଶୋଇବା କିମ୍ବା ଘରେ ବସି ରହିବା ଏପରି ନ କରି କୌଣସି ଶାରୀରିକ ପରିଶ୍ରମ କରିବା ଆବଶ୍ୟକ । ଏହା ଦ୍ୱାରା ମଧ୍ୟ ଆପଣ ଙ୍କ ଫ୍ୟାଟ କମିଥାଏ । ତେବେ ଏହା ଦ୍ୱାରା ଆପଣ ନିଜର ମୋଟାପା କୁ କମାଇ ପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *