ଦୀର୍ଘ 13 ବର୍ଷ ପରେ ହଜିଲା ପୁଅକୁ ମା ଖୋଜି ପାଇଛି, ଜିତିଲା ଆଜି ମା’ର ମମତା ହାରିଛି ସମୟ…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ 13 ବର୍ଷ ପୂର୍ବେ ହଜିଯାଇଥିଲା ପୁଅ ,ପୁଅଙ୍କୁ ଅନାଇ ଅନାଇ କାନ୍ଦୁଥିଲା ମା ସମସ୍ତେ କହିଲେ ପୁଅ ଆଉ  ଫେରିବନି କିନ୍ତୁ ମା ‘କହୁଥିଲା ମୋ ପୁଅ ନିଶ୍ଚୟ ଆସିବ । ଆଜି ତାହା ସତ ହେଇଗଲା ସାନ ବେଳେ ହଜିଯାଇଥିବା ପୁଅ ଆଜି ଘରକୁ ଫେରିଛି ଏବଂ ଜିତିଲା ଆଜି ମା ‘ ର ମମତା । ସୂଚନା ଅନୁସାରେ ବନ୍ତଥାନା ତାରାପୁର ଗ୍ରାମର ବାସୁନ୍ଦା ଜେନାଙ୍କ ପୁଅ ଗଜେଦ୍ର ଜେନାଙ୍କ କଥା ।

ତେବେ ଗଜେନ୍ଦ୍ର ଜେନା କାମ କରି ଦୁଇ ପଇସା ରୋଜଗାର କରିବା ପାଇଁ 13 ବର୍ଷ ପୂର୍ବେ ସାଙ୍ଗ ସାଥିମାନଙ୍କ ସହ ମିଶି ଯାଇଥିଲେ କିନ୍ତୁ ସମସ୍ତେ ଫେରିଥିଲେ ମାତ୍ର ପୁଅ ଗଜେନ୍ଦ୍ର ଜେନା ଆସିଲେ ନାହିଁ । ଏହା ପରେ ମାବାପା ବନ୍ତଥାନା ଅଭିଯୋଗ କରି ପୁଅ ସନ୍ଧାନ ଖୋଜିବାକୁ ନିବେଦନ କରିଥିଲେ । ମା ‘ ସବୁବେଳେ ଘରର ଦ୍ଵାରକୁ ଅନାଇଥାଏ କାଳେ ତା ପୁଅ ଫେରିଆସିବ ।

ମାତ୍ର ମା ସେଭଳି 13 ବର୍ଷ ଅପେକ୍ଷା କରିବାକୁ ପଡିଥିଲା ଦିନେ ପୁଅ ଆସୁଥିବା ଦୂରରୁ ଦେଖିଲେ କିନ୍ତୁ ତାହା ଆଖି ସତ ଦେଖୁଛି ବା ନାହିଁ ବୋଲି କିଛି ସମୟ ସ୍କବ୍ଦ ହେଇଗଲା । ପରେ ଯେବେ ପୁଅ ଦେଖିଲ ତିଳେ ମାତ୍ର ଡେରି ନ କରି ତାଙ୍କୁ କୁଣ୍ଡାଇ ପକାଇ କାଣ୍ଡିବାକୁ ଲାଗିଲା ଏହା ଶୁଣିଥିବା ଗ୍ରାମଲୋକେ ଗଜେନ୍ଦ୍ରକୁ ଆଖି ଆଗରେ ଦେଖି ଖୁସି ହୋଇଗଲେ ।

ଆଜି ପୁରାଗାଁ ପୁଅ ଫେରିବାକୁ ନେଇ ଉତ୍ସବ ପାଳନ କରୁଛନ୍ତି । ଗଜେନ୍ଦ୍ରଙ୍କ କହିବା ମୁତାବକ ସେ କିଛି ଦିନ ବରଂପୁରରେ ରହିଥିଲେ ପରେ ଚେନ୍ନାଇର ଏକ କମ୍ପାନୀରେ କାମ କରୁଥିଲେ । ମାତ୍ର ସେଠାର ମାଲିକ ତାଙ୍କୁ ପଇସା ଦେଉନଥିଲେ ହଇରାଣ କରୁଥିବାରି ବାପାମାଙ୍କ କଥା ମନେ ପଡି ଗ୍ରାମକୁ ଫେରିଆସିଲେ ।

ସତରେ ମା’ କେତେ ଉନ୍ନତ ମା ‘ ର ପ୍ରାଥନାକୁ ଇଶ୍ଵର ଶୁଣିଲେ ଏବଂ ତା ପୁଅକୁ ସୁରକ୍ଷିତ ଘରକୁ ପଠାଇଲେ । ସେହି ଅଞ୍ଚଳର ସମାଜସେବୀ ସୁଜାତା ଜେନା ମଧ୍ୟ ଖବର ଶୁଣିବ ପରେ ଗଜେନ୍ଦ୍ରକୁ ଭେଟିବା ପାଇଁ ଆସିଥିଲେ । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *