ବସ୍ତି ର ୨୫୦ ପରିବାରକୁ ପ୍ରତିଦିନ ଘରେ ଦୁଇ ଥରର ଖାଇବା ପ୍ରସ୍ତୁତ କରି ଖୁଆଉଛନ୍ତି ରକୁଲପ୍ରୀତ, ପଚାରିବାରୁ କହିଲେ କିଛି ଏମିତି

କରୋନା ପାଇଁ ରକୁଲପ୍ରୀତ ସିଂହ ୨୫୦ ପରିବାରକୁ ପ୍ରତିଦିନ ଖାଦ୍ୟ ଖୁଆଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ସବୁ ପରିବାର ତାଙ୍କ ଗୁଡଗାଁ ସ୍ଥିତ ଘରର ପାଖାପାଖି ବସ୍ତିରେ ରହନ୍ତି । ରକୁଲ ଙ୍କ ପରିବାର ପ୍ରତିଦିନ ଏହି ସମସ୍ତଙ୍କୁ ଦୁଇ ଥରର ଖାଇବା ପଠାଉଛନ୍ତି, ଯାହା ତାଙ୍କ ଘରେ ହିଁ ପ୍ରସ୍ତୁତ କରାଯାଉଛି । ରକୁଲ କହିଛନ୍ତି -ବାପା ସେହି ପୁରା ଜାଗାର ଠିକଣା ନେଲେ ଯେଉଁଠାରେ ଲୋକମାନେ ଖାଇବା ପିଇବାର ସାମଗ୍ରୀ ପାଇ ପାରୁନଥିଲେ ଏବଂ ଲକଡାଉନ ପାଇଁ ବହୁତ ଚିନ୍ତିତ ଥିଲେ । ଆମେ ଏହି ସବୁ ପରିବାରକୁ ଖାଦ୍ୟ ଦେବା ପାଇଁ ନିଷ୍ପତ୍ତି ନେଲୁ । ଠିକ କଲୁ କି ପ୍ରତି ପରିବାରକୁ ପ୍ରତିଦିନ ଦୁଇ ବେଳାର ଖାଦ୍ୟ ଦିଆଯିବ । ମୁଁ ପ୍ରତିଜ୍ଞା କରିଛି କି ଲକଡାଉନ ସରିବା ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ପରି ସାହାଯ୍ୟ କରିବି ।

ଆମେ ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ସେମାନଙ୍କୁ ଖାଇବାକୁ ଦେବା ପାଇଁ ଠିକ କରିଛୁ । କିନ୍ତୁ ଯଦି ଲକଡାଉନ ଆଗକୁ ବଢିବ ତାହେଲେ ବି ମୁଁ ଏହି ପ୍ରୟାସକୁ ଜାରି ରଖିବି । ଆମ ସୋସାଇଟରେ ଗୋଟିଏ ଜାଗାରେ ରୋଷେଇ ହୋଇଥାଏ ଏବଂ ତାହାକୁ ସେହି ଅସହାୟ ଲୋକଙ୍କ ପାଖରେ ପହଞ୍ଚାଇ ଦିଆଯାଏ । ରକୁଲ ତାଙ୍କର ଫ୍ୟାନ୍ସ ଏବଂ ଦେଶବାସୀମାନଙ୍କୁ କହିଛନ୍ତି କି ଏହା ବୁଝିବା ବହୁତ ମହତ୍ଵପୂର୍ଣ୍ଣ ଅଟେ କି ଆମ ମଧ୍ୟରୁ କେତେକ ଲୋକ ଭାଗ୍ୟଶାଳୀ ଅଟନ୍ତି ।

ଆମ ପାଖରେ ରହିବା ପାଇଁ ଘର, ଆବଶ୍ୟକୀୟ ଖାଇବା ଅଛି, କୌଣସି ଜିନିଷର ଅଭାବ ନାହିଁ । ଏହି ସମୟରେ ଆମେ ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଦରକାର । ଏହି ସମୟରେ ଆମେ ସମାଜ ପାଇଁ ଯେତିକି ବି କରିବା ସେତିକିର ବହୁତ ମୂଲ୍ୟ ଥାଏ । ଯେତେବେଳେ ସେମାନେ ଏହାକୁ ଖାଇବା ପରେ ଖୁସି ହେବେ ସେତେବେଳେ ମତେ ବି ବହୁତ ଖୁସି ଲାଗିବ । ଦେଶ ଦୁନିଆର ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *