ସବୁ ଅଙ୍କ ଭୁଲ କରିଦେଲେ ଓଡିଶା ରାଜନୀତି ରେ ବର୍ତ୍ତମାନ ର ସବୁଠୁ ଚର୍ଚିତ ଚେହେରା ବେଣୁ ମଉସା, ପଢନ୍ତୁ ପୁରା ଖବର …

ଓଡିଶାର ଦୁଇ ଉପନିର୍ବାଚନ ମଧ୍ୟରୁ ସବୁଠୁ ଚର୍ଚ୍ଚିତ ଥିବା ବାଲେଶ୍ଵର ସଦର ଉପନିର୍ବାଚନ ରେ ଆକାଶ ମତ ଧସି ହୋଇ ପସିଛି ବେଣୁ ମଉସାଙ୍କ ଭଲ ପାଇବା ,ବିନା ଅର୍ଥ ଓ ଲୋକବଳରେ ବିଧାୟକ ପ୍ରାର୍ଥୀ ପାଇଁ ନିର୍ବାଚନ ପ୍ରଚାର କରୁଥିବା ବେଣୁ ବାରିକ ହଠାତ ବାଲେଶ୍ଵର ରାଜନୀତି ରେ ନୂଆ ଏବଂ ଚର୍ଚ୍ଚିତ ଚେହେରା ଭାବେ ଛିଡା ହୋଇଛନ୍ତି । କିଛି ଦିନ ତଳର ଅଜଣା ଅଚିହ୍ନା ବେଣୁ ବାରିକ ଏବେ କଡା ଟକ୍କର ଦେଉଛନ୍ତି BJD ଓ BJP ର ହେବି ଷ୍ଟାର ପ୍ରଚାର ମାନଙ୍କୁ ।

ବହୁ ଚର୍ଚ୍ଚିତ ଅଭିନେତ୍ରୀ ରାଣୀ ପଣ୍ଡା ମଧ୍ୟ ତାଙ୍କୁ ସମର୍ଥନ କରି ତାଙ୍କର କ୍ୟାମ୍ପନିଙ୍ଗ ରେ ଯାଇ ପ୍ରଚାର କରିଥିବା ବେଳେ ଏବେ ଅଭିଜିତ ମଜୁମଦାର ତାଙ୍କ ପାଇଁ ଏକ ଗୀତ ଗାଇଛନ୍ତି ଓ ବହୁତ ଯାତ୍ରା ଆକ୍ଟର ମାନେ ବେଣୁ ମଉସାଙ୍କୁ ସମର୍ଥନ କଲା ବେଳେ ବହୁ ସମାଜସେବୀ ମଧ୍ୟ ତାଙ୍କୁ ସମର୍ଥନ କରୁଛନ୍ତି । ଏମିତିରେ ଦେଖିବାକୁ ଗଲେ ବେଣୁଙ୍କ ପାଖରେ ଅନୁକମ୍ପା ମୂଳକ ଭୋଟ ଇସାରା କରୁଛି ।

ବାଲେଶ୍ଵର ସଦର ର ବୁଦ୍ଧିଜୀବୀ ବେଣୁଙ୍କୁ ଥରେ ସୁଯୋଗ ଦିଆଯାଉ ବୋଲି ସ୍ଵର ଉଠାଇଲେଣି । ରାଜ୍ୟ ସାରା କେବଳ ବେଣୁ ହିଁ ବେଣୁ । ସୋସିଆଲ ମିଡିଆରେ ବି ବେଣୁ ମଉସା । ତେଣୁ ଦେଖିବାକୁ ଗଲେ ବେଣୁଙ୍କର ଲୋକପ୍ରିୟତା ବିଶେଷ କରି BJD ର ମାନସ ଙ୍କ ପାଇଁ ଅଡୁଆ ସାବ୍ୟସ୍ତ ହୋଇପାରେ ବୋଲି ଗୁଞ୍ଜରଣ ସୃଷ୍ଟି ହେଲାଣି । ମଦନ ଙ୍କ ଦେହାନ୍ତ ପରେ ଅନୁକମ୍ପା ମୂଳକ ଭୋଟ ମାନସ ଙ୍କ ପ୍ରତି ରହିବା ସ୍ଵାଭାବିକ । ପ୍ରାଥମିକ ଆକଳନ ଅନୁଯାୟୀ BJP ର ମାନସ BJP ଠାରୁ ବହୁତ ଆଗରେ ଥିଲେ ।

BJD ରେ ଅନ୍ତକନ୍ଦଳ ଚାଲିଥିବା ବେଳେ BJD ବ୍ୟାକ ଫୁଟରେ ଥିବାବେଳେ ଆଗରେ ରହିଥିଲା BJP । କିନ୍ତୁ ଏବେ ସ୍ଥିତି ଧୀରେ ଧୀରେ ବଦଳିଲାଣି ଓ BJP ର ସବୁ ସ୍ଵପ୍ନ ଧୂଳିସାତ ହେବାକୁ ଲାଗିଲାଣି । ପୂର୍ବ ଥର BJD ପ୍ରାର୍ଥୀ ଜୀବନ ପ୍ରଦୀପ 61409 ଭୋଟ ପାଇଥିବା ବେଳେ BJP ର ମଦନ ମୋହନ 74800 ଭୋଟ ପାଇଥିଲେ । BJD ରେ କନ୍ଦଳ ଚାଲିଥିଲେ ମଧ୍ୟ 61000 ଭୋଟ BJD ପାଖରେ ରହିଛି । ବାକି BJP ଅନୁକମ୍ପା ମୂଳକ ଭୋଟ ଉପରେ ବିଜୟ ପରାଜୟ ନିର୍ଭର କରୁଛି । କିନ୍ତୁ ଅଚାନକ ବେଣୁ ମଉସା ସବୁ ହିସାବ ନିକାସ ଭୁଲ କରିଦେଲେ ।

BJP ଅନୁକମ୍ପା ମୂଳକ ଭୋଟ ସାଉଁଟିବା ବଦଳରେ ଅନୁକମ୍ପା ମୂଳକ ଭୋଟ ଏବେ ବେଣୁ ମଉସାଙ୍କ ଆଡକୁ ମୁହେଇଁବାରେ ଲାଗିଲାଣି । ଯାହାକି BJP ପାଇଁ ବିପଦ ସାଜିଛି । ତେବେ ରାଜନୈତିକ ବିଶେଷଜ୍ଞ ଙ୍କ ଆକଳନ ଅନୁଯାୟୀ ଆକସ୍ମିକ ବେଣୁ ମଉସାଙ୍କ ଲୋକପ୍ରିୟତା ପଛରେ BJD ର ହାତ ନାହିଁ ତ ? କାହିଁକି ନା ସରକାରୀ ପ୍ରୋତ୍ସାହିତ ଗଣ ମାଧ୍ୟମ ଗୁଡିକ ଯେଉଁମାନେ ଦିନରାତି ସରକାରଙ୍କ ପ୍ରଚାରରେ ବ୍ୟସ୍ତ ଥାଆନ୍ତି ସେମାନେ ଏବେ BJD ପ୍ରାର୍ଥୀ ଅପେକ୍ଷା ବେଣୁ ମଉସାଙ୍କୁ ନେଇ ଅଧିକ ଖବର ପ୍ରଚାର ପ୍ରସାରରେ ବ୍ୟସ୍ତ ରହୁଛନ୍ତି ।

BJP ମାନସ ଙ୍କ ଅନୁକମ୍ପା ମୂଳକ ଭୋଟ କୁ ଅନ୍ତର କରିବାକୁ ଏହା ଏକ ଯୋଜନା ନୁହେଁ ତ ?ଏହିପରି ସନ୍ଦେହ କୁ ଆହୁରି ଦୃଢ କରିଛି BJD ର ମୁଖପାତ୍ର ସତ୍ୟଜିତ ବିମଲ ମିଶ୍ରଙ୍କ ଏକ ପୋସ୍ଟ, ଯେଉଁଥିରେ ବେଣୁ ମଉସାଙ୍କୁ BJP ର ବିପଦ ବୋଲି ଦର୍ଶାଇଛି । ତେବେ ବନ୍ଧୁଗଣ ଯାହା ହେଉ ନା କାହିଁକି ଏବେ ବେଣୁ ମାଉସ ବହୁତ ଚର୍ଚ୍ଚାରେ ଅଛନ୍ତି । ଦେଖାଯାଉ କେଉଁ ପାର୍ଟି ଜିତୁଛି ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *