କଣ ଖାଇଲେ ବଢିବ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ? Dr Madhusmita Das

ବନ୍ଧୁଗଣ ବର୍ତ୍ତମାନ ଦୁନିଆରେ କରୋନା ମହାମାରୀର କୋପ ବଢି ବାରେ ଲାଗିଛି । ଦେଶରେ ଅନେକ ରାଜ୍ୟରେ ସଂକ୍ରମଣ ଏତେ ବଢି ଯାଇଛି ଯେ ରାଜ୍ୟ ସରକାର କିଛି ଟା ସହରରେ ଲକଡାଉନ କରିବା ପାଇଁ ଘୋଷଣା କରିଛନ୍ତି । ବନ୍ଧୁଗଣ ଏହି ଭାଇରସରେ ସଂକ୍ରମଣ ହୋଇ ଲାକ୍ଷାଧିକ ଲୋକ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ଗତବର୍ଷ ଅପେକ୍ଷା ଏହି ବର୍ଷ ଏହି ଭାଇରସ ଦୁଇଗୁଣ ଅଧିକ ଶକ୍ତିଶାଳୀ ହୋଇ ଆସିଛି ଯାହାଫଳରେ ବହୁତ କମ ଲୋକ ଏହି ଭାଇରସର ମୁକବାଲା କରିପାରୁଛନ୍ତି ।

ବନ୍ଧୁଗଣ ସାଧାରଣତଃ ଏହି ଭାଇରସର ଲକ୍ଷଣ ଗତବର୍ଷ ଅପେକ୍ଷା ଏହି ବର୍ଷ ବହୁତ ବଦଳି ଯାଇଛି । ଏହି ଭାଇରସର ମୁକାବାଲା କରିବା ପାଇଁ ମଣିଷ ଶରୀରର ରୋଗପ୍ରତିଷେଧକ ଶକ୍ତି ଅଧିକ ରହିବା ନିହାତି ଆବଶ୍ୟକ ।

ବନ୍ଧୁଗଣ ସମସ୍ତଙ୍କ ଶରୀରରେ ଥିବା ରୋଗପ୍ରତିଷେଧକ ଶକ୍ତି ଭିନ୍ନ ଭିନ୍ନ ଥାଏ ହେଲେ ବର୍ତ୍ତମାନର ସମୟରେ ଆମେ ଆମ ଶରୀରର ରୋଗପ୍ରତିଷେଧକ ଶକ୍ତିକୁ ବଢାଇ ପାରିବେ । ଆଜିଆମେ ଆପଣ ମାନଙ୍କୁ ଡାକ୍ତର ମଧୁସ୍ମିତା ଦାସଙ୍କ ମତରେ କିପରି ଆମ ଶରୀରର ରୋଗପ୍ରତିଷେଧକ ଶକ୍ତିକୁ ବଢାଇବା ତାହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଡାକ୍ତର ମଧୁସ୍ମିତା ଦାସଙ୍କ ମତରେ, ଯେଉଁ ଖାଦ୍ୟ ମଣିଷ ଶରୀରକୁ ଅଧିକ ପୋଷାକ ତତ୍ଵ ଦେବ ସେହି ଖାଦ୍ୟର ସେବନ କରିବା ଉଚିତ । ଆମକୁ ଏପରି କିଛି ଖାଦ୍ୟର ସେବନ କରିବା ଉଚିତ ଯେଉଁଥିରେ ଭିଟାମିନ୍ସ, ପ୍ରୋଟିନ, କାର୍ବୋ ହାଇଡ୍ରେଟ, ମିନାରାଲ୍ସ ଓ ଫ୍ୟାଟ ଆଦି ତତ୍ଵ ଥିବ । ବନ୍ଧୁଗଣ ଆମ ଶରୀରରେ ଦୁଇ ପ୍ରକାରର ରୋଗପ୍ରତିଷେଧକ ଶକ୍ତି ରହିଥାଏ । ପ୍ରଥମଟି ହେଉଛି ଯାହା ଜନ୍ମରୁ ଆମ ଶରୀରରେ ଥାଏ ଓ ତାହା ଆମକୁ ଅନେକ ପ୍ରକାରର ରୋଗରୁ ବଞ୍ଚାଇ ରଖିଥାଏ ।

ଦ୍ଵିତୀୟରେ ହେଉଛି ଆମେ ଆମ ଜୀବନକାଳ ମଧ୍ୟରେ ଯଦି କୌଣସି ଟୀକା ନେଇଥାଉ ତା ହେଲେ ସେହି ଟୀକା ଜନିତ କୌଣସି ସମସ୍ୟା ଆମ ଶରୀରରେ ହୋଇନଥାଏ । ତେଣୁ ବନ୍ଧୁଗଣ ଯଦି ଆମେ କରୋନା ଟୀକା ନେବା ତା ହେଲେ ଆମ ଶରୀରର ରୋଗପ୍ରତିଷେଧକ ଶକ୍ତି ଏହି ଭାଇରସର ମୁକବାଲା କରିବା ପାଇଁ ବହୁତ ଅଧିକ ବଢିଯିବ ।

ବନ୍ଧୁଗଣ ସାଧାରଣତଃ ରୋଗପ୍ରତିଷେଧକ ଶକ୍ତିକୁ ବଢାଇବା ପାଇଁ ଆମକୁ ସବୁଦିନ ଯୋଗ ଓ ବାୟାମ ଆଦି କରିବା ନିହାତି ଆବଶ୍ୟକ । ଦ୍ଵିତୀୟରେ ହେଉଛି ଆମକୁ ସବୁଦିନ ସୁଷମ ଖାଦ୍ୟର ସେବନ କରିବା ଉଚିତ ଯେଉଁଥିରେ ଉପରକ୍ତ ସମସ୍ତ ତତ୍ଵ ରହିଥିବ । ତୃତୀୟରେ ହେଉଛି ଆପଣ ମାନଙ୍କୁ ସୁନିଦ୍ରାର ଆବଶ୍ୟକତା ରହିଛି । ଚତୁର୍ଥରେ ହେଉଛି ଆପଣ ଅଧିକ ଚିନ୍ତା କରନ୍ତୁ ନାହିଁ ।

ବର୍ତ୍ତମାନର ସମୟରେ ଅଧିକାଂଶ ଲୋକ ଏହି ଭାଇରସ ପାଇଁ ବହୁତ ଭୟ କରୁଛନ୍ତି ହେଲେ ଆପଣ ମାନଙ୍କୁ ଚିନ୍ତାମୁକ୍ତ ରହିବା ଉଚିତ । ବନ୍ଧୁଗଣ ଖାଦ୍ୟରେ ଆପଣ ସମସ୍ତ ଡାଲି ଜାତୀୟ ଶସ୍ୟର ସେବନ କରନ୍ତୁ । ଏହା ସହିତ ଆପଣ ଛେନା, କ୍ଷୀର, ବାଦାମ, ଚଣା ଓ ସୋୟାବିନ ଆଦିର ସେବନ କରନ୍ତୁ । ଏହା ସହିତ ଆପଣ କିଛି ଭିଟାମିନ୍ସ ଓ ମିନାରଲ୍ସ ଜାତୀୟ ଖାଦ୍ୟର ସେବନ ନିଶ୍ଚୟ କରନ୍ତୁ । ତା ହେଲେ ବନ୍ଧୁଗଣ ଯଦି ଆପଣ ଏହି ସବୁ କଥା ଗୁଡିକୁ ମାନି ଚଳିବେ ତା ହେଲେ ଆପଣଙ୍କ ରୋଗପ୍ରତିଷେଧକ ଶକ୍ତି ନିଶ୍ଚୟ ବଢିଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *