ବନ୍ଧୁଗଣ ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମ-ହା-ମା-ରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମ-ହା-ମା-ରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ଜୀବନ ହାରୁଛନ୍ତି ।
ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ଜୀବନ ହାରୁଛନ୍ତି । ଏହି ମ-ହା-ମା-ରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି । ଏହି କରୋନା ମ-ହା-ମା-ରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ ।
ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ । ତେବେ ଆଜି ଆମେ କରୋନା କିପରି ନ ହେବ ଏବଂ ଯଦି ହୋଇ ଯାଏ ତେବେ ତାହାର ଉପଚାର କିପରି କରିବା ସେ ବିଷୟରେ ଆଲୋଚନା କରିବା ।
କରୋନା କୁ ରୋକିବାର କେବଳ ଗୋଟିଏ ଉପାୟ ଅଛି ତାହା ହେଉଛି ନିଜ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିବା । କିନ୍ତୁ ଆଜି କାଲି ର ଖାଦ୍ୟ ରେ ଯେଉଁ କେମିକାଲ ଏବଂ ଦୂଷିତ ଜିନିଷ ରହୁଛି ତାହା ଦ୍ୱାରା ଆମ ଶରୀର ଆହୁରି ଖରାପ ହୋଇ ଯାଉଛି ।
ତେଣୁ ଆପଣ ଙ୍କୁ ନିଜର ଖାଦ୍ୟପେୟ କୁ ବଦଳାଇବାକୁ ପଡିବ । ନିଜର ଜୀଵନ ଶୈଳୀ ରେ ମଧ୍ୟ କିଛି ପରିବର୍ତ୍ତନ ଆଣିବାକୁ ପଡିବ ଏବଂ କିପରି ଆପଣ ଙ୍କ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ର ବୃଦ୍ଧି ହେବ ସେଥି ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ଅଟେ ।
ପ୍ରଥମେ ଆପଣ ନିଜର ଫାଷ୍ଟ ଫୁଡ଼ ଏବଂ ବାହାର ଖାଦ୍ୟ କୁ ବନ୍ଦ କରିବାକୁ ପଡିବ । ତା ପରେ ଆପଣ ବଜାର ରେ ମିଳୁଥିବା କୋଲଡ ଡ୍ରିଙ୍କ ଙ୍କୁ ମଧ୍ୟ ବନ୍ଦ କରିବାକୁ ପଡିବ । କାରଣ ଏହା ଆମ ଶରୀର ରେ ଅନେକ କ୍ଷତି କରିଥାଏ । ଆମେ ନିଜର ଖରାପ ଅଭ୍ୟାସକୁ ବନ୍ଦ କରିବାକୁ ପଡିବ ଯେମିତି କି ବିଭିନ୍ନ ପ୍ରକାର ନି-ନି-ଶା ଦ୍ର-ବ୍ଯ-ର ସେବନ ।
ଆପଣ ସର୍ଵଦା ସବୁଜ ପନି ପରିବା ର ସେବନ କରନ୍ତୁ । ଫଳ ଖାଆନ୍ତୁ ତାର ଜୁସ ପିଅନ୍ତୁ ଡାଲି ଖାଆନ୍ତୁ ଆଦି ଦ୍ୱାରା ଆପଣ ଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଆପଣ ଏକ ଘରୋଇ ଉପଚାର ମଧ୍ୟ କରି ପାରିବେ । ପ୍ରଥମେ ଆପଣ ଏକ ଗିଲହ ନେବେ ୪୦ ଗ୍ରାମ, ନିମ୍ବ ପତ୍ର ୨୦ ଗ୍ରାମ, ତୁଳସୀ ୬୦ ଗ୍ରାମ, ହଳଦୀ ୪୦ ଗ୍ରାମ, ମୁଲେଠି ୪୦ ଗ୍ରାମ ,ତିଫଳା ୪୦ ଗ୍ରାମ, ସୁଣ୍ଠି ୪୦ ଗ୍ରାମ, ଗୋଲ ମରିଚ ୨୦ ଗ୍ରାମ, ପିପିଲି ୪୦ ଗ୍ରାମ, ଡାଲ ଚିନି ୨୦ ଗ୍ରାମ, ଏବଂ ଅଶ୍ଵଗାନ୍ଧା ୪୦ ଗ୍ରାମ ।
ଏହି ସବୁ ଜିନିଷ କୁ ପେଷି ଦେବା ଏବଂ ରାତିରେ ସାଢ଼େ ଛଅ ଲିଟର ପାଣି ରେ ଏହା କୁ ଭିଜେଇ କି ରଖିଦେବା ତାପରେ ସକାଳେ ଏକ ଷ୍ଟିଲ ର ପାତ୍ର ରେ ପକାଇ ଭଲ ଭାବରେ ରାନ୍ଧିବା ର ଅଛି । ତାପରେ ଏହାକୁ ଛାଣି କରି ୩୦୦ ଗ୍ରାମ ଚିନି ପକାଇ ଫୁଣି ଗରମ କରି ତାପରେ ଏହାକୁ ଏକ ବୋତଲ ରେ ଭର୍ତ୍ତି କରି ରଖି ଟିକେ ଟିକେ କରି ପିଇବା ଉଚିତ । ଏହା ଦ୍ୱାରା ଆପଣ ଙ୍କ ରୋଗ ପ୍ରତିରୋଧକ ଶକ୍ତି ର ବୃଦ୍ଧି ହୋଇଥାଏ ଏବଂ ଶରୀର ଦୁର୍ବଳ କିମ୍ବା ଅସୁସ୍ଥ ହୁଏନାହିଁ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ