ବନ୍ଧୁଗଣ ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ବହୁତ ଭୟଙ୍କର ରୂପ ନେଇ ସାରିଛି । କରୋନା ମହାମାରୀର କୋପ ଏତେ ବଢି ଯାଇଛି ଯେ ଦିନକୁ ଦିନ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରା-ଣ ହ-ରା-ଉ-ଛନ୍ତି । ଗତବର୍ଷ ଅପେକ୍ଷା ଏହି ବର୍ଷ ବହୁତ ଲୋକ ଏହି ଭାଇରସରେ ଆ-କ୍ରା-ନ୍ତ ହୋଇ ନିଜର ପ୍ରା-ଣ ହ-ରା-ଉ-ଛନ୍ତି । ଏହା ସହିତ ହସ୍ପିଟାଲରେ ବେଡ ସଂଖ୍ୟା କମ ଅଛି ଓ ଅକ୍ସିଜେନ ମଧ୍ୟ ମିଳୁ ନାହିଁ ଯେଉଁଥି ପାଇଁ ଅଧିକ ଲୋକଙ୍କୁ ଏହି ଭାଇରସ ଠାରୁ ବଞ୍ଚେଇ ହେଉ ନାହିଁ ।
ଏହି ଭାଇରସକୁ ମୁକାବାଲା ପାଇଁ କେନ୍ଦ୍ର ସରକାର ଗତ ମେ ୧ ତାରିଖରୁ କରୋନା ଟୀକା ଦେଶରେ ଦେଉଛନ୍ତି । ହେଲେ ବନ୍ଧୁଗଣ ଟୀକା ନେବା ପରେ ମଧ୍ୟ କେତେକ ଲୋକଙ୍କୁ ଏହି ଭାଇରସ ପୁଣି ଆ-କ୍ରା-ନ୍ତ କରିଦେଉଛି ।
ଏବେ ଏହି କରୋନା ଆ-କ୍ରା-ନ୍ତ-ଙ୍କ ଚିକିତ୍ସା ପାଇଁ ଭାରତ ସରକାର ଏକ ବିଦେଶୀ କମ୍ପାନୀର ଔଷଧକୁ ଅନୁମତି ଦେଇଛନ୍ତି । ଜରୁରୀକାଳୀନ ଭାବରେ ଏହି ଔଷଧ ବ୍ୟବହାର ହେବ ବୋଲି ଜଣାପଡ଼ିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଔଷଧ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ଫାର୍ମା କମ୍ପାନୀ ରୋଚେ ଇଣ୍ଡିଆ କହିଛି ଯେ, ‘କରୋନା ଆ-କ୍ରା-ନ୍ତ-ଙ୍କ ଚିକିତ୍ସା ପାଇଁ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଆଣ୍ଟିବେଡିଜ କକଟେଲକୁ ଚିକିତ୍ସାରେ ବ୍ୟବହାର କରିବାକୁ ଅନୁମତି ମିଳିଛି। ଭାରତ ସରକାରଙ୍କ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଏହି କକଟେଲକୁ ଜରୁରୀକାଳୀନ ଭାବରେ ବ୍ୟବହାର କରିବାକୁ ଅନୁମତି ଦେଇଛି ।
ଆମେରିକାର ଏମରଜେନ୍ସ ୟୁଜ ଅଫ ଅଥରାଇଜେସନରେ ଦାଖଲ ହୋଇଥିବା ତଥ୍ୟ ଏବଂ ମାନବ କ୍ଲିନିକାଲ୍ ଉତ୍ପାଦ ବ୍ୟବହାର ଉପରେ ୟୁରୋପୀୟ ୟୁନିଅନ୍ କମିଟିର ବୈଜ୍ଞାନିକଙ୍କ ମତ ଉପରେ ଆଧାର କରି ଏହି କକଟେଲକୁ ଅନୁମତି ଦିଆଯାଇଛି।
ବନ୍ଧୁଗଣ ବର୍ତ୍ତମାନ କରୋନା ସଂ-କ୍ର-ମ-ଣ ବହୁତ ତୀବ୍ର ଗତିରେ ବାଢୁଛି ଓ ଏହି ସଂ-କ୍ର-ମ-ଣରେ ଅଧିକାଂଶ ଲୋକ ଗୁରୁତ୍ଵର ହୋଇଯାଉଛନ୍ତି । ତେଣୁ ଏହି ଗୁରୁତ୍ଵରଙ୍କ ସଂଖ୍ୟା କମାଇବାରେ ଆଣ୍ଟିବେଡି କକଟେଲ ସାହାର୍ଯ୍ୟ କରିବ । କାସିରିଭିମାବ ଏବଂ ଇମଡେଭିମାବ ଭଳି କକଟେଲ କରୋନା ଭାଇରସକୁ ଦୁର୍ବଳ କରିବାରେ ସହାୟକ ହେବେ ବୋଲି କମ୍ପାନୀ କହିଛି।
ଏହାଦ୍ୱାରା ଗୁରୁତରଙ୍କ ସଂଖ୍ୟା କମିଯିବ ଓ ଭାରତରେ ଫାର୍ମା କମ୍ପାନୀ ସିପ୍ଲା ସହିତ ମିଶି ରୋଚେ ଏହି ଆଣ୍ଟିବଡି ତିଆରି କରିବ ବୋଲି ଜଣାପଡ଼ିଛି । କାସିରିଭିମାବ ଓ ଇମଡେଭିମାବ ହେଉଛି ମାନବ ଇମ୍ୟୁନୋଗ୍ଲୋବୁଲିନ ଜି -1 ମୋନୋକ୍ଲୋନାଲ ଆଣ୍ଟିବଡି । ଯାହା ଡିଏନଏ ଟେକ୍ନୋଲୋଜି ଦ୍ୱାରା ତିଆରି ହୋଇଛି।
ବନ୍ଧୁଗଣ ରୋଚଙ୍କ ମତରେ, ଦୁଇଟି ନ୍ୟୁଟ୍ରାଲାଇଜେସନ୍ ଆଣ୍ଟିବୋଡିଜ କୋଭିଡ ଆକ୍ରାନ୍ତ ମଣିଷ ଶରୀରରେ ପ୍ରୟୋଗ ହେବା ପରେ କୋଭିଡ ଭାଇରସକୁ ଶରୀର ଭିତରେ ବ୍ୟାପିବାରେ ରୋକିଦିଏ ଯାହାଫଳରେ ରୋଗୀ ଅଧିକ ଗୁରୁତ୍ଵର ଅବସ୍ତାକୁ ଆସିନଥାଏ । ଏହି କକଟେଲ ୧୨ ବର୍ଷରୁ ଉର୍ଦ୍ଧ ବୟସ୍କ ପିଲା ମାନଙ୍କୁ ଦିଆଯାଇପାରିବ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ