ଫିଲ୍ମ ‘କୁଛ କୁଛ ହୋତା ହେ’ର ଏହି କୁନି ଝିଅ ଆଜି ହେଇ ଯାଇଛନ୍ତି ଏତେ ବଡ ଓ ସୁନ୍ଦର କି ଦେଖିଲେ ଚିହ୍ନି ବି ପାରିବେନି

ବନ୍ଧୁଗଣ ବଲିଉଡର କେତେକ ଫିଲ୍ମ ବା ଟେଲିଭିଜନ ସିରିଏଲରେ ଶିଶୁ କଳାକାରଙ୍କ ଉପରେ ବହୁତ ଗୁରୁତ୍ଵ ଦିଆଯାଇଥାଏ । ଏହି ଶିଶୁ କଳାକାର ମାନଙ୍କ ପାଇଁ ଫିଲ୍ମ ସୁପର ହିଟ ମଧ୍ୟ ହୋଇଥାଏ । ଶିଶୁ କଳାକାରଙ୍କ ଅଭିନୟକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି । ଏହିପରି ଏକ ଶିଶୁ କଳାକାରଙ୍କ ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛି । ଆପଣ ମାନେ ନିଶ୍ଚୟ ସୁପର ହିଟ ଫିଲ୍ମ ‘କୁଛ କୁଛ ହୋତା ହେ’ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମରେ ବଲିଉଡର ଲୋକପ୍ରିୟ ଅଭିନେତା ସାହାରୁଖ ଖାନ ଓ କାଜୋଲ ଥିଲେ ।

ଏହି ଫିଲ୍ମରେ ସାହାରୁଖ ଖାନଙ୍କ ଝିଅର ଭୂମିକା କରିଥିଲେ ଜଣେ ଶିଶୁ କଳାକାର । ଏହି ଶିଶୁ କଳାକାରଙ୍କ ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ସେହି ସମୟରେ ଏହି ଫିଲ୍ମଟି ସୁପର ହିଟ ହୋଇଥିଲା । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସେହି ଶିଶୁ କଳାକାର ବିଷୟରେ କହିବାକୁ ଯାଉଛୁ ଯିଏ ବର୍ତ୍ତମାନ ବହୁତ ବଡ ହୋଇ ସାରିଛନ୍ତି । ବର୍ତ୍ତମାନ ସେ ବହୁତ ସୁନ୍ଦର ଓ ଆକର୍ଷିତ ମଧ୍ୟ ଦେଖାଯାଉଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଶିଶୁ କଳାକାରଙ୍କ ବିଷୟରେ ।

ବନ୍ଧୁଗଣ ଏହି ଶିଶୁ କଳାକାରଙ୍କ ଅସଲି ନାମ ହେଉଛି ସନା ସଇଦ । ସନାଙ୍କ ଜନ୍ମ ୨୨ ସେପ୍ଟେମ୍ବର ୧୯୮୮ରେ ମୁମ୍ବାଇ ମହାରାଷ୍ଟ୍ରରେ ହୋଇଥିଲା । ସେ ତାଙ୍କ ଫିଲ୍ମ କାରିୟରର ଆରମ୍ଭ ୧୯୯୮ ମସିହାରେ ଆସିଥିବା ଫିଲ୍ମ ‘କୁଛ କୁଛ ହୋତା ହେ’ରୁ କରିଥିଲେ । ଏହା ପରେ ସେ ୨୦୦୦ ରେ ରିଲିଜ ହୋଇଥିବା ଫିଲ୍ମ ‘ହର ଦିଲ ଜୋ ପ୍ୟାର କରେଗା’ରେ ଅଭିନୟ କରିଥିଲେ ।

ଏହା ପରେ ନିଜ ପାଠ ପଢା ପାଇଁ ସେ ଫିଲ୍ମ ଲାଇନରୁ ଦୂରରେ ରହିଲେ । ହେଲେ ୮ ବର୍ଷ ପରେ ଛୋଟ ପରଦାରେ ସନା ନଜର ଆସି ଥିଲେ । ଏହାପରେ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇଅର’ରେ ସେ ବଡ ପରଦାରେ ନଜର ଆସିଥିଲେ । ଏହା ପରେ ତାଙ୍କୁ ଅନ୍ୟ କୌଣସି ଫିଲ୍ମରେ କାମ କରିବାର ମଉକା ମିଳିନଥିଲା, ଯାହାଫଳରେ ସେ କେତେକ ଫେମସ ରିଆଲିଟି ସୋରେ ନଜର ଆସିଥିଲେ, ଯେଉଁ ସଫଳତା ତାଙ୍କୁ ନିଜ ପିଲା ବେଳରେ ମିଳିଥିଲା ତାହା ବଡ ହେଲା ପରେ ମିଳିପାରିଲା ନାହିଁ । ବର୍ତ୍ତମାନ ସନା ଦେଖାଯିବା ପାଇଁ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସୁଛନ୍ତି ଓ ବର୍ତ୍ତମାନ ବଲିଉଡରେ ନିଜ କାରିୟରକୁ ନେଇ ସଂଘର୍ଷ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *