ଆପଣମାନେ ଜାଣିଥିବେ ଦୁଗ୍ଧ ପିଇଲେ ହାଡ଼ ଶକ୍ତ ହୁଏ । ସେଥିପାଇଁ ନିୟମିତ ଦୁଗ୍ଧ ପିଇବା ଜରୁରୀ ହୋଇଥାଏ, ତାହା ମଧ୍ୟ ଠିକ୍ । ଦୁଗ୍ଧ ଜାତୀୟ ଖାଦ୍ୟ ଶରୀରରେ କ୍ୟାଲସିୟମର ଅଭାବ ହେବାକୁ ଦିଏ ନାହିଁ ।
ଏହାକୁ ଖାଇବା ଦ୍ବାରା ହାଡ଼ ମଧ୍ୟ କମଜୋର ହୁଏନାହିଁ । ଦୁଗ୍ଧ ଜାତୀୟ ଖାଦ୍ୟ ଛଡ଼ା ଏମିତି କିଛି ପନିପରିବା ଅଛି ଆପଣଙ୍କ ଠାରେ କ୍ୟାଲସିୟମର ଅଭାବ ହେବାକୁ ଦେବ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ପନିପରିବା ବିଷୟରେ । ୧- ସୋୟାବିନ୍ : ସୋୟାବିନରେ ଦୁଗ୍ଧ ପରି ବରାବର କ୍ୟାଲସିୟମ ଥାଏ । ସେଥିପାଇଁ ଏହାକୁ ଦୁଗ୍ଧ ପରି ମଧ୍ୟ ବ୍ୟବହାର କରାଯାଏ । ଯେଉଁମାନେ ଦୁଗ୍ଧ ପିଉ ନାହାନ୍ତି ସେମାନେ ସୋୟାବିନ୍ ଖାଇ ପାରିବେ ।
୨- ବ୍ରୋକଲି : ଏହା ଗୋଟିଏ ଏମିତି ପରିବା ଅଟେ ଯାହାକୁ ଛୋଟପିଲା ମାନଙ୍କ ଠାରୁ ଆରମ୍ଭ କରି ବୁଢା ମଧ୍ୟ ଖାଇବା ଦରକାର । ଦୁଗ୍ଧ ଆଉ ସୋୟାବିନ ପରେ ଯଦି କେଉଁ ଜିନିଷରେ ଅଧିକ କ୍ୟାଲସିୟମ ଥାଏ ତାହା ହେଉଛି ବ୍ରୋକଲି । ଏହାଛଡା ଏଥିରେ ଅନ୍ୟ ତତ୍ତ୍ଵ ଅଛି ଜିଙ୍କ୍, ଫସଫରସ୍, ଭିଟାମିନ ବି-୬ ଭିଟାମିନ-ଇ, ଭିଟାମିନ-ଏ ମଧ୍ୟ ରହିଥାଏ । ବ୍ରୋଟଲିରୁ ଅଧିକ ମାତ୍ରାରେ କ୍ୟାରେଟିନ ଏବଂ ପ୍ରୋଟିନ ମିଳିଥାଏ ଯିହା ଉଚ୍ଚ ମାନର ପ୍ରୋଟିନ ହୋଇଥାଏ ।
ଏହାକୁ ସପ୍ତାହର ଥରେ ମାତ୍ର ଖାଆନ୍ତୁ । ଏହା ଆଖି ପାଇଁ ବହୁତ ଭଲ କାମ କରିଥାଏ, ଯଦି ଆପଣଙ୍କର ବାଳ ଝଡିବାର ସମସ୍ୟା ରହିଛି ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ଅଟେ । କାରଣ ଏଥିରେ ଭିଟାମିନ-ସି ପାଆନ୍ତି ଯାହା ବାଳ ପାଇଁ ବହୁତ ଭଲ ଅଟେ । ଏହାକୁ ସିଝାଇ କିମ୍ବା ଅଳ୍ପ ତେଲରେ ଭାଜି ଖାଇ ପାରିବେ ।
୩- ପାଳଙ୍ଗ ଶାଗ : ପାଳଙ୍ଗ ଶାଗ ଶରୀରରେ କ୍ୟାଲସିୟମ ବଢ଼ିବାରେ ବହୁତ ସାହାଯ୍ୟ କରେ । ଏଥିରେ ପ୍ରବଳ ମାତ୍ରାରେ ଭିଟାମିନ ମିଳିଥାଏ ଯାହାକୁ ଖାଇବା ଦ୍ବାରା ଆମର ଅନେକ ସମସ୍ୟା ଦୂର ହୋଇଥାଏ । ମାଂସପେଶୀ ଦରଜ ଥିଲେ, ରକ୍ତ ହୀନତା ତେବେ ପାଳଙ୍ଗ ଖାଆନ୍ତୁ । ଏହାଦ୍ବାରା ଆପଣଙ୍କୁ ବାରମ୍ବାର ଥକାପଣ ହବ ନାହିଁ ।
୪- ଲାଉ : ଲାଉ ପ୍ରୋଟିନରେ ଭରା ପରିବା । ସାଧାରଣତଃ ୪୦ବର୍ଷ ପରେ ଲୋକଙ୍କ ଭିତରେ ଉଚ୍ଚ ରକ୍ତଚାପ, ମଧୁମେହ, କମ୍ ରକ୍ତଚାପ ଦେଖିବାକୁ ମିଳେ । ପରେ ଏହା ମସ୍ତିଷ୍କ ଏବଂ ହୃଦୟରେ ସମସ୍ୟା ସୃଷ୍ଟି କରିଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଲାଉ ବହୁତ ଭଲ ହୋଇଥାଏ । ଯେତେବେଳେ ଆପଣ ଏହାକୁ ଖାଆନ୍ତି ଏହା ରକ୍ତକୁ ଶୁଦ୍ଧ କରିଥାଏ । ଏହାକୁ ଗରମ ଦିନରେ ମଧ୍ୟ ଖାଇ ପାରିବେ,ପିଇ ପାରିବେ ।
୫-ମଟର : ଏଥିରେ ଉଚ୍ଚ ମାନର ପ୍ରୋଟିନ ପାଆନ୍ତି । ଏହା ବହୁତ ପୁଷ୍ଟିକର ଖାଦ୍ୟ ହୋଇଥାଏ । ମଟରରେ ଭିଟାମିନ, କ୍ୟାଲସିୟମ ବହୁ ମାତ୍ରାରେ ମଧ୍ୟ ମିଳିଥାଏ । ମଟର ଖାଇବା ରକ୍ତ ହୀନତା ହୋଇନଥାଏ । ଶରୀରର କମଜୋରୀ ଦୂର ହୋଇଥାଏ ।
ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ