ରାଶିଫଳ 10 ଏପ୍ରିଲ 2020, ମା ଦୂର୍ଗାଙ୍କ କୃପାରୁ ଚମକିବ ଏହି ୬ଟି ରାଶିର ଭାଗ୍ୟ

ରାଶି ଦ୍ଵାରା ମଣିଷର ଭବିଷ୍ୟତ ଏବଂ ସ୍ଵଭାବ ଜଣା ଯାଇଥାଏ । ସବୁ ଦିନର ରାଶିଫଳ ସମାନ ହେଇ ନଥାଏ । ସେଥିପାଇଁ ଆମ ଜୀବନରେ କେତେବେଳେ ଖୁସି ଥାଏ ତ ଆଉ କେତେବେଳେ ଆମ ଜୀବନ ଦୁଖଃରେ ଭରି ଯାଇଥାଏ । ଏହା କେବଳ ଗ୍ରହ ମାନଙ୍କର ଚଳନ ଉପରେ ନିର୍ଭର କରିଥାଏ । ଆଜି ଆମେ କିଛି ଏମିତି ରାଶି ବିଷୟରେ କହିବୁ ଯାହା ଉପରେ ମା ଦୂର୍ଗାଙ୍କର ବିଶେଷ କୃପା ରହିବ ଏବଂ ତାଙ୍କ ଜୀବନରେ ବହୁତ ଖୁସି ଆସିବ । ତେବେ ଆସନ୍ତୁ ଜାଣିବା ଆଜିର ରାଶିଫଳରେ କଣ ରହିଛି ଆପଣଙ୍କ ପାଇଁ ।

ମେଷ

ଆଜି ଭୁଲ କାମ ଉପରୁ ପରଦା ଉଠିପାରେ । ନୂଆ ସାଙ୍ଗ ହେବେ । ଆପଣଙ୍କୁ ବ୍ୟବସାୟ ଏବଂ ଶିକ୍ଷା କ୍ଷେତ୍ରରେ ସଫଟଳା ମିଳିବ । ଯାହା କାରଣରୁ ଆପଣ ନିଜ ଜୀବନକୁ ବଦଳାଇ ଦେବେ । ଚାକିରି କରିନଥିବା ଲୋକଙ୍କୁ ଚାକିରି ମିଳିପାରେ । ଜୀବନସାଥୀ ଙ୍କ ସହିତ ସମ୍ପର୍କ ଭଲ ରହିବ । ବେପାର ରେ ଆସୁଥିବା ବାଧା ଶେଷ ହୋଇଯିବ । ପରିବାର ସହିତ ଯାତ୍ରା କରିବାକୁ ପଡିପାରେ ।

ବୃଷ

ଆଜି ଆପଣଙ୍କୁ ଚାକିରିରେ ପ୍ରମୋଶନ ମିଳିପାରେ, ଜୀବନସାଥୀ ଙ୍କ ସହିତ ଭଳାରେ କଥା ହୁଅନ୍ତୁ । ପରିବାରର ଦାୟିତ୍ଵ ବଢିବ । ଆପଣଙ୍କର ସାମାଜିକ ପ୍ରତିଷ୍ଠା ବଢିବ । ଆପଣଙ୍କ ମନ ସାମାଜିକ କାମରେ ଅଧିକ ଲାଗିବ । ଅଧିକ ସମୟ ବନ୍ଧୁ ମାନଙ୍କ ସହିତ କଟିବ । ଅହଂକାର ଠାରୁ ଦୂରରେ ରୁହନ୍ତୁ ନହେଲେ ଏହା ଆପଣଙ୍କ ପାଇଁ ହାନିକାରକ ହୋଇପାରେ । କାମ ପାଇଁ ଯାହା ବି ଫଳ ମିଳିବ ତାକୁ ମାନି ନିଅନ୍ତୁ ।

ମିଥୁନ

ଆଜି ଆପଣଙ୍କୁ ନିଜ ବୋଷ ଙ୍କୁ ଖୁସି କରାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ନୂଆ ସମ୍ପର୍କ ଆପଣଙ୍କ ପାଇଁ ହାନିକାରାକ ହୋଇପାରେ । ଆୟ ବଢିବା ସହିତ ଆପଣଙ୍କର ଖର୍ଚ ବି ବଢିପାରେ । ଚାକିରି କରିନଥିବା ଲୋକଙ୍କ ପାଇଁ ଆଜିର ଦିନ ଶୁଭ ସଂକେତ ଦେଉଛି । ବୈବାହିକ ଜୀବନ ଖୁସି ରହିବ । ଆପଣଙ୍କୁ ପରିବାରର ଖାସ ଲୋକଙ୍କର ସହଯୋଗ ମିଳିବ ।

କର୍କଟ

ଆଜି ଆପଣଙ୍କର ଜୀବନ ବଦଳି ଯାଇପାରେ କିଛି ଭିନ୍ନ କରିବାର ଅଭ୍ୟାସ ଆପଣଙ୍କୁ ସଫଳତା ଦେବ । ଜୀବନରେ ନୂଆ କୀର୍ତି ସୃଷ୍ଟି କରି ପାରନ୍ତି । ଖାଇବା ପ୍ରତି ଧ୍ୟାନ ଦିଅନ୍ତୁ ନହେଲେ ରୋଗ ହୋଇପାରେ । କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । ଶିକ୍ଷା କ୍ଷେତ୍ରରେ ପ୍ରଗତି ମିଳିବ । ଆପଣଙ୍କୁ ଚାକିରି ମିଳିପାରେ । ଆପଣଙ୍କର ଅଧିକ କାମ ହଠାତ ପୂରଣ ହେବ ।

ସିଂହ

ଆଜି ଆପଣଙ୍କର ସାମାଜିକ ପ୍ରତିଠା ବଢିବ ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କଲେ ଆପଣଙ୍କର ଦୁଖଃ ଦୂର ହେବ । ପଇସା ଦେବା ନେବା ସମୟରେ ସାବଧାନ ରୁହନ୍ତୁ । କୌଣସି ଲକ୍ଷକୁ ହାସଲ କରିବା ପାଇଁ ଏକାଗ୍ରତାର ସହିତ ତା ଉପରେ କାମ କରନ୍ତୁ । ପ୍ରେମୀ ମାନଙ୍କ ଭିତରେ ଚାଲୁଥିବା ସବୁ ଚିନ୍ତା ଦୂର ହେବ । ପରିବାର ରେ କିଛି ଶୁଭ କାମ ହେବ ।

କନ୍ୟା

ଆଜି ଆପଣଙ୍କର ସବୁ ଚିନ୍ତା ଦୂର ହୋଇଯିବ ଏବଂ ନିଜ ପାରିବାରିକ ଜୀବନରେ ଖୁସି ମିଳିବ । ଆପଣଙ୍କ ପରିବାରକୁ ଖୁସି ଆସିବ ଏବଂ ଆପଣ ଆପଣଙ୍କ ପରିବାରକୁ ଖୁସି ଓ ସୁବିଧା ଦେବେ । ଆଜି ଆପଣ ନିଜ ଭିତରେ ଅଧିକ ଶକ୍ତି ଥିବାର ଅନୁଭବ କରିବେ ଏବଂ ଆପଣଙ୍କର ସବୁ କାମକୁ ଶେଷ କରିବା ପାଇଁ ଚେଷ୍ଟା କରିବେ । ପରିବାରର ସହଯୋଗ ମିଳିବ । କୌଣସି ଧାର୍ମିକ ଜାଗାକୁ ଯାତ୍ରା କରିବା ଦ୍ଵାରା ଆପଣଙ୍କ ଜୀବନ ବଦଳି ଯାଇପାରେ ।

ତୁଳା

ଆଜି ଆପଣ ଆପଣଙ୍କର ବ୍ୟବସାୟ ପାଇଁ କିଛି ନୂଆ ଦିଗକୁ ବାଛି ପାରନ୍ତି ଯାହା ଆପଣଙ୍କୁ ବହୁତ ଲାଭ ଦେବ । ମନ ଅଶାନ୍ତ ରହିବ । ଜୀବନସାଥୀ ଙ୍କ ସହିତ ଝଗଡା ହୋଇପାରେ । ଧନ ଉପାର୍ଜନ କରିବା ପାଇଁ କୌଣସି ବନ୍ଧୁ ଆପଣଙ୍କର ସାହାଯ୍ୟ କରିବେ । ପର୍ଯ୍ୟଟନ ସ୍ଥଳ ଯିବା ପରେ ଆପଣଙ୍କ ମନ ଖୁସି ରହିବ । ଦୂର ସ୍ଥାନରୁ କିଛି ନୂଆ ଖବର ମିଳିପାରେ । ଅଧିକ ଚିନ୍ତା କରନ୍ତୁ ନାହିଁ । ପରିସ୍ଥିତି ସହିତ ଆପଣଙ୍କୁ ବଦଳିବାକୁ ପଡିପାରେ ।

ବିଛା

ଆଜି ଆପଣଙ୍କ ବ୍ୟବସାୟରେ ଉର୍ଣ୍ଣତି ହେବ । ସହଯୋଗୀ ଙ୍କ ଠାରୁ କିଛି ଶୁଭ ଖବର ମିଳିପାରେ । ସମାଜରେ ପ୍ରତିଷ୍ଠା ଆପଣଙ୍କର ବଢିବ । ଆପଣଙ୍କ କାମ ପାଇଁ ସମସ୍ତେ ଆପଣଙ୍କୁ ପ୍ରଶଂସା କରିବେ । ସାଙ୍ଗ ଘରେ ହେଉଥିବା ପୂଜା ରେ ଆପଣ ସାମିଲ ହୋଇ ପାରନ୍ତି । ଆପଣଙ୍କ ଜୀବନରେ ଆସୁଥିବା ସବୁ ସମସ୍ୟା ଏବଂ କଷ୍ଟ ଦୂର ହୋଇଯିବ । ଚାକିରି ପାଇଁ କରିଥିବା ସବୁ ପରିଶ୍ରମର ଫଳ ଆପଣଙ୍କୁ ମିଳିପାରେ ।

ଧନୁ

ଆଜି ବହୁତ କମ ସମୟରେ ଆପଣଙ୍କର କାମ ପୁରା ହେବ । ଆପଣଙ୍କର ଅଟକିଥିବା ଧନ ଆପଣଙ୍କୁ ମିଳିଯିବ । ଆପଣଙ୍କୁ କିଛି ଖୁସି ଖବର ମିଳିପାରେ । ଆପଣ ନିଜର କଠିନ କାମ ଏବଂ ନିଷ୍ଠା ସାହାଯ୍ୟରେ ଉଚ ଅଧିକାରୀଙ୍କୁ ପ୍ରସନ୍ନ କରିବେ । ନିଜର ଖରାପ ଭାବନା ଉପରେ ଲଗାମ ଲଗାନ୍ତୁ । ଛାତ୍ର ମାନଙ୍କର ପାଠ ପଢିବାରେ ମନ ଲାଗିବ । ପରିବାର ସହିତ ଆପଣ ବି ବହୁତ ଖୁସି ହୋଇ ପାରନ୍ତି ।

ମକର

ଆଜି ଆପଣ କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢିବା ପାଇଁ ଚେଷ୍ଟା କରିବେ । ଆଜି ଆପଣ ନିଜ ସାଙ୍ଗଙ୍କ ପାଖରୁ ଦୂରେଇ ରହି ପାରନ୍ତି । ସମସ୍ୟାରୁ ମୁକ୍ତି ପାଇବା ପରେ ଭବିଷ୍ୟତ ପାଇଁ ଯୋଜନା କରିବେ । ମାନସିକ ଚିନ୍ତା ଦୂର ହେବ । ଜୀବନସଥିଙ୍କ ସହିତ ମିଶି ଆପଣ କାମ ପୂରଣ କରିବେ । ଆପଣ କରିଥିବା କାମ ସମାଜ ଏବଂ ନିଜ ପରିବାର ପାଇଁ ଲାଭକାରୀ ହେବ ।

କୁମ୍ଭ

ସବୁବେଳେ ଆପଣ ଅଧିକା ଚିନ୍ତା କରୁଥିବାରୁ ଆପଣଙ୍କର ମାନସିକ ଏବଂ ଶାରୀରିକ ବିକାଶ ହେବ ନାହିଁ । ପୁଅ ପାଖରୁ କୌଣସି ଖୁସି ଖବର ମିଳିପାରେ ଯାହା ଦ୍ଵାରା ଘରେ ଖୁଶିର ମାହୋଲ ରହିବ । ଆପଣଙ୍କର ଭାବନାରେ ବୃଦ୍ଧି ହେଲେ ଆପଣଙ୍କର ଆର୍ଥିକ ସ୍ଥିତି ମଝବୁତ ହେବ । ଆପଣଙ୍କୁ ଆପଣଙ୍କ କାମରେ ସଫଳତା ମିଳିବ ଏବଂ ଆପଣଙ୍କ ଲୋକଙ୍କ ପାଖରେ ଥିବା ଧନ ଆପଣଙ୍କୁ ମିଳିପାରେ । ନୂଆ ବ୍ୟବସାୟ କରିବାର ବି ଯୋଗ ଅଛି ।

ମୀନ

ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ଯେଉଁ କାମ କରିବା ପାଇଁ ଭାବୁଥିବେ ସେହି କାମ ଆଜି ଆପଣ ଆରମ୍ଭ କରିଦେବେ । ଆପଣଙ୍କ ଆଖପାଖ ଲୋକ ଆପଣଙ୍କୁ ପ୍ରୋସାହିତ କରିବେ । ନିଜ ମନକୁ ଠିକ ରଖିଲେ ଆପଣଙ୍କର ଆତ୍ମବିଶ୍ଵାସ ବଢିବା ସହିତ ବେପାର ବି ବଢିପାରେ । ପୁରୁଣା ସାଙ୍ଗଙ୍କ ସହିତ ବାହାରକୁ ଯାଆନ୍ତୁ ଏବଂ ତାଙ୍କ ସହିତ କିଛି ସମୟ କାଟନ୍ତୁ ।

ମା ଦୂର୍ଗାଙ୍କ ନିକଟରେ ଏତିକି ପ୍ରଥନା କରୁଅଛୁ କି ଆଜିର ଦିନଟି ଆପଣମାନଙ୍କ ପାଇଁ ବହୁତ ଭଲରେ କଟୁ । ମାଙ୍କ ଆଶୀର୍ବାଦରୁ ସବୁକିଛି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ । ମାଙ୍କ ଆଶୀର୍ବାଦ ପାଇବା ନିମନ୍ତେ ଜୟ ମା ଦୂର୍ଗା କମେଣ୍ଟ କରିଦିଅନ୍ତୁ । ଦୈନିକ ଆପଣଙ୍କ ଦିନଟି କେମିତି କଟିବ ସେ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *