ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ କିଛି ଏଭଳି ଉପାୟ ସମ୍ବନ୍ଧରେ କହିବୁ ଯାହା କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିବ। ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ଆଜିର ସମୟରେ ସମସ୍ତ ବ୍ୟକ୍ତି ସେମାନଙ୍କର ସବୁ ଆବଶ୍ୟକତାକୁ ପୂରଣ କରିବା ପାଇଁ ଅର୍ଥ ଧନର ଆବଶ୍ୟକତା କରିଥାନ୍ତି । ଏହି ସମୟରେ ଅନେକ ଲୋକବି ଅଛନ୍ତି ବହୁତ ଟଙ୍କା ରୋଜଗାର କରନ୍ତି । କିନ୍ତୁ ଶେଷରେ ସେମାନଙ୍କ ପାଖରେ ଟଙ୍କାଟିଏ ମଧ୍ୟ ରହିନଥାଏ । କେଉଁଠି ନା କେଉଁଠି ଖର୍ଚ ହୋଇଯାଇଥାଏ । ଯେଉଁଥି ପାଇଁ ସେମାନଙ୍କର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଧନ ସେଇ ମାନଙ୍କ ପାଖରେ ରହିଥାଏ ଯେଉଁ ମାନଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।
ମାତା ଲକ୍ଷ୍ମୀ ଙ୍କର କୃପା ପ୍ରତ୍ୟେକ ବ୍ୟକ୍ତି ଉପରେ ରହିଥାଏ । କିନ୍ତୁ କିଛି ଏମିତି ଲୋକ ରହିଥାନ୍ତି ଯେଉଁ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ରହିଥାନ୍ତି । ତେଣୁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ମାତା ଲକ୍ଷ୍ମୀଙ୍କ ପୂଜା ଅର୍ଚନା କରିବା ସହିତ କେତେକ ନୀତି ନିୟମ ମଧ୍ୟ ପାଳନ କରିବାକୁ ପଡିଥାଏ ।

୧-ଗୁରୁବାର ଦିନ ସ୍ନାନ ପୂର୍ବରୁ ଜଳ ରେ ଟିକେ ହଳଦି ମିଶେଇ ସ୍ନାନ କରିବା ଦ୍ୱାରା ମାତା ଙ୍କ ଆର୍ଶୀବାଦ ସଦାବେଳେ ଆପଣଙ୍କ ଉପରେ ରହିଥାଏ। ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହୋଇଥାଆନ୍ତି ଏବଂ ମାତା ଙ୍କ କୃପା ଦୃଷ୍ଟି ସଦା ସର୍ବଦା ଆପଣଙ୍କ ଉପରେ ରହିଥାଏ।

୨- ଧନର ଅଭାବ ଦୂର କରିବା ପାଇଁ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ । ଉପବାସ ସମୟରେ ହଳଦିଆ ଜିନିଷ ଦାନ କରନ୍ତୁ । ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଗୃହରେ ବାସ କରିଥାନ୍ତି । ଗୁରୁବାର ଦିନ ଆପଣ ତୁଲସୀ ପୂଜା କରିବା ସମୟରେ ଆପଣ ତୁଲସୀ ଗଛ ମୂଳରେ କଞ୍ଚା କ୍ଷୀର ପ୍ରଦାନ କରନ୍ତୁ ।
ଗୁରୁବାର ଦିନ ଆପଣଙ୍କ ବୃହସ୍ପତି ଗ୍ରହକୁ ଶକ୍ତିଶାଳୀ କରିବା ପାଇଁ ଭଗବାନ ଶିବଙ୍କୁ ହଳଦିଆ ରଙ୍ଗର ପୁଷ୍ପ ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ବୃହସ୍ପତି ଗ୍ରହ ପ୍ରସନ୍ନ ହୋଇଥାନ୍ତି ଏବଂ ସବୁ ଗ୍ରହ ଦୋଷ ମଧ୍ୟ କଟିଯାଇଥାଏ । ତେବେ ଆପଣ ମାନେ ଗୁରୁବାର ଦିନ ଏହିସବୁ ନିୟମ ପାଳନ କରନ୍ତୁ । ଦେଖିବେ ଆର୍ଥିକ ସମସ୍ୟା ରହିବ ନାହିଁ ଏବଂ ଧନ ସମ୍ପତ୍ତି ବୃଦ୍ଧି ହେବ।

୩- ସବୁଦିନ କଦଳୀ ଗଛ ରେ ଜଳ ଅର୍ପଣ ଓ କଦଳୀ ଗଛ କୁ ପୂଜା କରନ୍ତୁ ଏହା କଲେ ମାତା ଲଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି।ମାତା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ସଦା ସର୍ବଦା ଆପଣଙ୍କ ଉପରେ ରହିଥାଏ ଏବଂ ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଅତ୍ୟନ୍ତ ମାତ୍ରା ରେ ପ୍ରସନ୍ନ ହୋଇଥାଆନ୍ତି।

୪- ଗୁରୁବାର ଦିନ ତୁଳସୀ ଗଛ ମୁଳ ରେ କଞ୍ଚା ଖୀର ଢାଲନ୍ତୁ। ଏହି ଉପାୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ କାରି ଅଟେ। ଏହା ଦ୍ୱାରା ଅପଣଙ୍କ ଖର୍ଚ୍ଚ କମିଯାଇ ଥାଏ ଏବଂ ଆପଣଙ୍କ ଧନ ବୃଦ୍ଧି ହୋଇଥାଏ। ଆପଣଙ୍କ ଭାଗ୍ୟ ବଦଳିବାକୁ ଲାଗିଥାଏ।
୫-ଆପଣ ଶିବ ଭଗବାନ ଙ୍କୁ କନିଆର ଫୁଲ ଅର୍ପଣ କରନ୍ତୁ ,ଏହା ଦ୍ୱାରା ଆପଣଙ୍କ ଉପରେ ଗୁରୁ ଙ୍କ କୃପା ସଦା ସର୍ବଦା ପାଈ ରହିବ। ଆପଣଙ୍କ ଘରେ ସର୍ବଦା ସକରାତ୍ମକ ବାତାବରଣ ସୃଷ୍ଟି ହେବ ଏବଂ ଘରେ ସୁଖ ଏବଂ ଶାନ୍ତି ସ୍ଥାପନ ହେବ।
ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

