କରୋନା ଜନିତ କାଶକୁ କିପରି ଭଲ କରିବେ ? କାଢା କେମିତି ବନେଇବେ ? କଣ ପକେଇ ବାମ୍ଫ ନେବେ ? ଜାଣନ୍ତୁ ଏହାର ଘରୋଇ ଉପାୟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରୋନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି ।

ଭାରତ ର ଅନେକ ରାଜ୍ୟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । କରୋନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃ-ତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି । କରୋନା ରେ ଆକ୍ରାନ୍ତ ହେବା ଦ୍ଵାରା ପ୍ରଥମେ ଥଣ୍ଡା ଜ୍ଵର ସହିତ କାଶ ହୋଇଥାଏ ।

ତେବେ ଏହି କାଶ ହେବା ଦ୍ଵାରା ଛାତି ରେ ବହୁତ ଯନ୍ତ୍ରଣା ଅନୁଭବ ହୋଇଥାଏ । ତେବେ ଆଜି ଆମେ ଆପଣଂକୁ ଜଣାଇବାକୁ ଯାଉଛୁ କରୋନା ଜନିତ କାଶ ରୁ ଆପଣ କିପରି ଘରୋଇ ଉପଚାର ଦ୍ଵାରା ରକ୍ଷା ପାଇପାରିବେ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ସମ୍ପୂର୍ଣ୍ଣ କଥା ।

ବନ୍ଧୁଗଣ ଯଦି ଆପଣଙ୍କ ର ଶ୍ଵାସକ୍ରିୟା କରିବା ରେ ଅସୁବିଧା ହେଉଛି,କାଶ ହେଉଛି,ନାକ ରେ ପାଣି ଜମୁଛି,ଗଳା ରେ କିଛି ଅସୁବିଧା ହେଉଛି ତେବେ ଆପଣ ବୁଝିଯାଅନ୍ତୁ ଯେ ଆପଣଙ୍କ ର ଗଳା ରେ ସଂକ୍ରମଣ ହୋଇଯାଇଛି । କାଶ ଦୁଇ ପ୍ରକାର ର ହୋଇଥାଏ ଯଥା ଶୁଖିଲା କାଶ ଓ ଓଦା କାଶ । ଓଦା କାଶ ରେ ଆପଣଙ୍କ କାଶ ରେ କଫ ବାହାରି ଥାଏ ।

ତେବେ ବନ୍ଧୁଗଣ ଏହି କାଶ କୁ ଭଲ କରିବାକୁ ହେଲେ ଆପଣ ସକାଳୁ ଉଠି ଗରମ ପାଣି ରେ ଲୁଣ ପକାଇ ଏହାକୁ ପାଟି ଦ୍ଵାରା ନିଜ ଗଳା ପାଖକୁ ନେଇ କିଛି ସମୟ ରଖନ୍ତୁ ଓ ଏହା ପରେ ତାହାକୁ ବାହାରକରି ଦିଅନ୍ତୁ । ଏହା ବ୍ୟତୀତ ଆପଣ ବେଟାଡିନ ଦ୍ଵାରା ମଧ୍ୟ ଏହିପରି କରିପାରିବେ । ମେଡିକାଲ ଷ୍ଟୋର ରେ ଆପଣଂକୁ ବେଟାଡିନ ଗର୍ଗଲ ମିଳିଯିବ । ଗରମ ପାଣି ରେ ଆପଣ ବେଟାଡିନ କୁ ପକାଇ ଏହି ପରି ପ୍ରତିଦିନ ସକାଳେ ଓ ଦିନ କୁ ୩ ରୁ ୪ ଥର କରିବା ଦ୍ୱାରା କାଶ ଦୂର ହୋଇଯାଇଥାଏ ।

ଯଦି ଆପଣଙ୍କ ର କାଶ ହେଉଛି ତେବେ ସବୁବେଳେ ଗରମ ପାଣି ପିଅନ୍ତୁ । ଥଣ୍ଡା ପାଣି ଆଦୋୖ ପିଅନ୍ତୁ ନାହିଁ । ଗରମ ପାଣି ପିଇବା ଦ୍ୱାରା ଏହା ଆମ ଗଳା ରେ ଥିବା ସମସ୍ତ ଭୁତାଣୁ କୁ ମାରିଦେଇଥାଏ ଓ କାଶ ଭଲ ହୋଇଯାଇଥାଏ । ଯେତେବେଳେ ବି ଆପଣ ପାଣି ପିଉଛନ୍ତି ସବୁବେଳେ ଅଳ୍ପ ଅଳ୍ପ ପରିମାଣ ରେ ପାଣି ପିଅନ୍ତୁ ଓ କେବେହେଲେ ବି ଉପରକୁ ମୁହଁ କରି ପାଣି ପିଅନ୍ତୁ ନାହିଁ । ଯଦି ଆପଣଙ୍କ ର କାଶ ହେଉଛି ତେବେ ଆପଣ ଲେମ୍ବୁ ପାଣି ପିଅନ୍ତୁ କିମ୍ବା ଲେମ୍ବୁ ପାଣି ଦ୍ଵାରା ପ୍ରସ୍ତୁତ ଚାହା କୁ ପିଅନ୍ତୁ । ଏହାକୁ ଆପଣ ଦିନରେ ଥରେ କିମ୍ବା ଦୁଇ ଥର ପିଇପାରିବେ । କାଶ ପାଇଁ ସବୁଠାରୁ ଭଲ ଉପାୟ ହେଉଛି ମହୁ ।

ଯେବେ ବି ଆପଣଙ୍କ ର କାଶ ହେଉଛି ସେତେବେଳେ ଆପଣ ଗରମ ପାଣି ରେ ଲେମ୍ବୁ ସହିତ ମହୁ ପକାଇ ପିଅନ୍ତୁ । ଏହାକୁ ପିଇବା ଦ୍ୱାରା କାଶ ତୁରନ୍ତ ଭଲ ହୋଇଯାଇଥାଏ । ଏହା ବ୍ୟତୀତ ଯଦି ଆପଣଙ୍କ କାଶ ହେଉଛି ତେବେ ଆପଣ ଗରମ ସୁପ ପିଅନ୍ତୁ । ସୁପ ପିଇବା ଦ୍ୱାରା କାଶ ବନ୍ଦ ହୋଇଯାଇଥାଏ । ଯଦି ଆପଣଙ୍କ ର କାଶ ହେଉଛି ତେବେ ଆପଣ ଏହି ସବୁ କୁ ଆପଣାଇବା ଦ୍ଵାରା ଆପଣଙ୍କ ର କାଶ ତୁରନ୍ତ ଭଲ ହୋଇଯିବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *