ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ସାଧାରଣତଃ ଏହି ବଲିଉଡ କଳାକାର ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ବର୍ତ୍ତମାନ ବହୁତ ଚର୍ଚାରେ ଅଛନ୍ତି ।
ବନ୍ଧୁଗଣ ସେହି ଅଭିନେତାଙ୍କ ନାମ ହେଉଛି ସଲମାନ ଖାନ । ଆପଣ ମାନେ ସଲମାନ ଖାନଙ୍କ ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ ସଲମାନ ଖାନଙ୍କୁ ବର୍ତ୍ତମାନ ୫୫ ବର୍ଷ ବୟସ ହୋଇସାରିଛି । ବନ୍ଧୁଗଣ ସଲମାନ ନିଜ ଜୀବନରେ ବହୁତ ଝିଅଙ୍କ ସହ ଅଫେୟାର ରଖିଥିଲେ । ଏକ ଇଣ୍ଟରଭ୍ୟୁରେ ସଲମାନ ନିଜ ଲାଇଫର କିଛି ପର୍ଶନାଲ ରହସ୍ୟ ବିଷୟରେ କହିଛନ୍ତି, ଆଜି ଆମେ ଆପଣ ମାନଙ୍କୁ ଏହି ରହସ୍ୟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ଏହି କିଛି ଦିନ ତଳେ ସଲମାନଙ୍କର ଏକ ପୁରୁଣା ଇଣ୍ଟରଭ୍ୟୁର ଭିଡିଓ ସାମ୍ନାକୁ ଆସିଥିଲା । ଏହି ଇଣ୍ଟରଭ୍ୟୁଟି ହେଉଛି ୧୯୯୦ ମସିହାର । ମାଗାଜିନ ମାୟାପୁରୀର ଏହି ଇଣ୍ଟରଭ୍ୟୁରେ ସଲମାନ ନିଜ କାରିୟରର ବହୁତ ରହସ୍ୟ ବିଷୟରେ କହିଥିଲେ । ଏହା ସହିତ ନିଜର ପର୍ଶନାଲ ଲାଇଫ ବିଷୟରେ ମଧ୍ୟ ସେ କିଛି କହିଥିଲେ । ସେହି ସମୟରେ ସେ, ସଙ୍ଗୀତା ବିଜଲାନିଙ୍କୁ ଛାଡି ନିଜ ପୁରୁଣା ଗର୍ଲଫ୍ରେଣ୍ଡ ଶାହିନଙ୍କ ପାଖକୁ ଚାଲି ଯାଇଥିଲେ । ଯେତେବେଳେ ସେହି ସମୟରେ ପତ୍ରକାର ମାନେ ତାଙ୍କ ଉପରେ ପ୍ରଶ୍ନ କରିଥିଲେ ସେତେବେଳେ ସଲମାନ ରାଗି ଯାଇଥିଲେ ।
ସେତେବେଳେ ସଲମାନ ରାଗି କି କହିଥିଲେ, ‘ମୋ ପର୍ଶନାଲ ଲାଇଫ ହେଉଛି କେବଳ ମୋର । ମୋ ପର୍ଶନାଲ ଲାଇଫରେ କେହି ମୁଣ୍ଡ ପୁରେଇ ପାରିବେ ନାହିଁ । ହଜାର ଝିଅଙ୍କ ସହ ମୋର ସମ୍ବନ୍ଧ ରହିଛି ହେଲେ ମୁଁ କୌଣସି ସମ୍ବନ୍ଧକୁ ଅଧୁରା ଛାଡି ନାହିଁ । ମୁ ମୋର ସମସ୍ତ ସମ୍ବନ୍ଧକୁ ପୂରଣ କରିଛି’ । ଏହାପରେ ସଲମାନଙ୍କ ସହ କାଟ୍ରିନା କୈଫ, ଜରିନ ଖାନ, ଐଶ୍ଵର୍ଯ୍ୟ ରାୟ ଓ ସ୍ନେହା ଉଲ୍ଲାଲଙ୍କ ନାମ ଯୋଡା ଯାଇଥିଲା ।
ଏହି କିଛି ଦିନ ତଳେ ସଲମାନ ଖାନ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ସେୟାର କରିଥିଲେ ଓ କ୍ୟାପ୍ସନରେ ଲେଖିଥିଲେ ‘କୃଶକଙ୍କର ସମ୍ମାନ କର’ । ବହୁତ ଲୋକ ଏହି ଫଟୋକୁ ପସନ୍ଦ କରି ପ୍ରଶଂସା କରିଥିଲେ ଓ ଅନ୍ୟ କେତେକ ଲୋକ ଏହାକୁ ମଜାକ ବନେଇ ଥିଲେ ।
ଏହି କିଛି ଦିନ ହେବ ସଲମାନ ନିଜ ପରିବାର ସହ ନିଜ ଫାର୍ମ ହାଉସରେ ରହୁଛନ୍ତି । ସେହି ସ୍ଥାନରେ ସଲମାନ ଏକ ନିୟମ କରିଛନ୍ତି, ତାହା ହେଉଛି ସଲମାନଙ୍କ ଘରକୁ ନା କେହି ଆସିପାରିବେ ନା କେହି ବାହାରିକି ଯାଇପାରିବେ । ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ସଲମାନ ଖାନ ବହୁତ ଚର୍ଚାରେ ଅଛନ୍ତି ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ