ନମସ୍କାର ବନ୍ଧୁଗଣ । ନୂଆ ବର୍ଷ ମାତ୍ର ଆଉ କେଇଟା ଦିନ ରହିଲା । ଏହା ପରେ ଆରମ୍ଭ ହେବ ନୂଆ ବର୍ଷର ପ୍ରଥମ ମାସ ଜାନୁୟାରୀ ମାସ । ଏମିତିରେ ସମସ୍ତଙ୍କର ଇଚ୍ଛା ଥାଏ କି ଆମର ବର୍ଷର ପ୍ରଥମ ମାସଟି ଆମ ପାଇଁ କିପରି ରହିବ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ଗତିରେ ସବୁବେଳେ ନିରନ୍ତର ଭାବରେ ପରିବର୍ତ୍ତନ ହେଉଥାଏ । ଯାହା ଫଳରେ ବ୍ୟକ୍ତି ମାନଙ୍କ ଜୀବନ ଉତ୍ଥାନ ପତ୍ତନ ଦେଇ ଗତି କରିଥାଏ । କେତେବେଳେ ସେ ଖୁସିରେ ଜୀବନ କାଟିଥାଏ ତ କେତେବେଳେ ତାକୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।
ତେବେ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ଜାନୁୟାରୀ ମାସରେ ଗ୍ରହମାନଙ୍କ ମଧ୍ୟରେ ଏମିତି ସଂଯୋଗ ହେଉଛି ଯାହା ଦ୍ଵାରା ଏହା କିଛି ରାଶିଙ୍କ ପାଇଁ ରାଜଯୋଗ ପ୍ରମାଣିତ ହେବ । ଏହି ସମୟରେ ଏମାନଙ୍କ ସବୁ ଅଧୁରା କାମ ପୂରଣ ହୋଇଯିବ ଓ ଏମାନେ ବହୁତ ଖୁସିରେ ଜୀବନ ବିତାଇବେ । ତେବେ ଆସନ୍ତୁ ଜାଣିବା ସେହି ସବୁ ରାଶି ମାନଙ୍କ ବିଷୟରେ ।
ବୃଷ ରାଶି-
ଆପଣ ଆପଣଙ୍କ ପରିବାର ପ୍ରତି ଥିବା ଦାୟିତ୍ଵକୁ ଠିକ ଭାବରେ ତୁଲାଇବେ ଓ ପରିବାରରେ ପ୍ରଶଂସାର ପାତ୍ର ହେବେ । ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ବ୍ୟବସାୟରେ ସଫଳତା ମିଳିବ ଓ ଭଲ ଧନ ମିଳିବାର ସମ୍ଭାବନା ଅଛି । ଆପଣ ଏହି ସମୟରେ କୌଣସି ଭୂମି, ବାହନ ଆଦି ପ୍ରାପ୍ତ କରିବାରେ ସଫଳତା ହାସଲ କରିବେ । ଆପଣଙ୍କୁ ବିଭିନ୍ନ ସ୍ତରରୁ ଧନ ଉପାର୍ଜନ କରିବାର ରାସ୍ତା ମିଳିଯିବ । ମାତା ପିତାଙ୍କ ରୋଜଗାରରେ ବୃଦ୍ଧି ହେବ ଏବଂ ଏମାନଙ୍କର ଥିବା କୌଣସି ସ୍ଵାସ୍ଥ୍ୟଗତ ସମସ୍ୟା ଦୂର ହୋଇଯିବ । ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ମିଳିବ । ବଡ ପୁତ୍ରର ବିବାହ ସ୍ଥିର ହୋଇଯିବ ।
ସିଂହ ରାଶି
ଆପଣ ଯେଉଁ ପରିଶ୍ରମ କରିଥିଲେ ତାହାର ଭଲ ପରିଣାମ ମିଳିବ । ଵୈବାହିକ ଜୀବନ ଖୁସିରେ ବିତିବ । ପରିବାରର ସବୁ ସଦସ୍ୟମାନଙ୍କ ମଧ୍ୟରେ ସୁସମ୍ପର୍କ ରହିବ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ଆପଣ ଆପଣଙ୍କ ବିଚାର ଧାରା ଦ୍ୱାରା ଅନ୍ୟମାନଙ୍କୁ ସଠିକ ମାର୍ଗ ଦର୍ଶାଇବେ । ସମାଜରେ ମାନ ସମ୍ମାନ ଆପଣଙ୍କୁ ମିଳିବ । ଧନ ପ୍ରାପ୍ତି ହୋଇପାରେ । ନିଜର ଥିବା ଯୋଗ୍ୟତା ଓ ଅନୁଭୂତି ଅନୁଯାଇ କାର୍ଯ୍ୟ କରନ୍ତୁ ସେଥିରେ ହିଁ ସଫଳତା ମିଳିବ । କଠିନ ପରିଶ୍ରମ ଦ୍ଵାରା କିଛି ଭାବିଥିବା କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ନିଜ ସାଙ୍ଗମାନଙ୍କ ତରଫରୁ କିଛି ସହଯୋଗ ମିଳିପାରେ । ପାରିବାରିକ ଜୀବନ ଚ୍ୟାଲେଞ୍ଜ ପୂର୍ଣ୍ଣ ରହିବ ।
ମିଥୁନ ରାଶି
ଆପଣଙ୍କୁ ଧନ ଉପାର୍ଜନ କରିବାର ନୂଆ ନୂଆ ରାସ୍ତା ମିଳିବ ଯାହା ଫଳରେ ଆପଣଙ୍କ ଆର୍ଥିକ ଉନ୍ନତି ହେବ । ଯେଉଁ ମାନେ ବ୍ୟବସାୟରେ ଅଛନ୍ତି ସେମାନଙ୍କୁ ବହୁତ ଲାଭ ମିଳିବ । ଆପଣଙ୍କୁ କୌଣସି କାର୍ଯ୍ୟକୁ ନେଇ ବିଦେଶ ଯିବାକୁ ପଡିପାରେ । ଏହି ଯାତ୍ରା ସମୟରେ ବହୁତ ପ୍ରଭାବଶାଳି ବ୍ୟକ୍ତି ସହ ସମ୍ପର୍କ ପ୍ରତିଷ୍ଠା ହୋଇପାରେ ଯାହା ଦ୍ୱାରା ଆପଣଙ୍କୁ ଆପଣଙ୍କ କ୍ୟାରୀୟରରେ ବହୁତ ପ୍ରଭାବ ପଡିବ । ପରିବାର ସହ ବୁଲିବାକୁ ଯାଇପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟ ଆଜି ଅପେକ୍ଷା ବହୁତ ଭଲ ରହିବ । ବାପା ମାଙ୍କ ର ଥିବା ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯିବ । ପରିବାରରେ ଆପଣଙ୍କ ଦାୟିତ୍ୱ ବଢ଼ିବ ଏବଂ ଏହି ଦାୟିତ୍ୱକୁ ପରିବାରର ସବୁ ସଦସ୍ୟଙ୍କ ସହ ମିଶି ଖୁବ ଖୁସିରେ ତୁଲାଇବାକୁ ସମର୍ଥ ହେବେ ।
ତୁଳା ରାଶି
ନିଜ ପେସାରେ ଉନ୍ନତି ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ । ପାର୍ଟନରଶିପ ବ୍ୟବସାୟରେ ଭଲ ଲାଭ ମିଳିବ । ଚାକିରିରେ ବଦଳି ହୋଇପାରେ । ବୈବାହିକ ଜୀବନରେ ଖୁସି ମିଳିବ । ବର୍ଷର ଶେଷ ଆଡକୁ ପରିବାରରେ ଦ୍ଵନ୍ଦ ଉପୁଜି ପାରେ । ଚକ୍ଷୁ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଉପୁଜି ପାରେ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ସରକାରୀ ଚାକିରି ମିଳିପାରେ । ବ୍ୟବସାୟରେ ଲାଭ ମିଳିବ । ପାରିବାରିକ ଓ ଦାମ୍ପତ୍ୟ ଜୀବନରେ ଖୁସି ମିଳିବ । ବିଦ୍ୟାର୍ଥୀମାନଙ୍କୁ ପରୀକ୍ଷାରେ କୃତକାର୍ଯ୍ୟ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ ।
ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ