ନମସ୍କାର ବନ୍ଧୁଗଣ ଦେଶରେ କରୋନା ଆକ୍ରାନ୍ତ ପରେ ବ୍ଲାକ ଫଙ୍ଗସ ର ଆତଙ୍କ ସହିତ ଏବେ ହ୍ଵାଇଟ୍ ଫଙ୍ଗସ ର ଆତଂକ ମଧ୍ୟ ଖେଳି ଯାଇଛି । କରୋନା ରୋଗୀ ଭଲ ହେଲା ପରେ ତାଙ୍କ ରୋଗ ପ୍ରତିରୋଧକ ଶକ୍ତି କମି ଥିଲେ
ସେହି ଲୋକଙ୍କୁ ହେଉଛି ବ୍ଲାକ ଫଙ୍ଗସ ଆକ୍ରମଣ କରୁଥିବା ବେଳେ ଏବେ ଅନ୍ୟ ଏକ ରୋଗ ହ୍ଵାଇଟ୍ ଫଙ୍ଗସ ମଧ୍ୟ ଦେଖା ଦେଲାଣି । ବିହାର ରେ ଏହି ରୋଗୀ ଚିହ୍ନଟ ହୋଇଛନ୍ତି । କୁହାଯାଉଛି ହ୍ଵାଇଟ୍ ଫଙ୍ଗସ ବ୍ଲାକ ଫଙ୍ଗସ ଠାରୁ ଅଧିକ ମାରାତ୍ମକ । ଏବେ ଅନେକ ହ୍ଵାଇଟ୍ ଫଙ୍ଗସ ର କେଶ ସାମ୍ନା କୁ ଆସିଛି । ବିହାର ପାଟଣା ରେ ଚିହ୍ନଟ ହୋଇଛନ୍ତି ୪ ହ୍ଵାଇଟ୍ ଫଙ୍ଗସ ର ରୋଗୀ । ସେମାନେ ପାଟଣା ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ତେବେ ଚିନ୍ତା ର ବିଷୟ ହେଉଛି କି ହ୍ଵାଇଟ୍ ଫଙ୍ଗସ ବ୍ଲାକ ଫଙ୍ଗସ ଠାରୁ ମଧ୍ୟ ଅଧିକ ମାରାତ୍ମକ । କାରଣ ଏହା ନଖ, ଚର୍ମ, ପାଟି, ଫୁସଫୁସ,ପାକସ୍ଥଳୀ,କିଡନୀ,ବ୍ରେନ, ଏବଂ ଗୁପ୍ତାଙ୍ଗ ଙ୍କୁ କ୍ଷତି କରୁଛି । ଏହା ଛଡା କରୋନା ଏବଂ ହ୍ଵାଇଟ୍ ଫଙ୍ଗସ ର ଲକ୍ଷଣ ହେଉଛି ଏକା ଭଳି । ହ୍ଵାଇଟ୍ ଫଙ୍ଗସ ଦ୍ୱାରା ସଂକ୍ରମିତ ଫୁସଫୁସ ଏଚ ଆର ସି ଟି ସ୍କାନ ରେ କୋଭିଡ ଆକ୍ରାନ୍ତ ଭଳି ଦେଖା ଯାଉଛି ।
ଏହି ରୋଗୀ ମାନେ କରୋନା ଲକ୍ଷଣ ଦେଖା ଯାଇଥିବାରୁ ହସ୍ପିଟାଲକୁ ଆସିଥିଲେ ଏବଂ ପରେ ଟେଷ୍ଟ ପରେ ହ୍ଵାଇଟ୍ ଫଙ୍ଗସ ବୋଲି ଜଣା ପଡିଥିଲା । ଆଣ୍ଟି ଫଁଗଲ ଔଷଧ ଦେବା ପରେ ସେହି ରୋଗୀ ମାନେ ବହୁତ ସୁସ୍ଥ ହେଉଛନ୍ତି ବୋଲି ସୂଚନା ମିଳିଛି । ଏହାର କାରଣ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ର କମ ଏବଂ ଶରୀର ଦୁର୍ବଳ ରହିବା ଆଦି ହୋଇଥିଲେ ଏହି ଫଙ୍ଗସ ଆମକୁ ଆକ୍ରାନ୍ତ କରୁଛି ।
ଅର୍ଥାତ ବ୍ଲାକ ଫଙ୍ଗସ ଭଳି ଏହି ହ୍ଵାଇଟ୍ ଫଙ୍ଗସ ମଧ୍ୟ ରହୁଛି । ତେଣୁ ମଧୁମେହ ରୋଗ ଥିବା ବ୍ୟକ୍ତି ଏବଂ ଦୀର୍ଘ ଦିନ ଧରି ଷ୍ଟିରଏଡ଼ ନେଉଥିବା ରୋଗୀ, କ୍ୟାନ୍ସର ରୋଗୀ ଏବଂ ଅମ୍ଳଜାନ ଅଭାବ ରେ ଥିବା ରୋଗୀ, ଏବଂ କରୋନା ରୁ ଭଲ ହୋଇଥିବା ବ୍ୟକ୍ତି ମାନେ ଅଧିକ ସାବଧାନ ରହିବା ଆବଶ୍ୟକ ।
ହ୍ଵାଇଟ୍ ଫଙ୍ଗସ ଶରୀର ର ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ କୁ ନଷ୍ଟ କରି ଦେଉଛି । ତେଣୁ ଏହାର ପ୍ରାଥମିକ ଅବସ୍ଥାରେ ହିଁ ଏହାର ଉପଚାର କରିବା ଏବଂ ଡାକ୍ତର ଙ୍କ ପରାମର୍ଶ ନେବା ଆବଶ୍ୟକ ଏବଂ ଏହାକୁ ନଜର ଅନ୍ଦାଜ କରିବା ଉଚିତ ନୁହେଁ ।
ତେଣୁ ସମସ୍ତ କୋଭିଡ ପ୍ରୋଟୋକଲ କୁ ମାନନ୍ତୁ ଘରେ ରୁହନ୍ତୁ ଏବଂ ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଉଚିତ ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ । ମାସ୍କ ବ୍ୟବହାର କରନ୍ତୁ । ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ