ଯଦି ଆପଣଙ୍କ ରିପୋର୍ଟ ପଜିଟିଭ ଆସେ ତ ଆପଣ କଣ କରିବେ ? ନିଶ୍ଚୟ ଜାଣି ରଖନ୍ତୁ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଯେତେବେଳେ ପୃଥିବୀ ରେ ପାପ ର ମାତ୍ରା ବହୁତ ବଢିଯାଏ ସେତେବେଳେ ଅନେକ ପ୍ରକାର ଅଘଟଣ ଘଟିବାର ଦେଖିବାକୁ ମିଳିଥାଏ । ପାପ ର ମାତ୍ରା ବହୁତ ବଢିଯିବା ଦ୍ୱାରା ଭୂକମ୍ପ, ବାତ୍ୟା,ବନ୍ୟା,ସୁନାମି ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିଥାଏ । ସେହି ପରି ଭାବରେ ଅନେକ ସମୟ ରେ କେତେକ ମହାମାରୀ ରୋଗ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ମହାମାରୀ ରୋଗ ରେ ଅନେକ ଲୋକଙ୍କ ଜୀବନ ଯାଇଥାଏ ।

ସେହି ପରି ଏକ ମହାମାରୀ ରୋଗ ଦେଖା ଦେଇଛି ଯାହାର ନାମ ହେଉଛି କରୋନା । କରୋନା ପାଇଁ ସମଗ୍ର ବିଶ୍ୱ ବହୁତ ଚିନ୍ତିତ ଅଛନ୍ତି । ଏହା ସମଗ୍ର ବିଶ୍ୱ କୁ ବହୁତ ମାତ୍ରା ରେ ପ୍ରଭାବିତ କରିଛି । ଦୀର୍ଘ ଏକ ବର୍ଷ ଧରି ସମଗ୍ର ବିଶ୍ୱ ଏହି ମହାମାରୀ ପାଇଁ ଘରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇ ରହିଥିଲେ ।

ପୁନର୍ବାର ଦୀର୍ଘ ଏକ ବର୍ଷ ପରେ କରୋନା ର ଏକ ନୂଆ ରୂପ ଦେଖିବାକୁ ମିଳୁଛି । ସମୟେ ସମୟେ ଏହି ମହାମାରୀ କୁ ନେଇ ଅନେକ ପ୍ରକାର ରୋଚକ ତଥ୍ୟ ଶୁଣିବାକୁ ମିଳୁଛି । କରନା ରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଔଷଧ ବାହାରି ନାହିଁ । ତଥାପି ବିଶେଷଜ୍ଞ ମାନଙ୍କ ମତ ରେ ଯଦି ଆପଣଙ୍କ ର ରିପୋର୍ଟ ପଜେଟିଭ ଆସୁଛି ତେବେ ଆପଣ ଆଦୋୖ ଭୟଭୀତ ହୁଅନ୍ତୁ ନାହିଁ । ବରଂ ବିଶେଷଜ୍ଞ ମାନଙ୍କ ପରାମର୍ଶ ଅନୁସାରେ କେତେକ ନିୟମ କୁ ଅବଲମ୍ବନ କରନ୍ତୁ । ତେବେ ଆସନ୍ତୁ ଜାଣିବା ଯଦି ରିପୋର୍ଟ ପଜେଟିଭ ଆସେ ତେବେ କଣ କରିବା ଉଚିତ ।

ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଯଦି କୌଣସି ବ୍ୟକ୍ତି ର ରିପୋର୍ଟ ପଜେଟିଭ ଆସୁଛି ତେବେ କେବଳ ସେ ନୁହେଁ ତାର ଆଖପାଖ ର ସମସ୍ତ ଲୋକ ମାନଙ୍କ ମଧ୍ୟରେ ଏକ କୋକୁଆ ଭୟ ଦେଖିବାକୁ ମିଳୁଛି । କିନ୍ତୁ ବନ୍ଧୁଗଣ ଏତେ ଭୟଭୀତ ହେବେ ଆଦୌ ଆବଶ୍ୟକ ନାହିଁ କାରଣ ଶତକଡା ୧୦୦ ଭାଗ ରୁ ୮୫ ଭାଗ ସଂକ୍ରମିତ ଙ୍କ ଠାରେ କେବଳ ସାଧାରଣ ଲକ୍ଷଣ ପରିଲକ୍ଷିତ ହେଉଛି ଓ ୧୦ ରୁ ୧୫ ଭାଗ ଲୋକଙ୍କ ଠାରେ ଏହି ଦ୍ଵିତୀୟ ଲହରୀ ଦେଖିବାକୁ ମିଳୁଛି ।

ବର୍ତ୍ତମାନ ସମୟ ରେ ବହୁତ ଭାବରେ ଅମ୍ଳଜାନ ର ଅଭାଵ ଦେଖିବାକୁ ମିଳୁଛି ତେଣୁ ଲୋକମାନେ ପୂର୍ବରୁ ହିଁ ନିଜ ପାଖରେ ଅମ୍ଳଜାନ ସିଲିଣ୍ଡର ପାଖରେ ରଖିଦେଉଛନ୍ତି । ଯାହା ଫଳ ରେ ଆକ୍ରାନ୍ତ ଙ୍କୁ ଠିକ ଭାବରେ ଅମ୍ଳଜାନ ଯୋଗାଇ ଦିଆଯାଇ ପାରୁନାହିଁ । ତେଣୁ ଆପଣ ଏହି କ୍ଷେତ୍ରରେ ମଧ୍ୟ ବିଲକୁଲ ଭୟ କରନ୍ତୁ ନାହିଁ ।

ବନ୍ଧୁଗଣ ବର୍ତ୍ତମାନ କୌଣସି ପ୍ରକାର ଔଷଧ କରନା କୁ ବି-ନା-ଶ କରିବା ପାଇଁ ବାହାରି ନାହିଁ । କିନ୍ତୁ ଅନେକ ଲୋକ ବର୍ତ୍ତମାନ ସୋସିଆଲ ମିଡ଼ିଆ କିମ୍ବା ଇଣ୍ଟରନେଟ ରୁ ଦେଖି କରି ଅନେକ ପ୍ରକାର ଔଷଧ ଖାଉଛନ୍ତି । କିନ୍ତୁ ବିଶେଷଜ୍ଞ ମାନଙ୍କ ମତ ରେ ଏହି ସବୁ ଔଷଧ ଖାଇବା ଦ୍ଵାରା କୌଣସି ଉପଶମ ମିଳିବ ନାହିଁ । ଆପଣ ଡାକ୍ତର ଙ୍କ ପରାମର୍ଶ କରି ଔଷଧ ସେବନ କରନ୍ତୁ ।

ଯଦି ଆପଣଙ୍କୁ ଜ୍ୱର ହେଉଛି ତେବେ ଆପଣ ପାରାସିଟାମୋଲ ଖାଇପାରିବେ । ଯଦି ଆପଣଙ୍କ ର କେବଳ ସାଧାରଣ ଲକ୍ଷଣ ଦେଖାଦେଉଛି ତେବେ ହଟାତ ଡାକ୍ତରଖାନା ରେ ଭର୍ତ୍ତି ହୋଇ ଯାଆନ୍ତୁ ନାହିଁ । ଆପଣ ନିଜ ଘରେ ଯଦି ଆଇସୋଲେସନ ବ୍ୟବସ୍ଥା ଅଛି ତେବେ ଘରେ ହିଁ ରହି ଯାଆନ୍ତୁ । କାରଣ ଏପରି କରିବା ଦ୍ୱାରା ଯେଉଁମାନେ ଗୁରୁତର ଅବସ୍ଥାରେ ଥାଆନ୍ତି ସେମାନଙ୍କ ର ଚିକିତ୍ସା ଠିକ ଭାବରେ କାରାଯାଇ ଥାଏ । ତେଣୁ ଯଦି ଆପଣଙ୍କ ରିପୋର୍ଟ ପଜେଟିଭ ଆସୁଛି ତେବେ ଆପଣ ଏହି ସବୁ ନିୟମ କୁ ମାନି ଚଳନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *