ମୁଁ ଆପଣଙ୍କ Birth Day କହି ପାରିବି, ଥରେ ନିଶ୍ଚୟ ଟ୍ରାଏ କରି ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆଜି ଆମେ ବହୁତ ସରଳ ଗଣିତ ଟ୍ରିକ କୁ ପ୍ରୟୋଗ କରି ଆପଣ ଙ୍କ ଜନ୍ମଦିନ ବିଷୟରେ ଜାଣି ପାରିବୁ। ତେବେ ଆସନ୍ତୁ ସେହି ଉପାୟ ଅଥବା ଟ୍ରିକ ବିଷୟରେ ଜାଣି ନେବା।

୧- ପ୍ରଥମ ଉପାୟ ହେଉଛି ସର୍ବ ପ୍ରଥମେ ଆପଣ ନିଜର ଜନ୍ମଦିନ କୁ ଦୁଇ ରେ ଗୁଣନ କରନ୍ତୁ। ଉଦାହରଣ ସ୍ୱରୂପ ଯଦି ଆପଣ ଙ୍କ ଜନ୍ମଦିନ ୧୩ ମଇ କୁ ଅଛି ତେବେ ୧୩ କୁ ଦୁଇ ରେ ଗୁଣନ କରନ୍ତୁ। ତେବେ ଉତ୍ତର ୨୬ ଆସିବ ସେହି ଭଳି ଆପଣ ନିଜର ଜନ୍ମଦିନ କୁ ଦୁଇ ରେ ଗୁଣନ କରନ୍ତୁ।

୨- ଦ୍ଵିତୀୟ ଉପାୟ କିମ୍ବା ସୋପାନ ରେ ଆପଣ ନିଜର ଜନ୍ମଦିନ କୁ ଦୁଇ ରେ ଗୁଣନ କରିବା ପରେ ଆପଣ ଙ୍କୁ ଯେଉଁ ସଂଖ୍ୟା ମିଳିଲା। ସେହି ସଂଖ୍ୟା ରେ ୫ ଯୋଡି ଦିଅନ୍ତୁ। ଉଦାହରଣ ସ୍ୱରୂପ ଯଦି ଉତ୍ତର ୨୬ ଅଛି ତେବେ ସେଥିରେ ୫ କୁ ମିଶାଇ ଦିଅନ୍ତୁ। ଅର୍ଥାତ ୨୬+୫=୩୧।

୩- ତୃତୀୟ ସୋପାନ ରେ ବନ୍ଧୁଗଣ ଆପଣ ପାଞ୍ଚ କୁ ମିଶାଇ ବା ପରେ ଯେଉଁ ବି ସଂଖ୍ୟା ଆସିଲା ତେବେ ସେହି ସଂଖ୍ୟା କୁ ୫୦ ରେ ଗୁଣନ କରି ଦିଅନ୍ତୁ। ଉଦାହରଣ ସ୍ୱରୂପ ସଂଖ୍ୟା ହେଉଛି ୩୧ ତେବେ ତାକୁ ୫୦ ରେ ଗୁଣନ କରନ୍ତୁ ଅର୍ଥାତ ୩୧×୫୦=୧୫୫୦।

୪-ଚତୁର୍ଥ ସୋପାନ ରେ ହେଉଛି ତେବେ ଆପଣ ଙ୍କୁ ଗୁଣନ କରିବା ପରେ ଯେଉଁ ବି ସଂଖ୍ୟା ଆସିଲା ସେଥିରେ ନିଜ ଜନ୍ମ ଦିନର ମାସ କୁ ଯୋଡି ଦିଅନ୍ତୁ। ଉଦାହରଣ ସ୍ୱରୂପ ସଂଖ୍ୟା ହେଉଛି ୧୫୫୦ ଏବଂ ଜନ୍ମଦିନ ମାସ ହେଉଛି ମଇ ଅର୍ଥାତ ୫ ତେବେ ସେହି ସଂଖ୍ୟା ରେ ୫ କୁ ମିଶାଇ ଦିଅନ୍ତୁ। ୧୫୫୦+୫=୧୫୫୫।

୫- ପଞ୍ଚମ ସୋପାନ ହେଉଛି ଅନ୍ତିମ ସୋପାନ। ଏଥିରେ ଆପଣଙ୍କର ଯେଉଁ ବି ଉତ୍ତର ଆସିଲା ସେଥିରୁ ୨୫୦ କୁ ଫେଡ଼ି ଦିଅନ୍ତୁ। ଉଦାହରଣ ସ୍ୱରୂପ ୧୫୫୫-୨୫୦=୧୩୦୫।

ତେବେ ବନ୍ଧୁଗଣ ୨୫୦ ଫେଡ଼ି ସାରିବା ପରେ ଆପଣ ଙ୍କୁ ତିନି କିମ୍ବା ଚାରି ସଂଖ୍ୟା ରହିଥିବା ଡିଜିଟ କିମ୍ବା ନମ୍ବର ମିଳିଥିବ। ସେହିଥିରୁ ଯେଉଁଠି ଆପଣ ଙ୍କ ର ଶେଷ ନମ୍ବର ଦୁଇଟି ଆପଣ ଙ୍କର ଜନ୍ମ ମାସ ଏବଂ ଯେଉଁ ସଂଖ୍ୟା ଆରମ୍ଭ ରେ ଅଛି ସେହା ଆପଣ ଙ୍କ ଜନ୍ମ ଦିନ ର ତାରିଖ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *