ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । କରୋନା ମହାମାରୀର ଦ୍ଵିତୀୟ ଲହର ଦେଶରେ ନିଜ କୋପ ବର୍ଷାଇଛି । ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ସାରିଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ଛନ୍ତି ।
ବନ୍ଧୁଗଣ ଏହି କରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ କେତକ ରାଜ୍ୟରେ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି । ଏହି ଲକଡାଉନ ପାଇଁ ଜନସାଧାରଣ ମାନେ ବହୁତ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ବନ୍ଧୁଗଣ ଗତ ବର୍ଷ ଏହି କରୋନା ମହାମାରୀ ପାଇଁ କେନ୍ଦ୍ର ସରକାର ଦେଶରେ ପ୍ରାୟ ୭ ମାସ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଥିଲେ ।ବନ୍ଧୁଗଣ ଗତ ବର୍ଷକୁ ଆଧାର କରି ଏହି ବର୍ଷ ମଧ୍ୟ ରାଜ୍ୟ ସରକାର ମାନେ ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ଓଡିଶାରେ ମେ ୫ରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରଯାଇଥିଲା ।
ଆସୁଥିବା ଜୁନ ମାସ ପାଇଁ ଓଡିଶାରେ ଲକଡାଉନ ବଢିବ ନା ନାହିଁ ତାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ବର୍ତ୍ତମାନ ଦେଶର ୮୦ ପ୍ରତିଶତ ଅଞ୍ଚଳରେ ଏବେ ବି ତାଲା ବନ୍ଦ ଥିବା ବେଳେ ବର୍ତ୍ତମାନ ତିନୋଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଏହି ଲକଡାଉନକୁ ବଢାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଦିଲ୍ଲୀରେ କଟକଣା ସାମାନ୍ୟ କୋହଳ ହେବା ସହିତ ଜୁନ ୭ ତାରିଖ ପର୍ଯ୍ୟନ୍ତ ଲକଡାଉନ ବଢିବା ପାଇଁ ଘୋଷଣା କରାଯାଇଛି । ଅନ୍ୟ ପକ୍ଷରେ କେରଳର ମୁଖ୍ୟମନ୍ତ୍ରୀ ଜୁନ ୯ ତାରିଖ ଜାଣେ ଲକଡାଉନ ବଢାଇବା ପାଇଁ ଘୋଷଣା କରିଛନ୍ତି । ପୁଡୁଚେରି, ହିମାଳୟ ଏବଂ ମେଘାଲୟରେ ମଧ୍ୟ ତାଲା ବନ୍ଦକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନର ସମୟରେ ଓଡିଶାରେ କଣ ହେବ ଏହାକୁ ନେଇ ମଧ୍ୟ ହୋଇଯାଇଛି ଚର୍ଚା ।
ଦେଶରେ ଯେଉଁ ହିସାବରେ ସଂକ୍ରମଣ ହାର କମୁଛି ସେହି ହିସାବରେ ଓଡିଶାରେ କମୁନାହିଁ । ବର୍ତ୍ତମାନ ଓଡିଶାରେ ସଂକ୍ରମଣ ହାର ୧୪ ପ୍ରତିଶତ ରହିଛି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର କଣ ନିଷ୍ପତ୍ତି ନେବେ ସେ ନେଇ ସମସ୍ତଙ୍କ ନଜର ରହିଛି । ଆଗାମୀ ସମୟରେ ଓଡିଶାରେ କେତେକ ପର୍ବ ପର୍ବାଣି ରହିଛି ତେଣୁ ଏହି ସବୁକୁ ଆଖି ଆଗରେ ରଖି ରାଜ୍ୟ ସରକାର କଣ ନିଷ୍ପତ୍ତି ନେବେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ ।
ତେବେ ଏଥିରେ ଆପଣ ମାନଙ୍କ ଅମତ କଣ ? ଲକଡାଉନ ବଢିବା ଉଚିତ କି ନୁହେଁ କମେନ୍ଟ କରି ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ଖବର ସହିତ ଜଡିତ ହେବା ପାଇଁ ଆମ ପେଜକୁ ଳିଏକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ