ଦେଶ ରେ କରୋନା ଭାଇରସ ରେ ୩୦ ଲକ୍ଷ ରୁ ଅଧିକ ମାମଲା ସାମନାକୁ ଆସିଗଲାଣି । ଏମିତିରେ ଜଣା ଯାଉଛି ଯେ ୧ ସେପ୍ଟେମ୍ବର ରୁ ସରକାର କିଛି କଟକଣା ଉପରୁ ପ୍ରତିବନ୍ଧ ଉଠେଇବା ପାଇଁ ଘୋଷଣା କରିପାରନ୍ତି | ଖୁବ ଶୀଘ୍ର ଏଥି ପାଇଁ ଗାଇଡଲାଇନ ବି ଆସିପାରେ |ସୁତରାଂ , ଏଥରକ ବି ରାଜ୍ୟ ମାନଙ୍କ ଉପରେ ନିର୍ଭର କରିବ କି ସେମାନେ ଅନଲକ ୪.୦ ରେ କେତେ କଟକଣା ସବୁ ଲଗେଇବେ |ଲୋକାଲ ଟ୍ରେନ ,ମେଟ୍ରୋ ଟ୍ରେନ , ସିନେମା ହଲ , ବିଧାନସଭା ଆଦି ସବୁ ସୁବିଧା ଗୁଡିକୁ ନେଇ କି ରାଜ୍ୟ ମାନେ ସବୁ କେନ୍ଦ୍ର ସରକାର କୁ ଅଲଗା ଅଲଗା ମନ୍ତବ୍ୟ ଦେଇଛନ୍ତି | ଏହି ସବୁ ମନ୍ତବ୍ୟ ର ଆଧାର ରେ କେନ୍ଦ୍ର ସରକାର ଅନଲକ ୪.୦ ଅନୁଯାୟୀ ସେପ୍ଟେମ୍ବର ରେ ଲୋକାଲ ଟ୍ରେନ ଏବଂ ମେଟ୍ରୋ ଟ୍ରେନ ଖୋଲାଯିବା ଉପରେ ବିଚାର କରୁଛନ୍ତି |
ଏହି ସବୁ ସର୍ତ ଗୁଡିକ ସହ ଖୋଲା ଯାଇପାରିବ ସିନେମା ହଲ

ଖବର ଅନୁସାରେ ସରକାର ସିଂଗଲ ସ୍କ୍ରୀନ ସିନେମା ହଲ କୁ ବି ଖୋଲିବା ପାଇଁ ଅନୁମତି ଦେଇପାରନ୍ତି | ସୁତରାଂ କଡା ସର୍ତ ରଖା ଯାଇପାରେ |ସେଠାରେ ସାମାଜିକ ଦୁରତ୍ଵ , ଥର୍ମଲ ସ୍କ୍ରିନିଙ୍ଗ , ଭିଡ ଅଧିକ ନ କରିବା ସର୍ତ ସବୁ ରଖା ଯିବ ।
ଦିଲ୍ଲୀ ରେ ୧ ସେପ୍ଟେମ୍ବର ରୁ ଚାଲିପାରେ ଟ୍ରେନ

ଦିଲ୍ଲୀ ରେ ୧ ସେପ୍ଟେମ୍ବର ରୁ ମେଟ୍ରୋ ସେବା ଆରମ୍ଭ ହୋଇପାରେ | ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏବେ ସୂଚନା ଦେଇଛି କି , ଯେବେ ବି କେନ୍ଦ୍ର ସରକାର କହିବେ ,ଆମେ ପରିଚାଳନା ପାଇଁ ପ୍ରସ୍ତୁତ ଅଛୁ |DMRC କହିଛି , କରୋନା ସହିତ ଲଢିବା ପାଇଁ ସବୁ ନିର୍ଦେଶାବଳୀ କୁ ଲାଗୁ କରାଯିବ ଏବଂ ଯାତ୍ରୀ ମାନଙ୍କର ସୁରକ୍ଷିତ ଯାତ୍ରା ପାଇଁ ସବୁ ପଦକ୍ଷେପ ନିଆଯିବ | ଅରବିନ୍ଦ କେଜ୍ରିବାଲ କହିଲେ, ଆମେ କେନ୍ଦ୍ର ସରକାର କୁ ପରାମର୍ଶ ଦେଇଛୁ କି ରାଜ୍ୟ ରେ ସ୍ଥିତି ଭଲ ଅଛି , ସେଥି ପାଇଁ ବାକି ରାଜ୍ୟ ଗୁଡିକ ଠାରୁ ଏହାକୁ ଅଲଗା ଭାବେ ନିଆ ଯାଉ | ସେ କହିଲେ ,ଆମେ ଚରଣବଦ୍ଧ ଉପାୟ ରେ ମେଟ୍ରୋ ଚଳାଇବା
ପାଇଁ ଅନୁମତି ମାଗିଛୁ |ଦିଲ୍ଲୀ ରେ ୨୨ ମାର୍ଚ ରୁ ମେଟ୍ରୋ ବନ୍ଦ ଅଛି |
ବିବାହ ରେ ଯୋଗ ଦେଇ ପାରିବେ ଅଧିକ ଲୋକ

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକର ପରାମର୍ଶ ଅନୁସାରେ ହିଁ ଗାଇଡଲାଇନ ପ୍ରସ୍ତୁତ କରାଯାଉଛି |ସେଠାରେ , ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ପଟେଲ କହିଥିଲେ କି ସରକାର କୁ ଚିଠି ଲେଖା ଯାଇ କ୍ଷମତା ର ୫୦ %ର ସହିତ ବ୍ୟାଙ୍କ୍ୱେଟ ହଲ କୁ ଖୋଲିବା ପାଇଁ ଅନୁମତି ଦେବା ପାଇଁ କୁହାଯାଇଛି | ଏବେ ସାର୍ବଜନୀକ କାର୍ଯ୍ୟକ୍ରମ ଯେମତି କି ବିବାହ ଆଦି ରେ କେବଳ ୫୦ ଲୋକ ଯୋଗ ଦେବା ପାଇଁ ଅନୁମତି ଅଛି |
ଏହି ସେବା ଗୁଡିକ ପାଇଁ ମିଳିପାରିବନି ଅନୁମତି

ଜଣାଯାଉଛି କି ଖୁବ ଶୀଘ୍ର ହି ଗାଇଡଲାଇନ ଜାରି କରାଯାଇପାରେ | ଅନ୍ତରାଷ୍ଟ୍ରୀୟ ବିମାନ ସେବା କୁ ବି ନେଇକି ନିଷ୍ପତ୍ତି ଆସିବାର ଆଶା କମ ଅଛି | କିନ୍ତୁ ଯଦି ଅଧିକାରୀମାନେ ଦେଇଥିବା ସୂଚନା ବିଷୟରେ କହିବା ତେବେ ତାଙ୍କର କହିବା ଅନୁସାରେ ସ୍କୁଲ ଓ କଲେଜ ଆସନ୍ତା କିଛି ମାସ ପର୍ଯ୍ୟନ୍ତ ଖୋଲିବ ନାହିଁ ।
୨୫ ମାର୍ଚ ରୁ ଦେଶ ରେ ଅଛି ଲକଡାଉନ

କରୋନା କୁ ନଜର ରେ ରଖି ପୁରା ଦେଶ ରେ ୨୫ ମାର୍ଚ ରୁ ଲକଡାଉନ ଜାରି କରା ଯାଇଥିଲା | ତାପରେ ୮ ଜୁନ ରେ ଅନଲକ ୧.୦ ର ଘୋଷଣା କରା ଗଲା | ଏ ପର୍ଯ୍ୟନ୍ତ ଅନଲକ ର ୩ ଘୋଷଣା ହୋଇସାରିଛି | ୨୯ ଜୁନ ରେ ଅନଲକ ୨.୦ ର ଘୋଷଣା ହୋଇଥିଲା |୨୯ ଜୁଲାଇ ରେ ଅନଲକ ୩.୦ ର ଗାଇଡଲାଇନ ଜାରି କରା ଯାଇଥିଲା |ଏହା ଅଗଷ୍ଟ ରେ ଲାଗୁ ହେଲା | ଏବେ ଅନଲକ 4 ର ଘୋଷଣା ହେବ ।
ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

