୧୭ ଜୁନ ସକାଳ ୫ ଟା ପର୍ଯ୍ୟନ୍ତ ପୁଣି ବଢିଲା ଲକଡାଉନ, ଦେଖନ୍ତୁ କଣ ଖୋଲା କଣ ରହିବ ବନ୍ଦ, ଏହି ନିୟମ ନ ମାନିଲେ ଦେବାକୁ ପଡିବ ଫାଇନ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ ବର୍ତ୍ତମାନ ଦେଶରେ ବ୍ୟାପି ଥିବା କୋରୋନା ମହାମାରୀ ରେ ଅନେକ ଲୋକ ସଂକ୍ରମିତ ହେଉଛନ୍ତି ଏବଂ ଅନେକ ଲୋକ ନିଜର ପ୍ରାଣ ମଧ୍ୟ ଏହି ମହାମାରୀ ରେ ହରାଉ ଛନ୍ତି ।

ଏହି କୋରୋନା ମହାମାରୀ ଯୋଗୁଁ ଦେଶ ର ସମସ୍ତ ଲୋକ ଅନେକ ସମସ୍ୟା ର ସମ୍ମୁଖୀନ ମଧ୍ୟ ହୋଇଥିଲେ । ଏହି ମହାମାରୀ ଏତେ ମାତ୍ରା ରେ ଦେଶରେ ବ୍ୟାପି ଥିଲା ଯାହା ଫଳରେ ଲକ୍ ଡାଉନ ହେବାର ସ୍ଥିତି ଦେଶରେ ଦେଖା ଦେଇଥିଲା । ଏହାଦ୍ବାରା ଅନେକ କର୍ମଚାରୀ ଙ୍କୁ ନିଜର ଚାକିରୀ ମଧ୍ୟ ହରାଇବାକୁ ପଡ଼ିଥିଲା ଓ ଭୋକ ଉପାସ ରେ ମଧ୍ୟ ଦିନ କଟାଇବାକୁ ପଡ଼ିଥିଲା । ଦେଶର ଲୋକ ମାନେ ଏହି ମହାମାରୀ କୁ ଖୁବ ଗମ୍ଭୀରତା ର ସହିତ ନେଇଥିଲେ ଏବଂ ଏଥିରେ ଥିବା ସମସ୍ତ ଗାଇଡ଼ ଲାଇନ କୁ ପାଳନ କରିଥିଲେ ।

ଯାହାଦ୍ୱାରା ଏହି ବର୍ଷ କୋରୋନା ମହାମାରୀ ର ପ୍ରଭାବ ଦେଶରେ ଧୀରେ ଧୀରେ କମିବାକୁ ଲାଗିଥିଲା । ଲକ୍ ଡାଉନ ଉଠି ଯାଇଥିଲା । ପୁର୍ବ ଭଳି ଲୋକମାନେ ନିଜର କାମ କୁ ଯାଇ ପାରୁଥିଲେ ଓ ବିଦ୍ୟାର୍ଥୀ ମାନେ ମଧ୍ୟ ସ୍କୁଲ ଓ କଲେଜ ଯାଇଥିଲେ । କିନ୍ତୁ ପୁଣି ଥରେ ଲୋକ ମାନଙ୍କ ଅଵମାନନା କାରଣରୁ ଏହି ମହାମାରୀ ଦେଶରେ ବ୍ୟାପିଛି ଏବଂ ପୁଣି ଥରେ ଅନେକ ଲୋକ ଏହି ମହାମାରୀ ରେ ପ୍ରାଣ ହରାଉଛନ୍ତି ।

ଯାହାଫଳରେ ଶନିବାର ଓ ରବିବାର ସଟ୍ ଡାଉନ ର ଘୋଷଣା ମଧ୍ୟ କରାଯାଇଥିଲା ଏବଂ ପରେ ଜୁନ ୧ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ ହୋଇଥିଲା । ତେବେ ଖବର ଅନୁସାରେ ଏହା ଶୁଣିବାକୁ ମିଳୁଛି ଯେ ଏହି ଲକଡାଉନ ର ଅବଧି ଜୁନ ମାସ ୧୭ ତାରିଖ ପର୍ଯ୍ୟନ୍ତ ବଢ଼ିବାକୁ ଯାଉଛି ।

ଅର୍ଥାତ ଆଉ ୧୬ ଦିନ ପର୍ଯ୍ୟନ୍ତ ଲକଡାଉନ ର ଅବଧି ବଢିଛି । ଯଦିଓ ବର୍ତ୍ତମାନ ରାଜ୍ୟରେ କୋରନା ମହାମାରୀ ର ପ୍ରଭାବ କମିବାକୁ ଲାଗିଛି କିନ୍ତୁ ତଥାପି ପସିଟିଭ କେସ ର ମାତ୍ରା ବର୍ତ୍ତମାନ ପର୍ଯ୍ୟନ୍ତ ୧୪% ରହିଛି । ଏ ସମ୍ବନ୍ଧରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଏହା ପରାମର୍ଶ ଦେଉଛନ୍ତି ଯେ, ଏଭଳି ପରିସ୍ଥିତି ରେ ଆହୁରି ତିନି ରୁ ଚାରି ସପ୍ତାହ ଲକଡାଉନ ବଢ଼ାଇବାର ଆବଶ୍ୟକତା ରହିଛି । ତେଣୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଏହି ସମ୍ବନ୍ଧରେ ମୁଖ୍ୟ ଶାସନ ସଚିବ ମଧ୍ୟ କିଛି ସମୟ ପରେ ପ୍ରେସମିଟ ରେ ବିସ୍ତୃତ ରୂପରେ କହିବେ । ଖାସ କରି ଆଗକୁ ଦୁଇଟି ମୁଖ୍ୟ ପର୍ବ ସାବିତ୍ରୀ ଓ ରଜ ଆସୁଥିବା ରୁ ଅଧିକ ଭିଡ଼ ହେବ ଯେଉଁ କାରଣରୁ ଲକଡାଉନ ର ଅବଧି କୁ ୧୬ ଦିନ ପର୍ଯ୍ୟନ୍ତ ବଢ଼ିବ ଏବଂ ଏଥର ଲକଡାଉନ ଜୁନ ମାସ ୧୭ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ରହିବ ।

ପୂର୍ବ ଲକଡାଉନ ରେ କେଉଁ ସବୁ ଜିନିଷ ପାଇଁ ପ୍ରତିବନ୍ଧକ ଥିଲା ସେସବୁ ଜାରି ରହିବ । ଯେମିତି କି ବାହାଘର ଓ ଅନ୍ୟ କାର୍ଯ୍ୟ ପାଇଁ ଭୋଜି ଇତ୍ୟାଦି ପାଇଁ ନିୟମ ରହିଥିଲା, କେତେ ଜଣ ଲୋକ ବାହାଘର ଓ ବ୍ରତଘର ରେ ଯୋଗ ଦେଇ ପାରିବେ ତାହା ମଧ୍ୟ ନିୟମ ଥିଲା ସେସବୁ ସମାନ ରହିବ । ପରିବହନ, ଇଣ୍ଡଷ୍ଟ୍ରିଆଲ ଆକ୍ଟିଭିଟି, ବ୍ୟାଙ୍କିଙ୍ଗ ଆକ୍ଟିଭିଟି ଏହିଭଳି ଅନେକ ଆକ୍ଟିଭିଟି ସେସବୁ ମଧ୍ୟ ସମାନ ରହିବ । ସେହିପରି ଶନିବାର ରବିବାର ମଧ୍ୟ ସଟ ଡାଉନ ଜାରି ରହିବ । ଏହି ସବୁ ନିୟମ ନ ମାନିଲେ ଫାଇଁ ଭରିବାକୁ ପଡିବ ।

Leave a Reply

Your email address will not be published. Required fields are marked *