ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀ ସ୍ଥିତି ବହୁତ ଭୟଙ୍କର ହୋଇଛି । ଭାରତର କେତେକ ରାଜ୍ୟରେ ଏହି ଭାଇରସର ସଂକ୍ରମଣ ତୀବ୍ର ଗତିରେ ବଢିବାରେ ଲାଗିଛି ।
ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ବହୁତ ଶକ୍ତିଶାଳୀ ରୂପ ନେଇ ଆସିଛି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି କେତେକ ରାଜ୍ୟରେ ରାଜ୍ୟ ସରକାର ମାନେ ଲକଡାଉନ ଘୋଷଣା କରିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାଇରସରେ ସଂକ୍ରମିତ ହୋଇ ହଜାର ହଜାର ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି ଓ ଅନ୍ୟ ପକ୍ଷରେ ଲକ୍ଷାଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ।
ଗତ କିଛି ସମୟ ହେବ କରୋନା ମହାମାରୀ ସହ ଜଡିତ ଏକ ବଡ ଖବର ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏକ ଡାକ୍ତର ଏହି ଭାଇରସ ଉପରେ ଏପରି କିଛି କଥା କହିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ଏକ ମହିଳା ଡାକ୍ତରଙ୍କ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଡାକ୍ତର ଜଣକଙ୍କ ମତରେ-‘କରୋନା ମହାମାରୀ ପୁଣି ଦେଶରେ ନିଜର କୋପ ବର୍ଷାଇଛି । ଜନସାଧାରଣ ମାନଙ୍କ ମନରେ ଏକ ଭୟ ବର୍ତ୍ତମାନ ଆସି ସାରିଛି । ସେଥିପାଇଁ ଲୋକ ମାନେ କରୋନା ସଂକ୍ରମିତ ଲୋକ ମାନଙ୍କୁ ଘୃଣା କରୁଛନ୍ତି ଓ ତାଙ୍କ ଠାରୁ ଦୂରେଇ ରହୁଛନ୍ତି । ଅବଶ୍ୟ ଏହି କଥାଟି ଠିକ ଅଛି ହେଲେ ଚିନ୍ତା କରନ୍ତୁ ଯଦି ସେହି ରୋଗୀ ଜାଗାରେ ଆପଣଙ୍କ ପରିବାରର କୌଣସି ସଦସ୍ୟ ଥାନ୍ତା ତା ହେଲେ ଆପଣ କଣ କରିବେ ।
ଏହାପରେ ଆଗକୁ ମହିଳା ଜଣକ କହିଲେ-‘କରୋନା ହେଉଛି ଏକ ଫ୍ଲୁ ତେଣୁ ଆପଣ ମାନଙ୍କୁ ଏତେ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଯଦି ସମସ୍ତ ଲୋକ ଭୟ କରୁଛନ୍ତି ତା ହେଲେ ସ୍ୱାସ୍ଥ୍ୟ କର୍ମୀ ଓ ପୋଲିସ ମାନେ କିପରି ଘରୁ ବାହାରି ସମସ୍ତଙ୍କ ସହାୟତା କରୁଛନ୍ତି । ହେଲେ ଏହି ଭାଇରସରେ ସଂକ୍ରମିତ ହେବା ପରେ ଆପଣ କୌଣସି ପ୍ରକାରର ଅବହେଳା କରନ୍ତୁ ନାହିଁ ଓ ସବୁବେଳେ ସଚେତନ ରୁହନ୍ତୁ । ବର୍ତ୍ତମାନ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଆପଣ ଯେତେ ଶୀଘ୍ର ହେଇ ପାରିବ ସେତେ ଶୀଘ୍ର ଟୀକା ନିଅନ୍ତୁ’ ।
ଏହାପରେ ଆଗକୁ ମହିଳା ଜଣକ କହିଲେ-‘ଯଦି ଆମେମାନେ ଆଗରୁ ନିଜ ଜୀବନ ଶୈଳୀ ଉପରେ ଧ୍ୟାନ ଦେଇଥାନ୍ତୁ ତା ହେଲେ ଏହି ଭାଇରସର ସଂକ୍ରମଣ ଅଧିକ ହୋଇନଥାନ୍ତା । ତେଣୁ ବର୍ତ୍ତମାନ ଠାରୁ ଆପଣ ମାନେ ସମସ୍ତେ ନିଜ ଜୀବନ ଶୈଳୀ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।
ନିଜ ଖାଦ୍ୟ ପେୟ ଓ ନିଜ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଆମ ମାନଙ୍କୁ ଏକା ସହ ଏହି ଭାଇରସର ମୁକବାଲା କରିବାକୁ ପଡିବ । ତେଣୁ ବନ୍ଧୁଗଣ ଆପଣ ମାନେ ସଚେତନ ରୁହନ୍ତୁ ଓ ଅନ୍ୟ ମାନଙ୍କୁ ସଚେତନ ରହିବା ପାଇଁ ପରାମର୍ଶ ଦିଅନ୍ତୁ,ଧନ୍ୟବାଦ’ ।