ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ହୀରାକୁଦ ଜଳ ନିଷ୍କାସନ ଦ୍ଵାରା ମହାନଦୀର ଜଳସ୍ତର ବଢିବାକୁ ଲାଗିଥିଲା ଯାହା ଦ୍ଵାରା ସ୍ଥାନୀୟ ଅଞ୍ଚଳବାସୀ ର ଲୋକମାନେ ଭୟଭୀତ ହେଉଥିଲେ । ଯଥା ମହାନଦୀ ପାଣି ଯଦି ଅଧିକ ହୁଏ ତେବେ ଆମକୁ ଭସେଇ ନେବ ବୋଲି । ମାତ୍ର ଏବେ ମହାନଦୀ ଜଳସ୍ତର କମିଛି କିନ୍ତୁ ଗୋଦାବରୀନଦୀର ପ୍ରବାହକୁ ଦେଖିଥିଲେ ଲାଗୁଛି ଯେ ଆଉ କିଛି ଘଣ୍ଟାରେ ଦକ୍ଷିଣ ଓଡିଶାକୁ ବୁଢାଇନେବ ।
ଜଳରେ ପରିପୂର୍ଣ୍ଣ ହେଇଯିବ ପୁରା ଦକ୍ଷିଣ ଓଡିଶା । ସୂଚନା ଅନୁସାରେ ମହାନଦୀ ପରେ ବୁଢାଇବାକୁ ମାଡି ଆସୁଛି ଗୋଦାବରୀ ନଦୀ 50 ଫୁଟ୍ ଉଚ୍ଚତାରେ ପ୍ରଭାହିତ ହେଉଛି । କାରଣ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଓଡିଶାରେ ଏହାର ପ୍ରଭାବ ଦେଖାଦେଇଥିଲା ଏବଂ ଏହା ସହ ବନ୍ୟା ଆଶଙ୍କା ମଧ୍ୟ ଦେଖାଦଉଛି । ତେବେ ମହାନଦୀ କୁ ନେଇ ଓଡିଶାକୁ କୋଣସି କ୍ଷତି ନ ଥିବା ଉପର ମୁଣ୍ଡରେ ପାଣି ହେତୁ ଗୋଦାବରୀ ନଦୀର ପାଣି ବଢିବାକୁ ଲାଗିଛି ।
ଗୋଦାବରୀ ନଦୀର ଜଳସ୍ତର ବୃଦ୍ଧି ହେବା ହେତୁ ଏହାର କରାଳ ରୂପ ପ୍ରଥମେ ମାଲଖାନଗିରି ରେ ଦେଖିବାକୁ ମିଳିଥିଲା । ବନ୍ୟା ଜଳରେ ପାଣି ଜମିଛି ମାଲଖାନଗିରି ଅଞ୍ଚଳରେ ତେବେ ଏହାର କାରଣ ହେଉଛି ଆନ୍ଧ୍ରପ୍ରଦେଶରେ କୋଲାବରମ ପ୍ରକଳ୍ପ । କୋଲାବରୀର ପାଣିରୁ ଆନ୍ଧ୍ରପ୍ରଦେଶ ଫାଇଦା ନେଉଥିବା ବେଳେ ଗୋଦାବରୀର ପଛୁଆ ପାଣିରେ ବୁଢିଯାଇଛି ମାଲଖାନାଗିରି ।
ଗୋଦାବରୀ ନଦୀରେ ପାଣି ବୃଦ୍ଧିହେବାରୁ ମୋଟୁ ଅଞ୍ଚଳରେ ଥିବା ସିଲେରୁ ଓ ସବେରୀ ନଦୀ ଜଳ ନିଷ୍କାସନ ନ ହେବାରୁ ପାଣି ଟଳମଳ ହେଉଛି । ତେବେ ଆଉ କେଇ ଘଣ୍ଟାରେ ଅଧା ଓଡିଶା ବୁଢିଯିବାର ସମ୍ଭାବନା ରହିଛି ।ଭନ୍ଦ୍ରାରାଞ୍ଚଳମ ନିକଟରେ 50 ଫୁଟ୍ ଉଚ୍ଚରେ ଗୋଦାବରୀ ନଦୀ ପ୍ରବାହିତ ହେଉଛି । ଯଦି ଗୋଦାବରୀ ନଦୀ 55 ଫୁଟ୍ ବୃଦ୍ଧି ହେଇଯିବ ତେବେ ମାଲଖାନଗିରି ଅଞ୍ଚଳ ପାଖରେ ଥିବା ସବୁ ଗାଁ ପାଣିରେ ବୁଢିଯିବେ ।
ତେବେ ଏହାର ଅଧିକ ପ୍ରଭାବ ମୋଟୁ ଅଞ୍ଚଳରେ ପଡିବ ବୋଲି କୁହାଯାଉଛି । ଅପର ପକ୍ଷରେ 328 ରାଜପଥ କୋଇଗୁର ଫୋଲ ଆଜି ବୁଢିଯିବାରୁ ଓଡିଶା ଓ ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ ବିଛିନ୍ନ ହୋଇଛି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।