ଆଜି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇଗଲାଣି । କରୋନା ମହାମାରୀର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରାରେ ମୃ-ତ୍ୟୁ ବରଣ ମଧ୍ୟ କରୁଛନ୍ତି ।
ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃ-ତ୍ୟୁ ବରଣ କରୁଛନ୍ତି । ଏହି ମହାମାରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି । ଏହି କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ ।

ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ । ତେବେ ଯଦି ଆପଣ ଙ୍କୁ କରୋନା ହୋଇ ସାରିଛି ଏବଂ ଆପଣ ସେଥିରୁ ବାହାରି ଆସିଛନ୍ତି ତେବେ ଆପଣ ଙ୍କୁ କଣ କଣ କରିବା ଉଚିତ ଆଜି ଆମେ ସେହି ବିଷୟରେ ଆଲୋଚନା କରିବା । ତେବେ ଆସନ୍ତୁ ଜାଣିନେବା କି କରୋନା ପରେ ନିଜର କିପରି ଯତ୍ନ ନେବା ।
କରୋନା ରୁ ଠିକ ହେବା ପରେ ମଧ୍ୟ ଲୋକ ମାନଂକୁ ଆଉ ଅନ୍ୟ ରୋଗ ହୋଉ ପାରୁଛି । କିଛି ଲୋକ ଅଳ୍ପ କାମ କରି ଥକି ଯାଉଛନ୍ତି ତ କିଛି ଲୋକ ନିଶ୍ୱାସ ନେବାରେ ଅସୁବିଧା ହେଉଛି । କିଛି ଲୋକ ଙ୍କୁ ହୃଦୟ ରେ ଯନ୍ତ୍ରଣା ହେଉଛି ତ କିଛି ଲୋକ ଙ୍କୁ ଆଉ ଅନ୍ୟ କିଛି ରୋଗ ଦେଖିବାକୁ ମିଳୁଛି । ତେଣୁ ଡାକ୍ତର ଙ୍କ ଅନୁସାରେ ଆପଣ ଙ୍କୁ ଯଦି କରୋନା ହୋଇ ସାରିଛି ଏବଂ ଆପଣ ଭଲ ହୋଇ ଯାଇ ଛନ୍ତି ତେବେ ତଥାପି ଆପଣ ଙ୍କୁ ନିଜ ଶରୀର ର ଭଲ ଭାବରେ ଯତ୍ନ ନେବା ଆବଶ୍ୟକ ।

କରୋନା ପରେ ଆପଣ ଙ୍କୁ ବ୍ଲାକ ଫଙ୍ଗସ ଏଵଂ ଶରୀର ରେ ଦୁର୍ବଳତା ମୁଣ୍ଡ ବିନ୍ଧିବା ଆଦି ରୋଗ ହୋଇ ପାରେ । ତେବେ ଭଲ ହେବା ପରେ ମଧ୍ୟ ଆପଣ ବେସି ଲୋକଙ୍କ ସହିତ ମିଶନ୍ତୁ ନାହିଁ । ସାମାଜିକ ଦୂରତା ବଜାୟ ରଖନ୍ତୁ । ମୁହଁରେ ମାସ୍କ ପିନ୍ଧନ୍ତୁ ଏବଂ ହାତ କୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହା ଛଡା ଭଲ ହେବା ପରେ କିମ୍ବା ସେହି ସମୟରେ ନିଜର ଖାଦ୍ୟ ପେୟ ର ଯତ୍ନ ନିଅନ୍ତୁ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଏବଂ ଭିଟାମିନ ଯୁକ୍ତ ଖାଦ୍ୟ ଖାଆନ୍ତୁ ବାହାର ର ଜିନିଷ କୁ ବାରଣ କରନ୍ତୁ । ଏବଂ ନିଜର ରୋଗ ପ୍ରତି ରୋଧକ ଶକ୍ତି କୁ ବୃଦ୍ଧି କରାନ୍ତୁ ।

ଏହା ଛଡା ଆପଣ ଗରମ ପାଣି ପ୍ରତିଦିନ ସେବନ ନିଶ୍ଚିତ କରନ୍ତୁ । ଏବଂ ଠିକ ଭାବରେ ଶୁଅନ୍ତୁ ଏବଂ ଆପଣ ମାନେ ପ୍ରତିଦିନ ପ୍ରାଣାୟମ ଏବଂ ବ୍ୟାୟାମ କରି ପାରିବେ ଏହା ଦ୍ୱାରା ଆପଣ ଙ୍କ ଭିତର ଫୁସଫୁସ ରେ ଅମ୍ଳଜାନ ଠିକ ଭାବରେ ଆସିଥାଏ ଏବଂ ଆପଣ ଙ୍କୁ ନିଶ୍ୱାସ ନେବା ରେ କୌଣସି ଅସୁବିଧା ହୁଏ ନାହିଁ ଏବଂ ସମୟେ ସମୟେ ଡାକ୍ତର ଙ୍କ ପାଖକୁ ଯାଇ ନିଜର ଚେକଅପ ଏବଂ ଚିକିତ୍ସା ମଧ୍ୟ କରନ୍ତୁ । କରୋନା ରୁ ଭଲ ହେଲେ ମଧ୍ୟ ଏହି ସବୁ ସତର୍କତା ସହିତ ରହିବା ଆବଶ୍ୟକ ।
ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

