ହଳଦିଆ ପରିସ୍ରା ହେବା ଓ Liver ର ସମସ୍ତ ସମସ୍ୟା, ମାତ୍ର ଗୋଟିଏ ଗାୟବ ହୋଇଯିବ, କେବଳ କରନ୍ତୁ ଏହି ଗୋଟିଏ ଉପାୟ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ପରିସ୍ରା ରେ ହଳଦିଆପଣ ଏବଂ ଲିଭର ଜନିତ ସମସ୍ୟା ର ମୁଖ୍ୟ କାରଣ ଗୁଡ଼ିକ କଣ ଏବଂ ଏହି ସମସ୍ୟାକୁ ସମାଧାନ କରିବା ନିମନ୍ତେ ଏକ ଘରୋଇ ଉପଚାର ସମ୍ବନ୍ଧରେ।ତେବେ ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ଏହି ସମସ୍ୟା ର ମୁଖ୍ୟ କାରଣ ଗୁଡ଼ିକ କଣ।

୧. ବନ୍ଧୁଗଣ ପାଣି କମ ମାତ୍ରା ରେ ପିଇବା ଦ୍ୱାରା ଏହି ସମସ୍ୟା ଦେଖା ଯାଇଥାଏ। ମନୁଷ୍ୟ ଶରୀର ୬୫ ପ୍ରତିଶତ ଜଳ ରେ ତିଆରି ହୋଇଥାଏ। ତେଣୁ ପାଣିର ଅଧିକ ମାତ୍ରାରେ ସେବନ କରିବା ଉଚିତ। ପାଣି କମ ପିଇବା ଦ୍ଵାରା ଏହା ଲିଭର କୁ ଗରମ କରିଥାଏ ଯାହାଦ୍ୱାରା ପରିସ୍ରା ହଳଦିଆ ହୋଇଥାଏ। ତେଣୁ ପ୍ରତିଦିନ ନିୟମିତ ୧୦ ରୁ ୧୨ ଗ୍ଲାସ ପାଣି ପିଇବା ଉଚିତ।

୨. ବନ୍ଧୁଗଣ ଅଧିକ ତେଲ ଏବଂ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ଲିଭର ରେ ସମସ୍ୟା ଦେଖା ଯାଇଥାଏ। ତେଣୁ ସର୍ବଦା ପନି ପରିବା ର ସେବନ କରନ୍ତୁ ଏହା ଆମ ଶରୀରକୁ ଥଣ୍ଡା ରଖିଥାଏ ଏବଂ ଲିଭର ରେ କୌଣସି ପ୍ରକାର ସମସ୍ୟା ଦେଖା ଯାଇନଥାଏ।

୩. ବନ୍ଧୁଗଣ ଅଧିକ ମାତ୍ରାରେ ପ୍ରୋଟିନ ସେବନ କରିବା ଦ୍ୱାରା ମଧ୍ୟ ଏହା ଲିଭର କୁ ଗରମ କରିଥାଏ। ତେଣୁ କମ ପରିମାଣ ରେ ପ୍ରୋଟିନ ର ସେବନ କରନ୍ତୁ। ପନିର ଏବଂ କ୍ଷୀର ରେ ଥିବା ପ୍ରୋଟିନ ସେବନ କରନ୍ତୁ କାରଣ ଏହା ପ୍ରାକୃତିକ ହୋଇଥାଏ। ଡବା ରେ ଆସୁଥିବା ପ୍ରୋଟିନ ର ଅଧିକ ମାତ୍ରାରେ ସେବନ ଲିଭର ଉପରେ ପ୍ରଭାବ ପକାଇଥାଏ।

୪. ବନ୍ଧୁଗଣ ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ ହୋଇଥାଏ। ମଦ୍ୟପାନ କରିବା ଦ୍ୱାରା ଏହା ଲିଭର ଉପରେ ପ୍ରଭାବ ପକାଇଥାଏ ଏବଂ ଧୀରେ ଧୀରେ ଲିଭର କୁ ନଷ୍ଟ କରିଥାଏ ତେଣୁ ମଦ୍ୟ ପାନ କୁ ତ୍ୟାଗ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ। ବନ୍ଧୁଗଣ ଏହା ଥିଲା ଲିଭର ଜନିତ ସମସ୍ୟା ର ମୁଖ୍ୟ କାରଣ। ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ସମସ୍ୟା କୁ ସମାଧାନ କରିବା ନିମନ୍ତେ ଘରୋଇ ଉପଚାର।

ଏହି ଘରୋଇ ଉପଚାର ନିମନ୍ତେ ଆବଶ୍ୟକ ସାମଗ୍ରୀ ହେଉଛି ମିଶ୍ରି ଏବଂ କ୍ଷୀର

୧. ବନ୍ଧୁଗଣ ପ୍ରଥମେ ଏକ ପାତ୍ରରେ କ୍ଷୀର ନିଅନ୍ତୁ ଏବଂ ତାକୁ ରାତିରେ ପାତ୍ର ରେ ଘୋଡ଼ାଇ ରାତି ସାରା ରଖି ଦିଅନ୍ତୁ।

୨. ସକାଳେ ଉଠିବା ପରେ ସେହି କ୍ଷୀରରେ ସ୍ୱାଦ ଅନୁସାରେ ଗୋଟିଏ କିମ୍ବା ଦୁଇ ଚାମଚ ମିଶ୍ରି ମିଶାନ୍ତୁ ଏବଂ ତାକୁ ଖାଲି ପେଟରେ ସେବନ କରନ୍ତୁ। କିନ୍ତୁ ମନେ ରଖିବେ ଯେ ମିଶ୍ରି ବଦଳରେ ଚିନି ର ପ୍ରୟୋଗ ଯେପରି ନ କରିବେ ଏହାଦ୍ବାରା କୌଣସି ଲାଭ ମିଳିନଥାଏ। ମିଶ୍ରି ର ପ୍ରୟୋଗ ହିଁ ଲାଭ ଦାୟକ ହୋଇଥାଏ।

ବନ୍ଧୁଗଣ ଏହି ଘରୋଇ ଉପଚାର କୁ ନିୟମିତ ଭାବରେ ପ୍ରୟୋଗ କରିବା ଦ୍ୱାରା ଏହା ପେଟକୁ ଥଣ୍ଡା ରଖିଥାଏ ଏବଂ ଶରୀରରେ ଥିବା ଉଷ୍ଣତା କୁ ଦୂର କରିଥାଏ। ଯାହାଦ୍ୱାରା ଶରୀରରେ ଲିଭର ଜନିତ କୌଣସି ସମସ୍ୟା ଦେଖା ଯାଇନଥାଏ ଏବଂ ଶରୀର ସୁସ୍ଥ ରହିଥାଏ। ତେବେ ବନ୍ଧୁଗଣ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର କୁ ପ୍ରୟୋଗ କରନ୍ତୁ। ଆପଣଂକୁ ଏହାର ଲାଭ ନିଶ୍ଚିତ ଭାବରେ ପ୍ରାପ୍ତ ହେବ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *