ବଂଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ବାତ୍ୟାର ରୂପ ନେଇ ସାରିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ବାତ୍ୟା ର ରୂପ ନେବ ।
ତେବେ ବର୍ତ୍ତମାନ ପ୍ରଶ୍ନ ଏହା ଉଠିଛି ଯେ, ପାଣିପାଗ ବିଶେଷଜ୍ଞ ମାନଙ୍କ ଦ୍ଵାରା ଆକଳନ କରାଯାଇଥିବା ମଡେଲ ଅନୁସାରେ ଜଣାପଡୁଛି ଯେ ଏହି ବାତ୍ୟା ୟଶ ୨୬ ତାରିଖ ଦିନ ସ୍ଥଳ ଭାଗ ଛୁଇଁବ । ଭାରତୀୟ ପାଣିପାଗ ବିଭାଗ ର ସୂଚନା ଅନୁସାରେ ବର୍ତ୍ତମାନ ଏହା ସମୁଦ୍ର ମଧ୍ୟରେ ସାମୁଦ୍ରିକ ଝଡ଼ ଅଥବା ବାତ୍ୟା ରେ ପରିଣତ ହୋଇ ସାରିଛି ।

ଏହା ବର୍ତ୍ତମାନ 600 କିମି ଦୂର ରେ କେନ୍ଦ୍ରୀଭୁତ ହୋଇଛି । ପାରାଦ୍ୱୀପ ଠାରୁ ଦକ୍ଷିଣ, ଦକ୍ଷିଣ ପୂର୍ଵ କୁ 540କିମି ଦୂର ରେ ରହିଥିବା ବେଳେ ବାଲେଶ୍ୱର ର ଦକ୍ଷିଣ, ଦକ୍ଷିଣ ପୂର୍ଵ ରୁ 650 କିମି ଦୂର ରେ ଗଭୀର ଅବପାତ ହୋଇଛି । ସୂଚନା ଅନୁଯାଇ ୟାସ ଲ୍ୟାଣ୍ଡଫଲ କଲା ବେଳେ ଘଣ୍ଟା ପ୍ରତି ୧୫୫ ରୁ ୧୬୫ କିଲୋମିଟର ବେଗ ରେ ପବନ ବହିବ ବୋଲି ପାଣିପାଗ ବିଶେଷଜ୍ଞ ମାନେ ଅନୁମାନ କରୁଛନ୍ତି ।

ସ୍ଥଳ ବିଶେଷ ରେ ବଢି ସାରିବା ପରେ ୧୮୫ କିଲୋମିଟର ବେଗ ରେ ପବନ ବୋହିବ ବୋଲି ଅନୁମାନ କରାଯାଉଛି । ଆଜି ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ର ରୁପ ନେଇଛି ଓ ଆସନ୍ତା କାଲି ସାଇକ୍ଲୋନ ର ରୂପ ଧାରଣ କରିବ ।

ପରବର୍ତ୍ତୀ ୨୪ ଘଂଟା ରେ ଆହୁରି ସାଂଘାତିକ ହେବ ଏହି ବାତ୍ୟା । ୨୬ ତାରିଖ ଦିନ ସନ୍ଧ୍ୟା ସମୟ ରେ ପାରାଦୀପ ଓ ସାଗର ଦ୍ବୀପ ମଧ୍ୟ ଦେଇ ବାତ୍ୟା ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି । ଏହା ତିନି ଦିନ ପୂର୍ବ ରୁ ଅନୁମାନ କରାଯାଇଥିବାରୁ ଏଥିରେ କିଛି ପରିବର୍ତ୍ତନ ହୋଇପାରେ ବୋଲି ରାଜ୍ୟ ପାଣିପାଗ ବିଭାଗ ସୂଚନା ଦେଇଛି ।

