ବନ୍ଧୁଗଣ ବର୍ତ୍ତମାନର ସମୟରେ କରୋନା ମହାମାରୀର କୋପ ସାଂଘାତିକ ହୋଇଛି । ଦେଶରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହେଉଛି ଓ କେତେକ ଲୋକ ପ୍ରାଣ ମଧ୍ୟ ହରାଉଛନ୍ତି । ବନ୍ଧୁଗଣ ବର୍ତ୍ତମାନ ହସ୍ପିଟାଲରେ ବେଡ ଓ ଆକ୍ସିଜେନର ଅଭାବ ଏକ ବିଶେଷ ସମସ୍ୟା ପାଲଟିଛି । ବିନା ଆକ୍ସିଜେନରେ ହଜାର ହଜାର ଲୋକ ନିଜର ପ୍ରାଣ ହରାଇଛନ୍ତି । ହେଲେ ବନ୍ଧୁଗଣ ପୂର୍ବରୁ ଗଛ ଦ୍ଵାରା ଆକ୍ସିଜେନ ମିଳୁଥିଲା ହେଲେ ବର୍ତ୍ତମାନର ଆଧୁନିକ ଦୁନିଆରେ ଆକ୍ସିଜେନ ତିଆରି କରିବାକୁ ପଡୁଛି ।
ସମୟ ଅନୁସାରେ ସମସ୍ତ ଲୋକ ଆଧୁନିକ ହେବା ପାଇଁ ମନ ଇଛା ଗଛ କାଟିବାରେ ଲାଗିଛନ୍ତି ଯାହାଫଳରେ ଗଛର ପ୍ରକୃତିକ ଅମ୍ଳଜାନ ଆମ ମାନଙ୍କୁ ମିଳିପାରୁ ନାହିଁ । ଏହା ସହିତ ଆମକୁ ଟଙ୍କା ଦେଇ ଅମ୍ଳଜାନ କିଣିବାକୁ ପଡୁଛି ।
ବନ୍ଧୁଗଣ ବିଶେଷଜ୍ଞ ମାନଙ୍କ ମତରେ ଏପରି ୫ଟି ଗଛ ରହିଛି ଯାହା ଅଧିକରୁ ଅଧିକ ଅମ୍ଳଜାନ ଉତ୍ପନ୍ନ କରିଥାଏ । ଯଦି ଆମ ଦେଶରେ ଏହି ୫ଟି ଗଛ ଅଧିକ ମାତ୍ରାରେ ରହିବ ତା ହେଲେ ଆମକୁ କେବେହେଲେ ଅମ୍ଳଜାନର ଅଭାବ ହେବ ନାହିଁ । ତେଣୁ ଆମ ମାନଙ୍କୁ ଏହି ୫ ଗଛ ଅଧିକ ରୁ ଅଧିକ ରୋପଣ କରିବା ଉଚିତ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ୫ ଟି ଗଛ ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଗଛ ଗୁଡିକ ବିଷୟରେ ।
ନୀମ ଗଛ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ନୀମ ଗଛ । ବନ୍ଧୁଗଣ ନୀମ ଏକ ଔଷଧୀୟ ଗଛ ହେବା ସହିତ ଏହା ପ୍ରଚୁର ପରିମାଣରେ ଅମ୍ଳଜାନ ସୃଷ୍ଟି କରିଥାଏ । ବାଯୁମଣ୍ଡଳକୁ ଶୁଦ୍ଧ କରିବାରେ ନୀମ ଗଛ ସାହାର୍ଯ୍ୟ କରେ । ତେଣୁ ବନ୍ଧୁଗଣ ଆମ ମାନଙ୍କୁ ଅଧିକରୁ ଅଧିକ ନୀମ ଗଛ ଲଗାଇବା ଉଚିତ ।
ଜାମୁ ଗଛ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି ଜାମୁ ଗଛ । ଜାମୁ ଏକ ସ୍ଵତନ୍ତ୍ର ଗଛ ଅଟେ ଓ ଏହାର ମଞ୍ଜିରେ ମଧ୍ୟ ଅନେକ ଔଷଧୀୟ ଗୁଣ ରହିଛି । ଜାମୁ ଗଛ ସଲଫର ଓ ନାଇଟ୍ରୋଜେନ ଆଦି ଗ୍ଯାସକୁ ବିଶୁଦ୍ଧ କରିଥାଏ । ଏହା ସହିତ ଏହି ଗଛ ଅଧିକ ମାତ୍ରାରେ ଅମ୍ଳଜାନ ସୃଷ୍ଟି କରିଥାଏ ।
ବର ଗଛ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ବର ଗଛ । ବର ଗଛକୁ ଜାତୀୟ ଗଛ ବୋଲି କୁହାଯାଏ ସେହିପରି ହିନ୍ଦୁମାନେ ମଧ୍ୟ ଏହି ଗଛକୁ ପୂଜା କରନ୍ତି । ଏହି ଗଛର ଆକାର ବିଶାଳ ହେବାରୁ ଏହା ଅଧିକ ମାତ୍ରାରେ ଆକ୍ସିଜେନ ସୃଷ୍ଟି କରିଥାଏ ।
ଅଶୋକ ଗଛ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ରହିଛି ଅଶୋକ ଗଛ । ଏହି ଗଛ ପ୍ରଚୁର ପରିମାଣରେ ଅମ୍ଳଜାନ ସୃଷ୍ଟି କରି ବାୟୁ ମଣ୍ଡଳକୁ ଛାଡିଥାଏ । ଏହି ଗଛ ଲଗାଇବା ଦ୍ଵାରା ଅମ୍ଳଜାନର ପରିମାଣ ବଢିବା ସହ ଦୂଷିତ ଗ୍ଯାସ ମଧ୍ୟ ଶୋଷିତ ହୁଏ ଫଳରେ ବାୟୁମଣ୍ଡଳ ଶୁଦ୍ଧ ରୁହେ ।
ଅର୍ଜୁନ ଗଛ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ରହିଛି ଅର୍ଜୁନ ଗଛ । ଏହି ଗଛକୁ ହିନ୍ଦୁମାନେ ପୂଜା କରିବା ସହିତ ଏହା ବହୁତ ଔଷଧୀୟ ଗୁଣରେ ଭରପୁର ଥାଏ । ବନ୍ଧୁଗଣ ଏହି ଗଛ ମଧ୍ୟ ପ୍ରଚୁର ପରିମାଣରେ ଅମ୍ଳଜାନ ସୃଷ୍ଟି କରିଥାଏ । ତେଣୁ ବନ୍ଧୁଗଣ ଆମ ମାନଙ୍କୁ ଅଧିକ ରୁ ଅଧିକ ଏହି ୫ଟି ଗଛ ରୋପଣ କରିବା ଉଚିତ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ