ଇଏ ଥିଲେ ବଲିଉଡ ର ପ୍ରଥମ ଅଭିନେତ୍ରୀ ଯିଏ ନିଜର ବୋଲ୍ଡନେସ ରେ ଲୋକଙ୍କର ହୋସ ଉଡାଇ ଦେଉଥିଲେ- ଦେଖନ୍ତୁ

70-80 ଦଶକରେ ଯେଉଁଠି ଅଧିକାଂଶ ଅଭିନେତ୍ରୀ ଇଣ୍ଡିଆନ ଲୁକ ରେ ନଜର ଆସୁଥିଲେ ସେଇଠି ଏମିତି ଜଣେ ଅଭିନେତ୍ରୀ ଆସିଲେ ଯିଏ ନିଜର ବୋଲ୍ଡନେସ ଅନ୍ଦାଜରେ ଇଣ୍ଡଷ୍ଟ୍ରିରେ ହଙ୍ଗାମା ମଚେଇ ଦେଲେ । ଏହି ଅଭିନେତ୍ରୀ ନିଜର ୱେସ୍ଟର୍ନ ଅନ୍ଦାଜ ଓ ଲୁକ ଦ୍ଵାରା ସମସ୍ତଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କଲେ । ଏମିତି କହିବା ଭୁଲ ହେବ ନାହିଁ କି ଏହି ଅଭିନେତ୍ରୀ ବଲିଉଡ କୁ ଗ୍ଲାମର ଓ ବୋଲ୍ଦନେସ ର ଏକ ନୂଆ ପରିଭାଷା ଦେଲେ । ଏହି ଅଭିନେତ୍ରୀଙ୍କ ପରେ ହିଁ ବଲିଉଡ ର ଅନ୍ୟ ଅଭିନେତ୍ରୀମାନେ ଗ୍ଲାମରସ ଅବତାରରେ ନଜର ଆସିଲେ । କଣ ଆପଣ ଜାଣିଛନ୍ତି କି ଆମେ କାହା ବିଷୟର କଥା ହେଉଛୁ । ଆମେ କଥା ହେଉଛୁ ସେହି ହିରୋଇନ ଙ୍କ ବିଷୟରେ ଯିଏ ସେକ୍ସି ଶବ୍ଦର ଏକ ନୂଆ ପରିଭାଷା ଲୋକଙ୍କ ସାମ୍ନାରେ ରଖିଲେ । ଆମେ ଯାହା ବିଷୟରେ କଥା ହେଉଛୁ ସେ ଆଉ କେହି ନୁହେଁ ସମସ୍ତଙ୍କର ପ୍ରିୟ ଜୀନତ ଅମାନ ଅଟନ୍ତି ।

ଜୀନତ ଅମାନ ବଲିଉଡ ରେ ଆସିବା ପରେ ଯେମିତି ପୁରା ଟ୍ରେଣ୍ଡ ହିଁ ବଦଳି ଗଲା । ଯେଉଁ ହିରୋଇନ ମାନେ ଭାରତୀୟ ପରିଧାନରେ ନଜର ଆସୁଥିଲେ ସେମାନେ ୱେସ୍ଟର୍ନ ପୋଷାକରେ ନଜର ଆସିଲେ । ଜୀନତ ଅମାନଙ୍କୁ ସେହି ସମୟର ଫ୍ୟାସନ ଆଇକନ ବୋଲି କୁହାଯାଉଥିଲା । ତାଙ୍କର ଇଣ୍ଡଷ୍ଟ୍ରି ରେ ଆସିବା ପରେ ସବୁ ହିରୋଇନଙ୍କର ଡ୍ରେସିଂ ଷ୍ଟାଇଲ ବଦଳିଗଲା । ସୁନ୍ଦରତାରେ ବି ଜୀନତ ଙ୍କର ସେହି ସମୟରେ କୌଣସି ଜବାବ ନଥିଲା ।

ଜୀନତ ଅମାନ ଯେତେବେଳେ ବିକିନି ପିନ୍ଧି ସ୍କ୍ରିନ ରେ ଆସନ୍ତି ସେତେବେଳେ ଲୋକଙ୍କର ସିଟି ବନ୍ଦ ହୁଏ ନାହିଁ । ସେହି ସମୟରେ ଜୀନତ ଅମାନଙ୍କୁ ସେକ୍ସ ସିମ୍ବଲ ଉପାଧି ମିଳିଥିଲା । ଜୀନତ ଅମାନଙ୍କ ଜନ୍ମ 19 ନଭେମ୍ବର 1951 ରେ ହୋଇଥିଲା । ଜୀନତଙ୍କ ପିତାଙ୍କ ନାମ ଅମାନୁଲ୍ଲାହ ଖାନ ଅଟେ । ସେ ପେଶାରେ ଜଣେ ସ୍କ୍ରିପ୍ଟ ରାଇଟର ଥିଲେ । ସେ ସୁପର ହିଟ ଫିଲ୍ମ ଯେମିତି ‘ମୁଗଲ-ଏ-ଆଜମ’ ଓ ‘ପାକିଜା’ ରେ ସହାୟକ ରୂପରେ ସ୍କ୍ରିପ୍ଟ ଲେଖିଥିଲେ ।

ଜୀନତ ଅମାନ ବଲିଉଡରେ 1971 ରେ ଆସିଥିବା ଫିଲ୍ମ ‘ହଲଚଲ’ ରୁ ଏଣ୍ଟ୍ରି କରିଥିଲେ । ଫିଲ୍ମରେ ଆସିବା ପୂର୍ବରୁ ଜୀନତ ମଡେଲିଙ୍ଗ କରୁଥିଲେ । କେବଳ ଏତିକି ନୁହେଁ ବର୍ଷ 1970 ରେ ସେ ମିସ ଏସିଆ ପ୍ୟାସିଫିକର ଟାଇଟଲ ବି ନିଜ ନାମରେ କରି ସାରିଥିଲେ ।

ଫିଲ୍ମ ‘ହରେ କୃଷ୍ଣ ହରେ ରାମ’ ର ‘ଦମ ମାରୋ ଦମ’ ଗୀତ ଆଜି ବି ଲୋକଙ୍କ ମନରେ ରାଜ କରୁଛି । ଏହି ଗୀତ ରେ ଜୀନତ ବହୁତ ବୋଲ୍ଡ ଅବତାରରେ ନଜର ଆସିଥିଲେ । ତାଙ୍କର ବୋଲ୍ଡନେସ ଓ ସୁନ୍ଦରତା ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଚୋରୀ କରିଥିଲା । ଏହି ଫିଲ୍ମରେ ତାଙ୍କର ବୋଲ୍ଡନେସ କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ସେ ସେହି ସମୟରେ ଏତେ ବୋଲ୍ଡ ହେଇ ଦର୍ଶକଙ୍କ ସାମ୍ନାକୁ ଆସିଲେ କି ଆଜି କାଲିର ଆକ୍ଟ୍ରେସ ଏହା ଉପରେ ଶହେ ଥର ଭାବିବାକୁ ବାଧ୍ୟ ହୁଅନ୍ତି । ପଜିଟିଭ ରୋଲ ହେଉ ବା ନେଗେଟିଭ ଜୀନତ ସବୁ ରୋଲ ବହୁତ ଭଲ ଭାବରେ କରିଥିଲେ । ତାଙ୍କର ବୋଲ୍ଡନେସ ଓ ବିନ୍ଦାସ ଅନ୍ଦାଜକୁ ଦେଖି ଲୋକ ଜାଣି ଯାଇଥିଲେ କି ଆସନ୍ତା ଦିନରେ ବଲିଉଡ ବହୁତ ବଦଳିବାକୁ ଯାଉଛି ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *