ଦୀପାବଳୀ ଦିନ ଭୁଲେ ବି କରନ୍ତୁ ନାହଁ ଏହି ସବୁ କାମ, ହେଇଯିବେ ଭିକାରୀ – Ajira Anuchinta

ଦୀପାବଳିର ଅବସର ଆସୁଛି , ଏହି ସମୟରେ କେବେବି କରନ୍ତୁ ନାହିଁ ଏହି ସବୁ କାମ ନହଲେ ହୋଇଯିବେ ଭିକାରୀ । ଦୀପାବଳି ହିନ୍ଦୁଧର୍ମର ଗୋଟିଏ ବଡ ପର୍ବ , ଏଥିପାଇଁ ଭାରତ ବର୍ଷ ସାରା ସଜବାଜ ଚାଲିଛି । ଦୀପାବଳି ଦିନ ସମସ୍ତଙ୍କ ଘରେ ମାତା ଲକ୍ଷ୍ମୀଙ୍କର ପୂଜା ହୋଇଥାଏ , କାରଣ ହିନ୍ଦୁ ଧର୍ମରେ ବିଶ୍ବାସ ରହିଛି ଏହି ଦିନ ମାତା ଲକ୍ଷ୍ମୀ ଘରକୁ ଆସିଥାନ୍ତି । ତେଣୁ ହିନ୍ଦୁ ଧର୍ମର ଲୋକ ମାନେ ମାତା ଲକ୍ଷ୍ମୀଙ୍କ ପୂଜାପାଇଁ ସବୁପ୍ରକାର ଅୟୋଜନ କରିଥାନ୍ତି ।

ଦୀପାବଳି ଦିନ ଏମିତି କିଛି କାର୍ଯ୍ୟ ଅଛି ଯାହାକୁ କଲେ ମାତା ଲାକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୋଇ ପାରନ୍ତି ବା ରାଗିଯାଇ ପାରନ୍ତି , ତେଣୁ ସେଗୁଡିକ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ । ତେବେ ଆସନ୍ତୁ ଆମେ ଏହି ଲେଖା ମାଧ୍ୟମରେ ଜାଣିବା ଏପରି କଣ ସବୁ କାର୍ଯ୍ୟ ରହିଛି ଯାହାକୁ କରିବା ଦୀପାବଳିରେ ଅଶୁଭ ବୋଲି ଧରାଯାଏ ।

ପ୍ରଥମ କଥାଟି ହେଉଛି ଦୀପାବଳି ଦିନ ଘରକୁ କେବେ ବି ଅପରିଷ୍କାର କରିବା ଠିକ ନୁହଁ । କାରଣ ଘର ଅପରିଷ୍କାର ହେଲେ ମାତା ଲକ୍ଷ୍ମୀ ରାଗିଯାଇଥାନ୍ତି , ଘରେ କଳି ଝଗଡା କରନ୍ତୁ ନାହିଁ , ବୟସ୍କ ଲୋକଙ୍କ ପ୍ରତି ଖରାପ ବ୍ୟବହାର କରନ୍ତୁ ନାହିଁ । ଏମିତି କଲେ ମାତା ଲକ୍ଷ୍ମୀ ଘରକୁ ପ୍ରବେଶ କରନ୍ତି ନାହିଁ । ମନରୁ ଅହଂକାର ଓ କ୍ରୋଧକୁ କାଢି ଦିଅନ୍ତୁ , ମନକୁ ପ୍ରଫୁଲିତ ରଖନ୍ତୁ । ଗୁରୁଜନ ମାନଙ୍କୁ ସମ୍ମନ ଦିଅନ୍ତୁ , ଦୀପାବଳି ଦିନ ମଦ୍ୟପାନ କରନ୍ତୁ ନାହିଁ , ଅନ୍ୟ କୌଣସି ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ , ନ ହେଲେ ମାତା ଲାକ୍ଷ୍ମୀ ରୁଷ୍ଟ ହୋଇଯିବେ ବା ରାଗିଯିବେ ଆଉ ଏହା ହିଁ ଆପଣଙ୍କର ଦରିଦ୍ରତାର କାରଣ ହୋଇଯିବ ।

ଦ୍ଵିତୀୟ କଥା ହେଉଛି ଝାଡୁ ହେଉଛି ମା ଲକ୍ଷ୍ମୀଙ୍କର ପ୍ରତୀକ , ତାହା ଛଡା ଛାଡୁ ହେଉଛି ସ୍ଵଛତାର ପ୍ରତୀକ । ଛାଡୁର ନିରାଦର କରିବା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି , ତେଣୁ କେବେ ବି ଝାଡୁକୁ ପାଦରେ ମାଡନ୍ତୁ ନାହିଁ । ଦୀପାବଳି ଦିନ ଛାଡୁ କରିବା ପରେ ଝାଡୁ ଏପରି ସ୍ଥାନରେ ରଖନ୍ତୁ ଯେପରି କାହାରି ନଜର ନ ପଡେ କି କାହାରି ଗୋଡ ନ ବାଜେ । ଏହା ଛଡା ଆପଣ ଦୀପାବଳି ଦିନ ସନ୍ଧ୍ୟାରେ କେବେ ବି ଶୁଅନ୍ତୁ ନାହିଁ , ନ ହେଲେ ବର୍ଷସାରା ଆପଣ ଘାଣ୍ଟି ହେଉଥିବେ ।

ଏହି ସନ୍ଧ୍ୟା ସମୟରେ ମା ଲକ୍ଷ୍ମୀ ଘରକୁ ପ୍ରବେଶ କରିଥାନ୍ତି , ଯଦି ଏହି ସମୟରେ ଘରେ କେହି ଶୋଇଥିବେ ତେବେ ମା ଘରେ ପ୍ରବେଶ ନକରି ଫେରି ଯାନ୍ତି ବୋଲି ବିଶ୍ଵାସ ରହିଛି । ତେଣୁ ସନ୍ଧ୍ୟା ସମୟରେ ପୂଜା , ଆରତି ଭଳି ଧାର୍ମିକ କାର୍ଯ୍ୟରେ ମନ ଦିଅନ୍ତୁ । ଦୀପାବଳି ମନାଇବାରେ ସମୟ ଦିଅନ୍ତୁ । ହେଲେ ରୋଗୀ ମାନେ ଦୀପାବଳି ସମୟରେ ସନ୍ଧ୍ୟା ସମୟରେ ଶୋଇଲେ କିଛି ଅସୁବିଧା ନହିଁ ।

ଦୀପାବଳି ହେଉଛି ଆଲୋକର ପର୍ବ , ଏହିଦିନ ପୁରା ଘରକୁ ଆଲୋକିତ କରନ୍ତୁ , ଦୀପମୟ କରନ୍ତୁ , ଘରକୁ କେବେ ବି ଅନ୍ଧାର ରଖନ୍ତୁ ନାହିଁ । ମା ଲକ୍ଷ୍ମୀ ଏହିଦିନ ଆଲୋକରେ ଚକମକ କରୁଥିବା ସ୍ଥାନକୁ ବୁଲିବାକୁ ଆସନ୍ତି ବୋଲି ବିଶ୍ବାସ ଅଛି , ତେଣୁ ଯଦି ଆପଣଙ୍କ ଘର ଅନ୍ଧାର ରୁହେ ତେବେ ମା ଲକ୍ଷ୍ମୀ ଫେରି ଯାଇଥାନ୍ତି । ସେଥିପାଇଁ ଦୀପାବଳି ଦିନ ଘରକୁ ଦୀପ ଓ ଆଲୋକରେ ଆଲୋକିତ କରି ରଖନ୍ତୁ । ତାପରେ ମୁଖ୍ୟ କଥା ହେଲା ଦୀପାବଳି ଦିନ କେବେ ବି ଜୁଆ ଖେଳନ୍ତୁ ନାହିଁ ।

ଏହା ଦ୍ଵାରା ମା ଲକ୍ଷ୍ମୀଙ୍କର ଅନାଦର ହୋଇଥାଏ , ମା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିବେ ନାହିଁ , ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରୁ ଆପଣ ଓ ଆପଣଙ୍କ ପରିବାର ବଞ୍ଚିତ ରହିଯିବେ । ଯାହା ଦ୍ଵାରା ଘରର ସୁଖ ସମୃଦ୍ଧିରେ ବାଧା ସୃଷ୍ଟି ହେବ । ବନ୍ଧୁଗଣ ଏହି ଗୁଡିକ ଥିଲା ସେହି କାର୍ଯ୍ୟ ଯାହାକୁ କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୋଇଥାନ୍ତି ବା ରାଗିଯାଇଥାନ୍ତି ଫଳରେ ଦରିଦ୍ରତା ଆସେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *