ନିଜ ସ୍ଵାମୀଙ୍କ ପ୍ରଥମ ବିବାହ ସମୟରେ କେବଳ ୧୧ ବର୍ଷର ଥିଲେ କରିନା, ଯେତେବେଳେ କି ନିଜ ସ୍ୱାମୀଙ୍କ ପ୍ରଥମ ବିବାହ ବେଳକୁ ଏହି ଅଭିନେତ୍ରୀ ଥିଲେ ମାତ୍ର ୧ ବର୍ଷର

ପ୍ରେମ ବହୁତ ଅଦ୍ଭୁତ ଜିନିଷ । ଯେବେ ଏହା କାହାରିକୁ ହୁଏ ତ କେବଳ ହୋଇଯାଏ । ପୁଣି ଆମେ ସାମ୍ନାବାଲାର ରଙ୍ଗ,ରୂପ,ଧର୍ମ ,ଜାତି,ଆଉ ବୟସ କିଛି ଦେଖୁନା । ଏକ ସମୟ ଥିଲା ଯେତେବେଳେ ବଲିଉଡର ଅଭିନେତା ମାନେ ନିଜ ଠାରୁ ଖୁବ କମ ବୟସର ଝିଅ ମାନଙ୍କ ସହ ବିବାହ କରୁଥିଲେ । ସେତେବେଳେ ବି ଝିଅମାନେ ନିଜ ଠାରୁ ଅଧିକ ବୟସର ପୁଅଙ୍କୁ ବହୁତ ପସନ୍ଦ କରୁଥିଲେ । ଏମିତି ଆଜିକାଲି ତ କେତେ ଅଭିନେତ୍ରୀମାନେ ନିଜଠାରୁ କମ ବୟସର ପୁଅମାନଙ୍କସହ ବିବାହ କରୁଛନ୍ତି । ପ୍ରିୟଙ୍କା ଚୋପ୍ରା ଓ ଐଶ୍ଵର୍ୟା ରାୟ ଏହାର ଉଦାହରଣ ।

ଛାଡନ୍ତୁ ,ଆଜି ଆମେ ଆପଣଙ୍କୁ ବଲିଉଡର ସେହି ଅଭିନେତ୍ରୀ ମାନଙ୍କ ସହ ଭେଟ କରେଇବାକୁ ଯାଉଛୁ ଯେଉଁ ମାନେ କି ନିଜ ସ୍ଵାମୀର ପ୍ରଥମ ବିବାହ ସମୟରେ ବୟସରେ ଖୁବ ଛୋଟ ଥିଲେ । ଏମାନଙ୍କ ମଧ୍ୟରୁ ଜଣେ ଅଭିନେତ୍ରୀ ଏମିତି ଥିଲେ କି ନିଜ ସ୍ଵାମୀର ପ୍ରଥମ ବିବାହରେ କେବଳ ୧ ବର୍ଷ ର ଥିଲେ ।

ଶବାନା ଆଜମି (Shabana azmi)

ଶବାନା ଆଜମି ବିଗତ ଦିନ ମାନଙ୍କର ଦମଦାର ହିରୋଇନ ଅଟନ୍ତି । ସେ ୧୯୮୪ରେ ବଲିଉଡର ଜଣାଶୁଣା ଲେଖକ ଜାବେଦ ଅଖତରଙ୍କ ସହ ବିବାହ କରିଥିଲେ । ଏହା ଜାବେଦ ଙ୍କର ଦ୍ଵିତୀୟ ବିବାହ ଥିଲା । ଲେଖକଙ୍କର ପ୍ରଥମ ବିବାହ ୧୯୭୨ରେ ହନୀ ଇରାନୀ ଙ୍କ ସହିତ ହୋଇଥିଲା ସେତେବେଳେ ଶବାନା ଆଜମି ୨୨ବର୍ଷର ଥିଲେ । ଶବାନାଙ୍କ ଜନ୍ମ ୧୮ସେପ୍ଟେମ୍ବର ୧୯୫୦ରେ ହୋଇଥିଲା । ଶବାନା ଜାବେଦ ଅକ୍ତରଙ୍କ ଠାରୁ ୫ବର୍ଷ ସାନ ।

ହେମାମାଳିନୀ (Hema Malini)

ବଲିଉଡର ଡ୍ରିମ ଗାର୍ଲ ହେମାମାଳିନୀ ବଲିଉଡର ହିମ୍ୟାନ ଧର୍ମେନ୍ଦ୍ରଙ୍କ ସହ ୧୯୭୯ ରେ ଦ୍ଵିତୀୟ ବିବାହ କରିଥିଲେ । ଧର୍ମେନ୍ଦ୍ରଙ୍କର ପ୍ରଥମ ସ୍ତ୍ରୀଙ୍କର ନାମ ପ୍ରକାଶ କୌର । ଯାହାଙ୍କୁ ଧର୍ମେନ୍ଦ୍ର ୧୯୫୪ରେ ବିବାହ କରିଥିଲେ । ସେତେବେଳେ ଧର୍ମେନ୍ଦ୍ରଙ୍କ ବୟସ ୧୯ ବର୍ଷ ଥିଲା । ଧର୍ମେନ୍ଦ୍ର ନିଜର ପ୍ରଥମ ସ୍ତ୍ରୀ କୁ ଛାଡପତ୍ର ଦେବାକୁ ଚାହୁଁ ଥିଲେ କିନ୍ତୁ ସେ ଏଥିପାଇଁ ରାଜି ନ ଥିଲେ । ଏମିତିରେ ଧର୍ମେନ୍ଦ୍ର ଇସଲାମ ଧର୍ମ ଗ୍ରହଣ କରି ହେମାଙ୍କ ସହ ଦ୍ଵିତୀୟ ବିବାହ କଲେ । ଯେତେବେଳେ ଧର୍ମେନ୍ଦ୍ରଙ୍କର ପ୍ରଥମ ବିବାହ ହେଇଥିଲା ସେତେବେଳେ ହେମାମାଳିନୀ କେବଳ ୬ ବର୍ଷର ହୋଇଥିଲେ । ତାଙ୍କ ଜନ୍ମ ୧୬ ଅକ୍ଟୋବର ୧୯୪୮ରେ ହେଇଥିଲା।

ଲୀନା ଚନ୍ଦା ବରକର (Leena chanderverker)

ପୁରୁଣା ଜମାନାର ବଲିଉଡ ଅଭିନେତ୍ରୀ ଲୀନା ଚନ୍ଦ୍ରା ବରକର ଗାୟକ କିଶୋର କୁମାର ଙ୍କର ଚତୁର୍ଥ ପତ୍ନୀ । କିଶୋର କୁମାର ପ୍ରଥମେ ୧୯୫୧ରେ ରୁମା ଗୁହା ଠାକୁରତାଙ୍କ ସହ ବିବାହ କରିଥିଲେ । ଏହାପରେ ତାଙ୍କର ଦ୍ଵିତୀୟ ବିବାହ ୧୯୬୦ରେ ମଧୁବାଲା ସହିତ ହୋଇଥିଲା । ପୁଣି ୧୯୬୦ ରେ ଯୋଗୀତାବାଲୀ ତାଙ୍କର ତୃତୀୟ ପତ୍ନୀ ହେଲେ। ଶେଷରେ ୧୯୮୦ ରେ କିଶୋର କୁମାର ଲୀନା ଚନ୍ଦା ବରକର ଙ୍କ ସାଥିରେ ଚତୁର୍ଥ ବିବାହ କଲେ । ଏହା ପରେ ୧୯୮୬ ମସିହାରେ କିଶୋର କୁମାରଙ୍କର ନିଧନ ହୋଇଗଲା । ଏବେ ଆପଣମାନଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ କିଶୋର କୁମାର ଯେତେବେଳେ ୧୯୫୧ରେ ନିଜର ପ୍ରଥମ ବିବାହ କରିଥିଲେ ସେତେବେଳେ ତାଙ୍କର ଚତୁର୍ଥ ସ୍ତ୍ରୀ ଲୀନା ମାତ୍ର ୧ବର୍ଷର ଥିଲେ । ଲୀନା ଙ୍କ ଜନ୍ମ ୨୦ ଅଗଷ୍ଟ ୧୯୫୦ରେ ହୋଇଥିଲା ।

କରିନା କପୂର (Kareena kapoor)

କରିନା କପୂର ବଲିଉଡର ନବାବ ଶେଫ ଅଲି ଖାନଙ୍କର ଦ୍ଵିତୀୟ ସ୍ତ୍ରୀ ଅଟନ୍ତି । ଦୁଇଜଣଙ୍କ ବିବାହ ୨୦୧୨ରେ ହୋଇଥିଲା । ନିକଟରେ ସେ ଦ୍ଵିତୀୟ ଥର ପାଇଁ ଗର୍ଭବତୀ ହୋଇଥିଲେ । କରିନାଙ୍କ ପୂର୍ବରୁ ଶେଫ ଅମୃତା ସିଂହଙ୍କ ସହ ୧୯୯୧ରେ ବିବାହ କରିଥିଲେ । ସେହି ସମୟରେ କରୀନା କପୂର କେବଳ ୧୧ବର୍ଷର ଥିଲେ । କରିନା ଙ୍କ ଜନ୍ମ ୨୧ ସେପ୍ଟେମ୍ବର ୧୯୮୦ରେ ହୋଇଥିଲା । ସେ ବୟସରେ ସେଫଙ୍କ ଠାରୁ ୧୦ବର୍ଷ ସାନ ।

ଯେମିତିକି ଆପଣମାନେ ସମସ୍ତେ ଦେଖିଲେ ବଲିଉଡରେ ବିବାହ ଓ ଲଭ ଅଫେୟାର ମାମଲାରେ କିଛି ବି ହୋଇପାରେ । ଏଠାରେ ପ୍ରତିଦିନ କାହାରି ଛାଡପତ୍ର ,ବିଛେଦ ବା ଅଫେୟାର ଏବଂ ବିବାହର ଖବର ଆସେ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *