କରୋନାରେ ସୁସ୍ଥ ହେବା ପରେ କିପରି ନେବେ ନିଜ ସ୍ୱାସ୍ଥ୍ୟର ଯତ୍ନ- Dr Jyoti Ranjan Parida

ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମହାମାରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ମୃ-ତ୍ୟୁ ବରଣ ମଧ୍ୟ କରୁଛନ୍ତି ।

ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃ-ତ୍ୟୁ ବରଣ କରୁଛନ୍ତି । ଏହି ମହାମାରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି । ଏହି କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ ।

ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ । ତେବେ ଯଦି ଆପଣ ଙ୍କୁ କରୋନା ହୋଇ ସାରିଛି ଏବଂ ଆପଣ ସେଥିରୁ ବାହାରି ଆସିଛନ୍ତି ତେବେ ଆପଣ ଙ୍କୁ କଣ କଣ କରିବା ଉଚିତ ଆଜି ଆମେ ସେହି ବିଷୟରେ ଆଲୋଚନା କରିବା । ତେବେ ଆସନ୍ତୁ ଜାଣିନେବା କି କରୋନା ପରେ ନିଜର କିପରି ଯତ୍ନ ନେବା ।

କରୋନା ରୁ ଠିକ ହେବା ପରେ ମଧ୍ୟ ଆପଣ ନିଜକୁ ଆଇସଲେସନ ରେ ରହିବା ଉଚିତ ଦଶ ଦିନ ପର୍ଯ୍ୟନ୍ତ ଟିକେ ଅଲଗା ରହି ସତର୍କ ରହିବା ଦ୍ୱାରା ଏହା ନିଜ ପାଇଁ ଏବଂ ଅନ୍ୟ ଲୋକଙ୍କ ପାଇଁ ବହୁତ ଭଲ ହୋଇ ପାରିବ । ଯଦି ଆପଣ ଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଛି । କିମ୍ବା ଜ୍ୱର, ମୁଣ୍ଡ ବିନ୍ଧା ଏହି ଭଳି ଲକ୍ଷଣ ଦେଖା ଯାଉଥିଲେ ଆପଣ ଙ୍କୁ ଚିକିତ୍ସା ନେବାକୁ ପଡିବ କିନ୍ତୁ କରୋନା ଏକ ଭାଇରସ ତେଣୁ ତାହା ଭଲ ହେବା ପରେ ଆମ ଶରୀର ଟିକେ ଦୁର୍ବଳ ଲାଗିବ । ଟିକେ ଅସୁସ୍ଥ ଲାଗିବ ।

ଏହା ୪ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ । ଏହା କରୋନା ରୁ ସୁସ୍ଥ ହେବା ପରେ ଦେଖା ଦେଇଥାଏ । କୋଭିଡ ସମୟରେ ଅନେକ ଲୋକ ମାନସିକ ରୋଗ ର ଶିକାର ହେଉଛନ୍ତି । ଏହି ସମୟରେ ଲୋକମାନେ ବହୁତ ଚିନ୍ତା ରେ ରହୁଛନ୍ତି ଅଧିକ ଚାପ ଯୋଗୁଁ ସେମାନଙ୍କ ମନୋବଳ ମଧ୍ୟ ଭାଙ୍ଗି ଯାଉଛି ଏବଂ ସେମାନଙ୍କ ଶରୀର ଅଧିକ ଅସୁସ୍ଥ ହୋଇ ପଡୁଛି ତେଣୁ ମାନସିକ ଚିନ୍ତା ଏବଂ ଚାପ ନେବା ଉଚିତ ନୁହେଁ ।

ଆପଣ କରୋନା ରୁ ଭଲ ହେବା ପରେ ନିଜ ଖାଦ୍ୟ ପେୟ ର ଅଧିକ ଯତ୍ନ ନେବା ଆବଶ୍ୟକ । ଆପଣ ବାହାର ଖାଦ୍ୟ କୁ ବାରଣ କରନ୍ତୁ ଏବଂ କେବଳ ନିଜ ଘରର ରନ୍ଧା ଖାଦ୍ୟ କୁ ସେବନ କରନ୍ତୁ । ଆପଣ ଦହି,ଡାଲି, କ୍ଷୀର ଏବଂ ପୋଷଣ ମିଳୁଥିବା ଖାଦ୍ୟ ଖାଇବା ଉଚିତ । ଏହା ଛଡା ଆପଣ ଗରମ ପାଣି ମଧ୍ୟ ପିଇ ପାରିବେ । ଗରମ କ୍ଷୀର ରେ ହଳଦୀ ପକାଇ ମଧ୍ୟ ପିଇ ପାରିବେ ।

ଆପଣ ଠିକ ଭାବରେ ଶୁଅନ୍ତୁ ଏବଂ ବାମ୍ପ ମଧ୍ୟ ନେଇ ପାରିବେ । ଏବଂ କାଢା ମଧ୍ୟ ପିଇ ପାରିବେ ଏବଂ ଆପଣ ବ୍ୟାୟାମ ଏବଂ ପ୍ରାଣାୟମ କରି ପାରିବେ । ଅନୁଲୋମ ବିଲୋମ କରି ପାରିବେ । ଏହା ଦ୍ୱାରା ନିଜର ଯତ୍ନ ନିଅନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *