ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରୋନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି ।
ଭାରତ ର ଅନେକ ରାଜ୍ୟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । କରୋନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି ।
ଦିଲ୍ଲୀ, ମହାରାଷ୍ଟ୍ର ଭଳି ବଡ଼ ବଡ଼ ରାଜ୍ୟ ମାନଙ୍କ ରେ ବର୍ତ୍ତମାନ କରୋନା ନିମନ୍ତେ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି । ତେବେ ବନ୍ଧୁଗଣ ଏହିପରି ଭୟଙ୍କର ସମୟ ରେ ଦେଶ ର ବଡ଼ ଡାକ୍ତର ମାନଙ୍କ ଠାରୁ ଏକ ପ୍ରକାର ଖୁସି ଖବର ଶୁଣିବାକୁ ମିଳିଛି । ତେବେ ଆସନ୍ତୁ ଏହି ବିଷୟ ରେ ଅଧିକ କିଛି ଜାଣିବା ।
ବନ୍ଧୁଗଣ ଡାକ୍ତର ଙ୍କ କହିବା ଅନୁସାରେ ବ୍ଲାକ ପଙ୍ଗସ ସାଧାରଣତଃ ମାଟି ଦ୍ଵାରା ହୋଇଥାଏ । ଯେଉଁମାନଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ର ଅଭାବ ନ ଥାଏ ଓ ଯେଉଁମାନେ ସୁସ୍ଥ ଅଟନ୍ତି ସେମାନଙ୍କୁ ଏହି ରୋଗ ହୋଇ ନ ଥାଏ । କରୋନା ଦ୍ଵାରା ସଂକ୍ରମିତ ହେବା ଦ୍ଵାରା ଆମର ଶରୀର ଦୁର୍ବଳ ହୋଇ ଯାଇଥାଏ ଓ ଆମର ଫୁସଫୁସ ରେ ମଧ୍ୟ ଏହାର ପ୍ରଭାବ ଦେଖା ଦେଇଥାଏ ।
ଏହି ସମୟ ରେ ବ୍ଲାକ ପଙ୍ଗସ ଆମ ଶରୀର ଭିତରକୁ ପ୍ରବେଶ କରିପାରେ । ବନ୍ଧୁଗଣ ବିଶେଷଜ୍ଞ ଙ୍କ ମତ ଅନୁସାରେ ବ୍ଲାକ ପଙ୍ଗସ ହେବାର କିଛି କ୍ଷଣ ମଧ୍ୟରେ ହିଁ ଆପଣ ଡାକ୍ତର ଙ୍କ ସହିତ ପରାମର୍ଶ କରି ଔଷଧ ସେବନ କରନ୍ତୁ । କାରଣ ଲକ୍ଷଣ ଦେଖା ଯିବାର କିଛି ଦିନ ମଧ୍ୟରେ ଔଷଧ ଖାଇବା ଦ୍ଵାରା ଏହା ଅଧିକ ବଢି ପାରି ନ ଥାଏ । କିନ୍ତୁ ବିଳମ୍ବ ହେଲେ ଏହା ସମସ୍ତ ଶରୀର ରେ ବ୍ୟାପ୍ତ ହୋଇଯାଇଥାଏ ଓ ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ରହିଥାଏ ।
ଯଦି ଆପଣଙ୍କ ଶରୀର ରେ କୌଣସି ପ୍ରକାର କଳା ଦାଗ ଦେଖା ଯାଉଛି,ଦାନ୍ତ ବିନ୍ଧୁଛି,ମୁଣ୍ଡ ବିନ୍ଧା ହେବା ଓ ଗାଲ ରେ ଯନ୍ତ୍ରଣା ହେବା ପରି ଲକ୍ଷଣ ଦେଖା ଯାଏ ତେବେ ଆପଣ ବୁଝି ନିଅନ୍ତୁ ଯେ ଆପଣଂକୁ ବ୍ଲାକ ପଙ୍ଗସ ହୋଇଯାଇଛି । ଏହାକୁ ଯଦି ଆପଣ ପ୍ରଥମ ରୁ ହିଁ ଅନୁମାନ କରି ଠିକ ଭାବରେ ଚିକିତ୍ସା କରାଇ ନେବେ ତେବେ ଆପଣଙ୍କ ର କୌଣସି ପ୍ରକାର ସମସ୍ୟା ରହିବ ନାହିଁ ।
ଅନେକ ଲୋକ କେବଳ ଏମିତି ହିଁ ଭାବିଥାନ୍ତି କି ତାଙ୍କୁ ବ୍ଲାକ ପଙ୍ଗସ ହୋଇଗଲା କି?କିନ୍ତୁ ଏଠାରେ ଆମେ କହି ରଖୁଛୁ ଯେ ଯଦି ଆପଣଙ୍କ ଶରୀର ରେ ଏହାର କୌଣସି ଲକ୍ଷଣ ଦିଆ ଯାଇଛି ତେବେ ଯାଇ ଆପଣ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ ଓ ଯଦି କୌଣସି ଲକ୍ଷଣ ଦେଖା ଯାଉ ନାହିଁ ତେବେ ଅଯଥା ଚିନ୍ତିତ ହୁଅନ୍ତୁ ନାହିଁ ।
ଯଦି ଆପଣ ଏହାର ଲକ୍ଷଣ କୁ ଠିକ ସମୟ ରେ ଚିନ୍ହଟ କରି ଚିକିତ୍ସା କରିଦେବେ ତେବେ ଆପଣ ଏହି ରୋଗ ରୁ ସୁସ୍ଥ ହୋଇଯିବେ କିନ୍ତୁ ଯଦି ଆପଣ ଏହାକୁ ଠିକ ସମୟ ରେ ଜାଣିପାରିବେ ନାହିଁ ଓ ଏହା ଆପଣଙ୍କ ଫୁସଫୁସ,ଲିଭର,କିଡନୀ କିମ୍ବା ମସ୍ତିଷ୍କ କୁ ସଂକ୍ରମିତ ହୋଇଯାଏ ତେବେ ଆପଣଙ୍କ ମୃତ୍ୟୁ ର ସମ୍ଭାବନା ବଢି ଯାଇଥାଏ । ତେଣୁ ଏହାକୁ ଠିକ ସମୟ ରେ ଚିନ୍ହନ୍ତୁ ଓ ଏହାର ଉପଯୁକ୍ତ ଚିକିତ୍ସା କରି ଏହି ରୋଗ ରୁ ସୁସ୍ଥ ହୁଅନ୍ତୁ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ