ବନ୍ଧୁଗଣ ଆଜି କାଲି ଗୋଟେ ଗୋଟେ ସ୍ଥାନରେ ଏମିତି କିଛି ଘଟଣା ଘଟୁଛି ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ସୋସିଆଲ ମିଡିଆ ଜରିଆରେ ଏହି ସବୁ ଘଟଣା ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହିପରି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ତାହା ହେଉଛି ଏକ ସମାଧି ପାଖରେ ଗୋଟେ କୁକୁର ବହୁତ ଦିନ ଧରି ବସୁଥିଲା, ହେଲେ ଯେତେବେଳେ ସତ ଜଣା ପଡିଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏହାର ମୂଳ ରହସ୍ୟ ବିଷୟରେ ଆପଣ ଜାଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଏକ ସମାଧି ମଝିରେ ଗୋଟେ କୁକୁର ସବୁବେଳେ ବସୁଥିଲା । ସମାଧି ପାଖରେ କାମ କରୁଥିବା ଲୋକମାନେ ସେହି କୁକୁରକୁ ସବୁଦିନ ବସିଥିବାର ଦେଖୁଥିଲେ । ଲୋକମାନେ ଭାବିଲେ କି ତାରା ମାଲିକ ର ମୃତ୍ୟୁ ପାଇଁ ଦୁଃଖିତ ହୋଇ ସେ ସେହି ସମାଧି ଉପରେ ବସୁଛି । ହେଲେ ଥରେ କୁକୁର କିଛି ଜିନିଷକୁ ନେଇ ସେହି ସମାଧି ମଧ୍ୟରେ ପକାଉ ଥିବାର ଅଧିକାରୀ ମାନେ ଦେଖିଥିଲେ । ଏହା ପରେ ଅଧିକାରୀ ମାନେ ସେହି ସମାଧି ପାଖକୁ ଯାଇ ଦେଖିବା ପାଇଁ ଚାହିଁଥିଲେ ।

ହେଲେ ଫିମେଲ କୁକୁରଟି ସେମାନଙ୍କ ଉପରେ ବହୁତ ଭୋକି ଥିଲା ଓ ସେମାନଙ୍କୁ ସମାଧି ପାଖକୁ ଯିବା ପାଇଁ ଦେଉନଥିଲା । ବହୁତ ଚେଷ୍ଟା କରିବା ପରେ ଅଧିକାରୀ ମାନେ ସେହି ସମାଧି ପାଖକୁ ଯାଇ ଦେଖିଥିଲେ । ସମାଧି ମଧ୍ୟରେ କୁକୁରଟି ଛୁଆ ଜନ୍ମ କରିଥିଲା । ଯେଉଁଥି ପାଇଁ ସେ ସବୁଦିନ ସେହି ସ୍ଥାନରେ ବସି ରହୁଥିଲା ଓ କିଛି ଖାଦ୍ୟ ଜିନିଷ ଆଣି ସେହି ସ୍ଥାନରେ ରଖୁଥିଲା । ଏହା ଦେଖି ଅଧିକାରୀ ମାନେ ବହୁତ ଭାବୁକ ହୋଇଯାଇଥିଲେ ।

ଏହି ଘଟଣାଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ସବୁ ଲୋକ ଏହି ଖବର ବିଷୟରେ ଜାଣି ଭାବୁକ ହୋଇ ଖୁସି ହେଉଛନ୍ତି , ଏହି ଘଟଣା ବିଷୟରେ ସବୁ ଲୋକ ଅନ୍ୟ ମାନଙ୍କୁ ସେୟାର କରିବା ସହ ବହୁତ କମେଣ୍ଟ ମଧ୍ୟ ଦେଉଛନ୍ତି ।
ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

