ସ୍ଵାମୀ ସ୍ତ୍ରୀଙ୍କ ମିଳନରେ ସବୁଠୁ ଅଧିକ ସୁଖ କାହାକୁ ମିଳିଥାଏ ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ପୌରାଣିକ ବିଷୟ ନେଇ ଆସିଛୁ ଯାହା ବିଷୟରେ ସମସ୍ତ ସ୍ତ୍ରୀ ଓ ପୁରୁଷ ମାନେ ଜାଣିବା ପାଇଁ ଇଛା କରିଥାନ୍ତି । ତାହା ହେଉଛି ଶାରୀରିକ ସମ୍ପର୍କ ଦ୍ଵାରା ସ୍ତ୍ରୀ ଓ ପୁରୁଷ ମଧ୍ୟରୁ କାହାକୁ ଅଧିକ ସୁଖ ମିଳିଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହାର ଉତ୍ତର ବିଷୟରେ ।

ଦିନେ ଯୁଧିଷ୍ଟିର ଭୀଷ୍ମଙ୍କୁ ପଚାରି କହିଲେ ପୁରୁଷ ଓ ସ୍ତ୍ରୀ ମଧ୍ୟରୁ ଶାରୀରିକ ସମ୍ପର୍କ ଦ୍ଵାରା କାହାକୁ ଅଧିକ ସୁଖ ମିଳିଥାଏ । ଭୀଷ୍ମ ଏକ ଗପ ମାଧ୍ୟମରେ ଉତ୍ତର ଦେଇ କହିଲେ, ବହୁତ ଦିନ ପୂର୍ବେ ଭଙ୍ଗାସ୍ଵାନ ନାମକ ଜଣେ ବୀର ତଥା ସାହସୀ ରାଜା ଥିଲେ । ତାଙ୍କର କୌଣସି ସନ୍ତାନ ନଥିଲେ । ପୁତ୍ର ପ୍ରାପ୍ତି ପାଇଁ ରାଜା ଅଗ୍ନିଷ୍ଠମୀ ଯଜ୍ଞ କରାଇଥିଲେ । ଏହି ଯଜ୍ଞ ଦ୍ଵାରା ଅଗ୍ନି ଦେବତାଙ୍କ ଆରାଧନା କରିଥିଲେ ରାଜା । ଏହା ଦ୍ଵାରା ଇନ୍ଦ୍ର ଦେବତା କ୍ରୋଧ ହୋଇ ଭଙ୍ଗାସ୍ଵାନ ରାଜାଙ୍କୁ ବୁଦ୍ଧି ଶିଖାଇବା ପାଇଁ ସ୍ତିର କରିଲେ ।

ଦିନେ ଭଙ୍ଗାସ୍ଵାନ ରାଜା ଶିକାରରେ ଯାଉଥିଲେ ସେହି ସ୍ଥାନରେ ଇନ୍ଦ୍ର ଦେବତା ରାଜାଙ୍କୁ ସମୋହିତ କରିଦେଲେ । ଏହା ଦ୍ଵାରା ରାଜା ଜଙ୍ଗଲରେ ଘୁରି ବୁଲିଲେ ଓ କ୍ଳାନ୍ତ ହୋଇ ଏକ ପୋଖରୀକୁ ଯାଇ ଜଳପାନ କରିଥିଲେ, ଜଳପାନ କରିବା ପରେ ରାଜା ସେହି ପୋଖରୀକୁ ସ୍ନାନ କରିବା ପାଇଁ ଯାଇଥିଲେ । ସ୍ନାନ କରିବା ଦ୍ଵାରା ରାଜା ସ୍ତ୍ରୀରେ ପରିଣତ ହୋଇଗଲେ । ଏହା ଦେଖି ରାଜା କାନ୍ଦିବାକୁ ଲାଗିଲେ ।

ଅଗ୍ନିଷ୍ଠମ ଯଜ୍ଞ ଦ୍ଵାରା ରାଜାଙ୍କର ୧୦୦ଟି ପୁତ୍ର ହୋଇଥିଲା, ନିଜ ପୁତ୍ର ଓ ରାଜ୍ୟ ବିଷୟରେ ଭାବି ରାଜା କାନ୍ଦିବାକୁ ଲାଗିଥିଲେ ଓ ନିଜ ରାଜ୍ୟରେ ପହଞ୍ଚି ଥିଲେ ଓ ନିଜ ପ୍ରଜା, ପୁତ୍ର ମାନଙ୍କୁ କହିଲେ ମୁ ଏହି ରାଜ୍ୟକୁ ସମ୍ଭାଳିବାର ଯୋଗ୍ୟ ନୁହେଁ । ଏହାପରେ ସେ ଜଙ୍ଗଲକୁ ଯାଇ ଜଣେ ତପସ୍ଵୀ ପାଖରେ ରହିଥିଲେ ଓ ସ୍ତ୍ରୀ ରୂପେ ରାଜା ପୁତ୍ର ଜନ୍ମ କରିଥିଲେ ।

ଦିନେ ଭଙ୍ଗସ୍ଵାନ ନିଜ ପୁତ୍ର ମାନଙ୍କୁ ଏକାଠି କରି ରାଜ୍ୟ ସମ୍ଭାଳିବା ପାଇଁ କହିଥିଲେ, ହେଲେ ଇନ୍ଦ୍ର ତାଙ୍କ ପୁଅ ମାନଙ୍କ ମଧ୍ୟରେ କଳହ ଲଗାଇ ଥିଲେ । ଏହା ଦ୍ଵାରା ପୁତ୍ର ମାନେ ପରସ୍ପରର ହତ୍ୟା କରିଥିଲେ । ରାଜା ଏହା ବିଷୟରେ ଜାଣି କାନ୍ଦିବାକୁ ଲାଗିଲେ । ସେହି ସମୟରେ ଏକ ବ୍ରାହ୍ମଣ ରୂପ ନେଇ ଇନ୍ଦ୍ର ଦେବତା ରାଜାଙ୍କ ସାମ୍ନାରେ ପ୍ରକଟ ହୋଇଥିଲେ । ରାଜା ସେହି ସମୟରେ ତାଙ୍କୁ ସବୁ କଥା କହିଥିଲେ, ଯାହା ଫଳରେ ଇନ୍ଦ୍ର ଦେବତା ନିଜ ରୂପ ନେଇ କହିଲେ, ଦେଖିଲ ମୋତେ ଅସମ୍ମାନ କରିବାର ପରିଣତି ।

ଭଙ୍ଗାସ୍ଵାନ ଇନ୍ଦ୍ରଙ୍କ ପାଦ ଧରି ଭୁଲ ମାଗିଲେ । ସେହି ସମୟରେ ଇନ୍ଦ୍ର କ୍ଷମା କରି କହିଲେ ତମେ ନିଜର ଗୋଟେ ରୂପର ପୁତ୍ରକୁ ଆଣିବା ପାଇଁ କୁହ, ସ୍ତ୍ରୀ ରୂପ ନା ସ୍ଵାମୀ ରୂପ । ସେହି ସମୟରେ ରାଜା ନିଜର ସ୍ତ୍ରୀ ରୂପରେ ଜନ୍ମ ଦେଇଥିବା ପୁତ୍ର ମାନଙ୍କୁ ଆଣିବା ପାଇଁ କହିଥିଲେ  କାରଣ ପିତାଙ୍କ ଠାରୁ ପୁତ୍ର ମାନଙ୍କ ପାଇଁ ମା’ ର ମମତା ଅଧିକ ଥାଏ ।

ଏହା ପରେ ଇନ୍ଦ୍ର ଦେବ ରାଜାଙ୍କୁ ପୂର୍ବ ରୂପରେ ପରିଣତ କରି ଦେବା କଥା କହିଥିଲେ କିନ୍ତୁ ରାଜା ମନା କରି ଦେଇଥିଲେ ଓ କହିଥିଲେ କି ମୁଁ ସ୍ତ୍ରୀ ରୂପରେ ହିଁ ବହୁତ ଖୁସିରେ ଅଛି ଏମିତି ରହିବାକୁ ଚାହୁଁଛି । ଇନ୍ଦ୍ର କାରଣ ପଚାରିବାରୁ ରାଜା କହିଥିଲେ କି ସ୍ତ୍ରୀ ପୁରୁଷଙ୍କ ମିଳନ ସମୟରେ ସ୍ତ୍ରୀ କୁ ପୁରୁଷ ଠାରୁ ଅଧିକ ସୁଖ ଓ ଆନନ୍ଦ ମିଳିଥାଏ । ମୁଁ ସେହି ଆନନ୍ଦ ନେବାକୁ ଚାହେଁ । ଏଥିରୁ ଜଣା ପଡିଲା ମିଳନ ସମୟରେ ପୁରୁଷଙ୍କ ଅପେକ୍ଷା ସ୍ତ୍ରୀ ମାନଙ୍କୁ ଅଧିକ ସୁଖ ମିଳିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *