ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟର ଦେଶରେ ଥିବା ଏହି ସ୍ଥିତି ରେ ପ୍ରତିଦିନ ହସ୍ପିଟାଲ ରୁ ଆସୁଛି ଦେହ ଥରାଇ ଦେବା ଭଳି ଦୃଶ୍ୟ । ମଧ୍ୟ ପ୍ରଦେଶ ର ସ୍ଥିତି ଦେଖି ଆପଣଙ୍କ ଆତ୍ମା ଥରି ଉଠିବ । ମଧ୍ୟ ପ୍ରଦେଶ ର ଦେବେଶ ହସ୍ପିଟାଲରେ ଏକ କୋରନା ରୋଗୀ ଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଉଜେନ ଜିଲ୍ଲା ନଗଦା ବାସିନ୍ଦା ଅନୀଲ ସାହାଣୀ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଙ୍କୁ ନଜର ରେ ରଖି ଏକ ଭିଡିଓ ପୋଷ୍ଟ କରିଛନ୍ତି ।
ସେ ଏହି ଭିଡିଓ ରେ ନିଜର ଜୀବନ ବଞ୍ଚାଇବା ନିମନ୍ତେ ନେହୁରା ହେଉଛନ୍ତି । ଯାହା ଆପଣ ଦେଖିଲେ ହୁଏତ ନିଜକୁ ସମ୍ଭାଳି ପାରିବେ ନାହିଁ । ୩୨ ବର୍ଷୀୟ ଅନୀଲ ବିଗତ ୭ ଦିନ ତଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅନୀଲ ଙ୍କ ମାତା ପିତା ଙ୍କ ମୃ-ତ୍ୟୁ ହୋଇ ସାରିଛି । ତାଙ୍କର ଜଣେ ଭଉଣୀ ଅଛନ୍ତି ଏବଂ ଅନୀଲ ହେଉଛନ୍ତି ତାଙ୍କ ଭଉଣୀ ଙ୍କ ଏକମାତ୍ର ସାହାରା ।
ସେ ଏହି ଭିଡିଓ ମାଧ୍ୟମରେ କାନ୍ଦି କାନ୍ଦି ନିଜ ଜୀବନ ବଞ୍ଚେଇବା ପାଇଁ ନେହୁରା ହେଉଛନ୍ତି । ତାଙ୍କ କହିବାନୁସାରେ ଅକ୍ସିଜେନ ର ଅଭାବ ରୁ ତାଙ୍କୁ ବହୁତ କଷ୍ଟ ଅନୁଭବ ହେଉଛି । ହସ୍ପିଟାଲରେ ଅନେକ ଲୋକ ଛଟପଟ ହେଉଛନ୍ତି । ହସ୍ପିଟାଲରେ କେହି ବି ତାଙ୍କ କଥା ଶୁଣୁ ନାହାନ୍ତି । ତେଣୁ ସେ ମୁଖ୍ୟମନ୍ତ୍ରୀ ଙ୍କୁ ନିଜର ଶେଷ ସାହାରା ଭାବି ଭିଡିଓ ରେ ଅନୁରୋଧ କରୁଛନ୍ତି ।
ସେ ଏହି ଭିଡିଓ ରେ କହୁଛନ୍ତି ତାଙ୍କ ଭଉଣୀ ଙ୍କୁ ମାତ୍ର ୨୦ ବର୍ଷ । ଯଦି ତାଙ୍କର କିଛି ହେଇଯିବ ତେବେ ତାଙ୍କ ଭଉଣୀ ଅନାଥ ହୋଇଯିବେ । ସେ ନିଜ ଭଉଣୀ ଙ୍କ ପାଇଁ ବଂଚିବାକୁ ଚାହାନ୍ତି ।
ଅନୀଲ ଙ୍କୁ ଇଂଜେକସନ ଦେଇଥିଲେ ଜଣେ ନର୍ସ । କିନ୍ତୁ ଏହାର କିଛି ଘଣ୍ଟା ପରେ ଅନୀଲ ଙ୍କ ମୃ-ତ୍ୟୁ ଘଟିଛି । ଦେବେଶ ହସ୍ପିଟାଲ କୁ ସରକାର କୋଭିଡ ହସ୍ପିଟାଲ ବୋଲି ଘୋଷଣା କରିଛନ୍ତି । କିନ୍ତୁ ଅକ୍ସିଜେନ ଅଭାବ ରୁ ଏହି ହସ୍ପିଟାଲରେ କେବଳ ଅନୀଲ ନୁହେଁ ଅନେକ ରୋଗୀ ଙ୍କ ମୃ-ତ୍ୟୁ ହେବା ମାମୁଲି କଥା ହୋଇ ଯାଇଛି ।
୨୫ ତାରିଖ ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅନୀଲ । ଅନୀଲ ଙ୍କ ସିଟି ସ୍କାନ ହୋଇଥିଲା ଏବଂ ତାଙ୍କ ଶରୀର ୯୦% ସଂକ୍ରମଣ ହୋଇଥିଲା ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କ ତରଫ ରୁ ଶୁଣିବାକୁ ମିଳିଛି । ଘରେ ବହୁତ ଦିନ ଧରି କୋରନା ରୋଗ ସହ ଲଢୁ ଥିଲେ ଅନୀଲ ଏବଂ ସ୍ଥିତି ଖରାପ ହେବା ପରେ ସେ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ । ଶେଷରେ ସେ ସବୁ ଦିନ ପାଇଁ ଆଖି ବୁଜି ଦେଲେ ।
କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଏହା ଉଠୁଛି ଯେ ଯଦି ଅନୀଲ ଙ୍କ ଶରୀର ୯୦% ସଂକ୍ରମିତ ହୋଇଥିଲା ତେବେ ସେ ଭିଡିଓ ରେ କିପରି ସ୍ପଷ୍ଟ ରୂପରେ କଥା ହୋଇପାରୁ ଥିଲେ? ହସ୍ପିଟାଲ କର୍ତ୍ତୃପକ୍ଷ ନିଜର ଦୋଷ ଲୁଚାଇବା ନିମନ୍ତେ ଏଭଳି କଥା କହୁ ନାହାନ୍ତି ତ? ଏହି ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ସୃଷ୍ଟି ହୋଇଛି ।
ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଶୁଣିବାକୁ ମିଳୁଛି ଅନୀଲ ମୁଖ୍ୟମନ୍ତ୍ରୀ ଙ୍କ ସମ୍ପର୍କୀୟ ଭଣଜା ଥିଲେ । ଯଦି ମୁଖ୍ୟମନ୍ତ୍ରୀ ଙ୍କ ସଂପର୍କୀୟ ଏହି ମ-ହା-ମା-ରୀ ରେ ଏଭଳି ଅବସ୍ଥା ହେଉଛି ତେବେ ସାଧାରଣ ମଣିଷ କରିବେ କଣ ? ତେଣୁ ବନ୍ଧୁଗଣ ସତର୍କ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁ । ମାସ୍କ ଓ ସାନିଟାଇଜର ର ନିୟମିତ ବ୍ୟବହାର କରନ୍ତୁ ଏବଂ ଘରେ ରୁହନ୍ତୁ ।