ପର୍ସରେ କେଉଁ ଜିନିଷ ରଖିଲେ ହୋଇଥାଏ ଧନବୃଦ୍ଧି ଓ କଣ କଲେ ହୋଇଥାଏ ଧନକ୍ଷୟ- Vastu Tips

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ସେଥିପାଇଁ ମଣିଷ ଦିନ ରାତି କଷ୍ଟ କରିଥାନ୍ତି । ସାଧାରଣତଃ ମଣିଷ ସଖାଳ ସମୟରେ ନିଜ ପର୍ସରେ ଟଙ୍କା ଭରି ନେଇଥାଏ ହେଲେ ସନ୍ଧ୍ୟା ସମୟରେ ଫେରିବା ବେଳେ ତାର ପର୍ସ ଖାଲି ହୋଇଯାଇଥାଏ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହିସବୁରୁ କିପରି ରକ୍ଷା ପାଇବେ ଓ ଆପଣଙ୍କୁ ଧନର ଅଭାବ କିପରି ଦେଖା ନଦେବ ତାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବନ୍ଧୁଗଣ ଯଦି ଆପଣଙ୍କୁ କୌଣସି ଲୋକ ପର୍ସକୁ ଗିଫ୍ଟ ରୂପରେ ଦେଇଥାଏ, ତା ହେଲେ ଏହି ପର୍ସ ଆପଣଙ୍କ ପାଇଁ ବହୁତ ଲକି ହୋଇଥାଏ । କେତେକ ମଣିଷ ନିଜ ପର୍ସକୁ ବହୁତ ବର୍ଷ ପର୍ଯ୍ୟନ୍ତ ନିଜ ପାଖରେ ରଖି ତାହାକୁ ବ୍ୟବହାର କରିଥାନ୍ତି । ହେଲେ ବନ୍ଧୁଗଣ ଯଦି ଆପଣ ପର୍ସ ବ୍ୟବହାର କରୁଛନ୍ତି ତା ହେଲେ ବର୍ଷକୁ ଥରେ ନିଶ୍ଚୟ ନିଜ ପର୍ସକୁ ବଦଳାଇ ଦିଅନ୍ତୁ । ବନ୍ଧୁଗଣ ପର୍ସ ପୁରୁଣା ହେବା ପରେ ତାହାକୁ ବ୍ୟବହାର କରିବା ଉଚିତ ନୁହେଁ ।

ଏହାର କାରଣ ହେଉଛି ବନ୍ଧୁଗଣ ଟଙ୍କାକୁ ଆମେ ଲକ୍ଷ୍ମୀଙ୍କ ସ୍ୱରୂପ ମାନିଥାଉ ଓ ଲକ୍ଷ୍ମୀଙ୍କୁ କେବେହେଲେ ଅପରିଷ୍କାର ପର୍ସରେ ରଖିବା ଉଚିତ ନୁହେଁ । ଯଦି ବନ୍ଧୁଗଣ ଆପଣଙ୍କ ପର୍ସ ଛିଣ୍ଡି ଯାଇଛି ବା ଭାଙ୍ଗି ଯାଇଛି ତା ହେଲେ ତୁରନ୍ତ ନିଜ ପର୍ସକୁ ବଦଳାଇ ଦିଅନ୍ତୁ । କାରଣ ଚିରା ଫଟା ପର୍ସରେ ଟଙ୍କା ରଖିବା ଦ୍ଵାରା ଅଧିକ ଅଯଥା ଖର୍ଚ ବଢିଥାଏ । ବନ୍ଧୁଗଣ ଯଦି ଆପଣ ନୂଆ ପର୍ସ ବ୍ୟବହାର କରିବାକୁ ଯାଉଛନ୍ତି ତା ହେଲେ ପୁରୁଣା ପର୍ସକୁ ଏଣେତେଣେ ଭୁଲ ସେ ମଧ୍ୟ ଫିଙ୍ଗିବେ ନାହିଁ ।

କାରଣ ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ସେହି ପର୍ସକୁ ନେଇ ଆପଣ କୌଣସି ଗଛ ମୂଳରେ ରଖିଦିଅନ୍ତୁ । ବନ୍ଧୁଗଣ ଯଦି ଆପଣ ନିଜ ପର୍ସକୁ ଟଙ୍କାରେ ଭରି ରଖିବା ପାଇଁ ଚାହୁଁଛନ୍ତି ତା ହେଲେ ଆପଣ ଏକ ରୂପା ମୁଦ୍ରା ନେଇ ମା ଲକ୍ଷ୍ମୀଙ୍କ ସମ୍ମୁଖରେ ପୂଜା କରନ୍ତୁ ଓ ସେହି ମୁଦ୍ରାଙ୍କୁ ନିଜ ପର୍ସରେ ରଖନ୍ତୁ । ଯଦି ଆପଣଙ୍କ ପାଖରେ ରୂପା ମୁଦ୍ରା କିଣିବା ପାଇଁ ଟଙ୍କା ନାହିଁ ତା ହେଲେ ଆପଣ ଗୋଟିଏ କଉଡିକୁ ମଧ୍ୟ ନିଜ ପର୍ସରେ ରଖିପାରିବେ ।

ବନ୍ଧୁଗଣ ଏହା ବ୍ଯତୀତ ଆପଣ ଚାହିଁଲେ କିଛି ଅରୁଆ ଚାଉଳ ନେଇ ମା ଲକ୍ଷ୍ମୀଙ୍କ ସାମ୍ନାରେ ପୂଜା କରନ୍ତୁ ଓ ସେଥି ମଧ୍ୟରୁ କେବଳ ୨୧ଟି ଅରୁଆ ଚାଉଳକୁ ନେଇ ଏକ ନାଲି କାଗଜରେ ରଖି ନିଜ ପର୍ସରେ ରଖିପାରିବେ । ବନ୍ଧୁଗଣ ଏହି ଉପାୟ ଓ ପର୍ସ ସହ ଜଡିତ ସମସ୍ତ ନୀତି ନିୟମକୁ ଯଦି ଆପଣ ମାନି ଚଳିବେ ତା ହେଲେ ଦେଖିବେ ଆପଣଙ୍କ ପର୍ସ କେବେହେଲେ ଖାଲି ହେବନାହିଁ । ଆପଣଙ୍କ ପର୍ସ ସବୁବେଳେ ଧନରେ ଭରି ରହିବ ଓ ଆପଣ ନିଜ ଜୀବନକୁ ବହୁତ ଖୁସିରେ ଅତିବାହିତ କରିବେ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *