ନମସ୍କାର ବନ୍ଧୁଗଣ ଆଜି କାଲି କରୋନା ବଢ଼ିବାରେ ଲାଗିଛି । ଆଉ ଏବେ କରୋନା ରୁ ବଞ୍ଚିବା ପାଇଁ ଡାକ୍ତର ଙ୍କ ପାଖକୁ ନ ଆସି ଘରେ ହିଁ ନିଜର ଯତ୍ନ ନିଅନ୍ତୁ । ଏବଂ ଘରେ କିପରି ଆମେ ନିଜର ଯତ୍ନ ନେବା ତାହା ଶିଖିବା ବହୁତ ଗୁରୁତ୍ୱପୂର୍ଣ୍ଣ । ଏବଂ ତା ସହ କରୋନା କାହାକୁ କହିବା ଏବଂ କାହାକୁ ସାମାନ୍ୟ ଜ୍ଵର କହିବା ତାହା ମଧ୍ୟ ଜାଣିବା ଉଚିତ । ପ୍ରଥମତଃ ଡରିବା ବିଲକୁଲ ଆବଶ୍ୟକତା ନାହିଁ । ଏଵଂ ଅଧିକ ଚିନ୍ତା ମଧ୍ୟ କରିବା ଉଚିତ ନୁହେଁ ।
ଯେଉଁ ବ୍ୟକ୍ତି ମାନେ ଶହେ ଡିଗ୍ରୀ ରୁ ଅଧିକ ଫିବର ଅଛି ସେମାନଂକୁ କୌଣସି ବି ଭାଇରାଲ ଫିବର ହେବାର ସମ୍ଭାବନା ଅଧିକ ରହିଛି । ଆପଣ ଘରେ ପ୍ରଥମେ ଖାଦ୍ୟ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ । ଖାଦ୍ୟ ରେ ସବୁଜ ପନିପରିବା ଖାଇବା ଆବଶ୍ୟକ । ପ୍ରୋଟିନ ଯୁକ୍ତ ଖାଦ୍ୟ ନିଶ୍ଚିତ ଭାବରେ ଖାଇବା ଉଚିତ ।
ଅଦା ଏବଂ ଲେମ୍ବୁର ବ୍ୟବହାର ଅଧିକ ମାତ୍ରାରେ କରନ୍ତୁ । ଆମିଷ ଅର୍ଥାତ ମାଂସ, ମାଛ, ଆଦି କୁ ଟିକେ ବାରଣ କରନ୍ତୁ । ଏହା ସହ ଭିଟାମିନ- ସି ଔଷଧ ସେବନ କରନ୍ତୁ । କ୍ୟାଲସିୟମ ଔଷଧ ମଧ୍ୟ ସେବନ କରନ୍ତୁ । ଓ ଆର ଏସ ପାଣି କିମ୍ବା ଘରେ ଲେମ୍ଭୁ ପାଣି କୁ ମଧ୍ୟ ସେବନ କରନ୍ତୁ ।
ଏହା ସହ ଆପଣ ମାସ୍କ ପିନ୍ଧନ୍ତୁ ଏବଂ ଦୂରତା ବଜାୟ ରଖନ୍ତୁ । ହାତ କୁ ସର୍ଵଦା ଧୋଇ ସଫା ରଖନ୍ତୁ । ସାନିଟାଇଜର ବ୍ୟବହାର କରନ୍ତୁ । କେବେବି ହାତ ରେ ଆଖି କୁ ପାଟି କୁ ନାକ କୁ ହାତ ମାରନ୍ତୁ ନାହିଁ । ଯେଉଁ ଲୋକ ମାନଂକୁ ଥଣ୍ଡା ଜ୍ଵର ଅଛି ସେମାନଙ୍କ ପାଇଁ ସବୁଠାରୁ ଭଲ ଔଷଧ ହେଉଛି ପାରାସିଟାମଲ । ଆଜିଥ୍ରୋ ମାଇସିନ ମଧ୍ୟ ନେଇ ପାରିବେ ।
ଏହା ଛଡା ଆପଣ ଗରମ ପାଣି ରେ ଗାଧାନ୍ତୁ । ଏହା ଦ୍ୱାରା ଆପଣଙ୍କ ଶରୀର ରେ ଥିବା କୌଣସି ବି ଭୁତାଣୁ ଥିବ ତାହା ନଷ୍ଟ ହୋଇ ଯିବ । ଏହା ଛଡା ଆପଣ ନିଜ ଘର ପାଇଁ ପ୍ଲୁସ ଅକ୍ସି ମିଟର । ଏହା ଉପରେ ଆଙ୍ଗୁଠି ରଖିଲେ ଆପଣ ଜାଣି ପାରିବେ କି ଆପଣଙ୍କ ଶରୀର ଭିତରେ କେତେ ଅକ୍ସୀଜେନ ରହିଛି ।
ଯଦି ୯୦ ରୁ ୧୦୦ ଭିତରେ ଆସେ ତେବେ ଡରିବାର କୌଣସି କଥା ନାହିଁ । କିନ୍ତୁ ଯଦି ୯୦ ରୁ କମ ଆସେ ତେବେ ଆପଣ ଙ୍କୁ ଡାକ୍ତର ଙ୍କ ପରାମର୍ଶ କ୍ରମେ ଚିକିତ୍ସା କରିବା ଉଚିତ । ଏହାକୁ ଆଣି ଆପଣ ଘରେ ରଖି ମଧ୍ୟ ନିଜର ଅମ୍ଳଜାନ ମାତ୍ରା ଜାଣି ହେବ ଏବଂ ଠିକ ସମୟରେ ଆମେ ଆମର ଚିକିତ୍ସା ମଧ୍ୟ କରି ପାରିବୁ । ଯଦି କାହାର ଦେହ ଅସୁସ୍ଥ ଲାଗୁଥାଏ କିମ୍ବା ଜ୍ଵର ହୋଇଥାଏ ତେବେ ତାକୁ ଏକ ଅଲଗା ଘରେ ରଖନ୍ତୁ ଏବଂ ତାଙ୍କର ଯତ୍ନ ନିଅନ୍ତୁ । ମାତ୍ର ସାତ ଦିନ ପର୍ଯ୍ୟନ୍ତ ଅଲଗା ରଖୁବେ ତାପରେ ଆପଣ ସାମାନ୍ୟ ଭାବେ ଚଳି ପାରିବେ ।
ଏହି ଜିନିଷ କୁ ଆପଣ ଘରେ ନିଶ୍ଚିତ ଆଣି ରଖନ୍ତୁ । ଏବଂ ନିଜର ଯତ୍ନ ନିଜେ ନିଅନ୍ତୁ । ଘରେ ରୁହନ୍ତୁ କୌଣସି ଅତି ଜରୁରୀ ପଡେ ତେବେ ବାହାର କୁ ଗଲେ ମାସ୍କ ପିନ୍ଧି କରି ଯାଆନ୍ତୁ । ବୃଦ୍ଧ ଏବଂ ଛୋଟ ପିଲାଙ୍କର ଯତ୍ନ ନିଅନ୍ତୁ । ଗରମ ପାଣି ସେବନ କରନ୍ତୁ କାଢା ପିଅନ୍ତୁ । ଏବଂ ସଂକ୍ରମିତ ହେଲେ ଉପଯୁକ୍ତ ଔଷଧ ଖାଆନ୍ତୁ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ