ଫୁସ୍‌ଫୁସ୍‌ କୁ ସୁସ୍ଥ ରଖିବା ପାଇଁ କରନ୍ତୁ ଏହି ୫ଟି ପ୍ରାଣାୟାମ, କିଛି ବି କରି ପାରିବନି କରୋନା

ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀର ସ୍ଥିତି ବହୁତ ଜଟିଳ ହୋଇଛି । ଗତ ବର୍ଷ ଅପେକ୍ଷା ଏହି ବର୍ଷ ଏହି ଭାଇରସର ସଂକ୍ରମଣ ତୀବ୍ର ଗତିରେ ବଢିବାରେ ଲାଗିଛି ।

ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଉଛନ୍ତି । କରୋନା ମହାମାରୀର ଦ୍ଵିତୀୟ ଲହର ବହୁତ ଶକ୍ତିଶାଳୀ ହେବା ସହିତ ଏହା ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଗତିରେ ସଂକ୍ରମିତ ହେଉଛି । ଏହି ଭାଇରସ ସାଧାରଣତଃ ଫୁସଫୁସ ଉପରେ ଆକ୍ରମଣ କରୁଛି ଯାହାଫଳରେ ମଣିଷକୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ବହୁତ ଅସୁବିଧା ହେଉଛି ।


ହେଲେ ବନ୍ଧୁଗଣ ଯଦି ଆମେ ନିଜ ଶରୀରର ଯତ୍ନ ନେବା ଓ କିଛି କାମ କରିବା ତା ହେଲେ ଆମେ ଏହି ମହାମାରୀର ସଂକ୍ରମଣରୁ ବଞ୍ଚି ପାରିବା । ଆଜିଆମେ ଆପଣ ମାନଙ୍କୁ ଏପରି କିଛି ପ୍ରାଣାୟାମ ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ନିଜ ଫୁସଫୁସକୁ ସୁସ୍ଥ ରଖିପାରିବେ । ଏହି ସବୁ ପ୍ରାଣାୟାମ କରିବା ଦ୍ଵାରା ଉଭୟ ଶରୀର ଓ ଫୁସଫୁସ ସୁସ୍ଥ ରହିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ପ୍ରାଣାୟାମ ବିଷୟରେ ।

କପାଳଭାତି ପ୍ରାଣାୟାମ- ବନ୍ଧୁଗଣ ଏହି ପ୍ରାଣାୟାମ ପାଇଁ ଆପଣ ମାନେ ପ୍ରଥମେ ଚେକା ମାଡି ବସିଯାନ୍ତୁ । ଏହାପରେ ଆପଣ ନିଜ ମେରୁଦଣ୍ଡକୁ ସିଧା କରି ନିଜ କାନ୍ଧକୁ ହାଲ୍କାରେ ଛାଡି ଦିଅନ୍ତୁ । ଏହାପରେ ଆପଣ ନିଜ ପେଟ ଉପରେ ହାତ ରଖି ଜୋରସେ ନିଶ୍ଵାସ ନିଅନ୍ତୁ ଓ ଛାଡନ୍ତୁ । ଆପଣ ଏହାକୁ ପ୍ରଥମ ସପ୍ତାହରେ ୧୦ ଥର, ୨୦ ଥର ଓ ୩୦ ଥର କରନ୍ତୁ ।

ଏହାପରେ ଦ୍ଵିତୀୟ ସପ୍ତାହରେ ୨୦ ଥର, ୩୦ ଥର ଓ ୪୦ ଥର କରନ୍ତୁ । ଅର୍ଥାତ ଆପଣ ଗୋଟିଏ ଦିନରେ ୧୦ ରୁ ୩୦ ଥର ପର୍ଯ୍ୟନ୍ତ ନିଶ୍ଵାସ ନିଅନ୍ତୁ ଓ ଛାଡନ୍ତୁ । ଏହି ପ୍ରାଣାୟାମ କରିବା ଦ୍ଵାରା ଆମ ପେଟ ଜନିତ ସମସ୍ୟା ଦୂର ହୋଇଥାଏ, ଫୁସଫୁସ ସୁସ୍ଥ ରହିଥାଏ ଏବଂ ଶରୀରରେ ଆକ୍ସିଜେନ ସ୍ତର ଠିକ ରହିଥାଏ ।

ଭସ୍ତ୍ରିକା ପ୍ରାଣାୟାମ- ବନ୍ଧୁଗଣ ଏହି ପ୍ରାଣାୟାମକୁ କରିବା ପାଇଁ ଆପଣ ପ୍ରଥମେ ଚେକା ମାଡି ବସିଯାନ୍ତୁ ଓ ନିଜ କାନ୍ଧକୁ ରିଲାକ୍ସ କରିଦିଅନ୍ତୁ । ଏହାପରେ ଆପଣ ନିଶ୍ଵାସ ନେବା ସମତାରେ ନିଜ ଦୁଇ ହାତକୁ ଉପରକୁ କରନ୍ତୁ ଓ ଛାଡିବା ସମୟରେ ଦୁଇ ହାତକୁ ତଳକୁ କରନ୍ତୁ । ଆପଣ ଏହାକୁ ଶୀଘ୍ର ଶୀଘ୍ର କରନ୍ତୁ ।

ଏହି ପ୍ରାଣାୟାମକୁ ଆପଣ ୧୦ ଥର ତିନୋଟି ସେଟରେ କରିବେ । ଏହି ପ୍ରାଣାୟାମ କରିବା ଦ୍ଵାରା ହାର୍ଟ ଜନିତ ସମସ୍ୟା ଓ ଉଚ୍ଚ ରକ୍ତଚାପ ଆଦି ଦୂର ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ପ୍ରତିଦିନ ଏହି ଦୁଇଟି ପ୍ରାଣାୟାମକୁ ନିଶ୍ଚୟ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *