ଭାଇରାଲ ହେଉଛି ସୁଶାନ୍ତଙ୍କ ପିତା ଓ ରିୟାଙ୍କ ଚାଟ, କାକୁତି ମିନତି ହେଇ ପିତା କେ କେ ସିଂହ କହିଲେ କିଛି ଏମିତି କଥା

ବଲିଉଡର ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁସାଇଡ କେସରେ ଚାରି ଆଡୁ ଫସିଥିବା ରିୟା ଚକ୍ରବର୍ତ୍ତୀ ଙ୍କୁ ଲଗାତାର ଦ୍ଵିତୀୟ ଥର ED ଅଫିସ ଯିବାକୁ ପଡିଥିଲା । ପ୍ରବର୍ତନ ନିର୍ଦେଶାଳୟ ଜେରା ପାଇଁ ରିୟାଙ୍କ ବ୍ୟତିତ ତାଙ୍କ ଭାଇ ସୋବିକ ଓ ପିତା ଇନ୍ଦ୍ରଜିତଙ୍କୁ ବି ଡକାଇଥିଲେ । ଅନ୍ୟ ପାଟରେ CBI ବି ଏହି ପୁରା ମାମଲାର ଯାଞ୍ଚ କରୁଛି । ଏହି ସମୟରେ ସୁଶାନ୍ତ ଙ୍କ ପିତା କେକେ ସିଂହ ଓ ତାଙ୍କ ବଡ ଭଉଣୀକୁ ବି CBI ପଚରା ଉଚରା କରି ସୂଚନା ହାସଲ କରିଛି ।

ମିଡିଆ ରିପୋର୍ଟ ଅନୁସାରେ CBI ଜେରା ପରେ କହିଲେ କି ଏହି ପୁରା ମାମଲା ମର୍ଡର ର ଅଟେ । ଲଗାତାର ଚାଲୁଥିବା ଯାଞ୍ଚ ମଧ୍ୟରେ ଖବର ଆସିଛି କି କେକେ ସିଂହ ରିୟା ଓ ଶ୍ରୁତିଙ୍କୁ ନଭେମ୍ବର 2019 ରେ ହ୍ଵାଟ୍ସଆପ ମ୍ୟାସେଜ କରିଥିଲେ । ଯାହାର କୌଣସି ଜବାବ ସେ ଦୂଇ ଜଣ ଦେଇ ନଥିଲେ । ଆସନ୍ତୁ ଜାଣିବା କଣ ଅଟେ ପୁରା ମାମଲା ।

ଶୃତି ଓ ରିୟା କେକେ ସିଂହ ଙ୍କ ମ୍ୟାସେଜ ର ଦେଲେ ନାହିଁ ଜବାବ…

ପ୍ରକୃତରେ ମ୍ୟାସେଜ ରେ କେକେ ସିଂହ ଲେଖିଥିଲେ କି ସେମାନେ ସୁଶାନ୍ତଙ୍କ ସହିତ ତାଙ୍କର କଥା କରାଇ ଦିଅନ୍ତୁ । ଖବର ଅନୁସାରେ ଏହି ମ୍ୟାସେଜ 29 ନଭେମ୍ବର 2019 ର ଅଟେ । ଯେଉଁଥିରେ ସୁଶାନ୍ତଙ୍କ ପିତା ଲେଖିଛନ୍ତି କି, ‘ଯେତେବେଳେ ତୁମେ ଜାଣିଲ କି ମୁଁ ସୁଶାନ୍ତ ର ପାପା ଅଟେ ତେବେ କଥା କାହିଁକି ହେଲ ନାହିଁ । କଥା କଣ ? ଫ୍ରେଣ୍ଡ ହେଇ ତା’ର ଦେଖାଶୁଣା ଓ ତାର ଚିକିତ୍ସା କରାଉଛ ତ ମୋର ବି କର୍ତ୍ତବ୍ୟ ଅଟେ କି ସୁଶାନ୍ତ ବିଷୟରେ ମୋତେ ସବୁ ସୂଚନା ମିଳୁ । ଏଥିପାଇଁ କଲ କରି ମୋତେ ସବୁ ସୂଚନା ଦିଅ ।’ ସୁଶାନ୍ତଙ୍କ ପିତାଙ୍କୁ ଜବାବ ନ ଦେବା ବି ରିୟାଙ୍କ ବିରୁଦ୍ଧରେ ଯାଇପାରେ ।

କେକେ ସିଂହ ରିୟାଙ୍କ ବ୍ୟତୀତ ସୁଶାନ୍ତଙ୍କ ବିଜିନେସ ମ୍ୟାନେଜର ଶୃତି ମୋଦୀଙ୍କୁ ବି ହ୍ଵାଟ୍ସଆପ ମ୍ୟାସେଜ କରିଥିଲେ । ସେ ଏହି ମ୍ୟାସେଜ ରେ ଲେଖିଥିଲେ କି ‘ମୁଁ ଜାଣେ କି ସୁଶାନ୍ତଙ୍କ ସବୁ କାମ ତୁମେ ଦେଖ, କିନ୍ତୁ ଏବେ ସେ କେଉଁ ଅବସ୍ଥାରେ ଅଛି ସେହି ବିଷୟରେ କଥା ହେବାକୁ ଚାହୁଁଛି । ସୁଶାନ୍ତ ସହିତ କଥା ହୋଇଥିଲା ଓ ସେ କହିଲା କି ମୁଁ ବହୁତ ଟେନସନ ରେ ଅଛି । ଏବେ ତୁମେ ଭାବ କି ଗୋଟେ ପିତାକୁ ପୁଅର କେତେ ଚିନ୍ତା ହେବ । ଏହି ବିଷୟରେ ତୁମ ସହିତ କଥା ହେବାକୁ ଚାହୁଁଥିଲି । ଏବେ ତୁମେ କଥା ହେବାକୁ ଚାହୁଁ ନାହଁ ତ, ମୁଁ ମୁମ୍ବାଇ ଯିବାକୁ ଚାହୁଁଛି । ମୋ ଫ୍ଲାଇଟ ର ଟିକେଟ ପଠାଇ ଦିଅ ।’ କହି ଦେଉଛୁ କି ଏହି ମ୍ୟାସେଜ କେକେ ସିଂହ ଶୃତି ମୋଦୀଙ୍କୁ 29 ନଭେମ୍ବର କୁ କରିଥିଲେ । ଯେତେବେଳେ କି ଶୃତି ଙ୍କ ପକ୍ଷରୁ ମଧ୍ୟ କୌଣସି ରିପ୍ଲାଇ ଆସି ନଥିଲା ।

ନିତୁ ସିଂହ CBI କୁ କହିଲେ ସୁଶାନ୍ତଙ୍କୁ ଦେଖା କରିବାକୁ ଓ କଥା ହେବାକୁ ଅଟକା ଯାଉଥିଲା

ଆପଣଙ୍କୁ ଜଣାଇ ଦେଉଛୁ କି ସୋମବାର ଦିନ କେକେ ସିଂହ ଙ୍କ ସହିତ ହୋଇଥିବା ପଚରା ଉଚରା ରେ ବହୁତ କିଛି ଖୁଲାସା ହେଇଛି । ସେ CBI କୁ କହିଛନ୍ତି କି ସୁଶାନ୍ତ ସାମ୍ନାରେ ଏମିତି କେଉଁ ପରିସ୍ଥିତି ଥିଲା, ଯାହା ଦ୍ଵାରା ତାଙ୍କର ଜୀବନ ଚାଲିଗଲା । ଏହି କଥାର ନିଷ୍ପକ୍ଷ ଭାବରେ ଯାଞ୍ଚ ହେବା ଉଚିତ । ସୁଶାନ୍ତଙ୍କ ପିତା ଓ ନିତୁ ସିଂହ ଙ୍କ ବୟାନ ଫରିଦାବାଦ ରେ ନିଆଯାଇଛି ।

ନିତୁ ସିଂହ ବି କହିଲେ କି ସୁଶାନ୍ତଙ୍କୁ ଆମ ସହିତ ଦେଖା କରିବା ପାଇଁ ଦିଆ ଯାଉ ନ ଥିଲା ଓ ନା କଥା ହେବାକୁ ଦିଆ ଯାଉଥିଲା । କୁହାଯାଉଛି କି ସୁଶାନ୍ତଙ୍କ ପିତା ଓ ଭଉଣୀଙ୍କ ଠାରୁ ବୟାନ ନେବା ପରେ CBI କେସ ର ଯାଞ୍ଚ କରିବା ପାଇଁ ମୁମ୍ବାଇ ଯିବେ । CBI ମୁମ୍ବାଇରେ ସୁଶାନ୍ତଙ୍କ ସାଙ୍ଗ, ତାଙ୍କ ଘରର ଚାକର ଓ ରିୟାଙ୍କ ସମେତ ତାଙ୍କ ପରିବାର ଲୋକଙ୍କ ସହିତ ବଲିଉଡ ର କିଛି ଜଣାଶୁଣା ବ୍ୟକ୍ତିଙ୍କୁ ଜେରା କରିବେ ।

ଏ ବିଷୟରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *