ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଆପଣମାନେ ଦେଖିଥିବେ ଯେ 15 ବର୍ଷ ପୁଅ ଚନ୍ଦନ କୁମାର ବିଷୋଇ ମା ‘ ଏନକେ ଚାଲିଯିବା ପରେ ବାପା ତାଙ୍କୁ ଦୋକାନ ଟିଏ ଖୋଲିବାକୁ କହିଥିଲେ । ସେହି ପୁଅ ଟି ମା ‘କୁ ମନେ ପକାଇ ବହୁତ କାନ୍ଦୁଥିଲା ଯାହା ସୋସିଆଲ ମିଡିଆରେ ଜୋର ଚର୍ଚ୍ଚା ଧରିଥିଲା । ତେବେ ଆଜି ବାପା ଜିତେନ୍ଦ୍ର କୁମାର ବିଷୋଇ କାନ୍ଦି କାନ୍ଦି ସେହିସବୁର ଉତ୍ତର ଦେଉଛନ୍ତି ଆସନ୍ତୁ ଜାଣିବା ।
ବାପା କହୁଛନ୍ତି ,ମୁଁ ମୋ ପୁଅକୁ ମୋ ପେଟରେ ରଖି ବଡ କରିଛି ମୁଁ ଜଣେ ରାଜମେସ୍ତ୍ରୀ କିନ୍ତୁ କିଛି ମାସ ପୂର୍ବେ ମୋ ହାତ ଭାଙ୍ଗିଛି । ଯେଉଁ କାରଣରୁ ମୁଁ ଏତେ କାମ କରିପାରୁନି କାରଣ ରାଜମେସ୍ତ୍ରୀକୁ ଦୁଇ ତିନି ମହଲା ତଳ ଉପର କରିବାକୁ ପଡିଥାଏ । ମୋ ପ୍ରଥମ ସ୍ତ୍ରୀଙ୍କ ଦେହାନ୍ତ ହୋଇଥିଲା ପରେ ମୁଁ ଚନ୍ଦନକୁ ଦ୍ଵିତୀୟ ଶ୍ରେଣୀ ଯାଏ ଭଲରେ ଦେଖୁଥିଲି । 2014 ମସିହା ମୋର ଦ୍ଵିତୀୟ ବିବାହ ହେଲା ଏବଂ ଦାୟିତ୍ଵ ବଢିଥିଲା ।
ତେଣୁ ମୁଁ ମୋ ପୁଅ ମାଆ ଓ ଦ୍ଵିତୀୟ ସ୍ତ୍ରୀ ପାଖରେ ଛାଡିକି କାମକୁ ଯାଉଥିଲି । ମାତ୍ର ଆଖପାଖ ଲୋକମାନଙ୍କ ଠାରୁ ଶୁଣିବାକୁ ପାଇଥିଲି ଯେ ମୋ ସ୍ତ୍ରୀ ପୁଅ କୁ ଭଲରେ ଦେଖେ ନାହିଁ । ସେଥିପାଇ ମୋ ପୁଅ ଗତକାଲି ତା ମା ‘ କୁ ମନେପକାଇ କାନ୍ଦୁଥିଲା । ତା ଭିଡିଓ ଦେଖି ମୁଁ ବି କାନ୍ଦି ପକେଇଥିଲି । ମାମୁଁ ଘରେ କିଛି ବର୍ଷ ରହି ପାଠପଢୁଥିଲା କାରଣ ତା ମାର ଇଛା କି ପୁଅ ଡାକ୍ତର ହେବ କିନ୍ତୁ ମୁଁ ସେତିକି ସକ୍ଷମ ନୁହଁ ।
ତେଣୁ ମୁଁ ଦୋକାନ କରିବାକୁ କହିଲି କାରଣ ସେଥିରୁ ଆସୁଥିବା ଟଙ୍କାରେ ସେ ପାଠପଢିବ ତାର ଆବଶ୍ୟକ ବହି ,ପେନସିଲ କିଣିବ । ମୋ ପୁଅ ପାଠପ୍ରତି ବହୁତ ଇଛା ସେ ପାଠପଢି ଇଞ୍ଜିନିୟର ହେବାର ଲକ୍ଷ୍ୟ ରଖିଛି । ମୁଁ ତୋ ସେତିକି ସବଳ ନୁହଁ ହେଲେ ବି ଚେଷ୍ଟା କରିବି ତେଣୁ ମୁଁ ମୋ ପାଇଁ ସାହାଯ୍ୟ ମାଗୁନି କିନ୍ତୁ ମୋ ପୁଅ ପାଇଁ ଯଦି କେହି ସାହାଯ୍ୟ କରେ ତେବେ ଭଲ ହେବ ।
ସେ ଆପଣଙ୍କ ସାହାଯ୍ୟରେ ପାଠପଢି ଜୀବନ ରେ କିଛି ହେଇପାରିବ । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ ନିଶ୍ଚୟ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।