ନମସ୍କାର ବନ୍ଧୁଗଣ । ସୂଚନା ମୁତବାକ ମହାନଦୀରେ ବଢିଚାଲିଛି ଜଳସ୍ତର । ଚଳିତବର୍ଷ ବର୍ଷା ନ ଆରମ୍ଭ ହେଉନୁ ସ୍ଥାନୀୟ ଲୋକମାନଙ୍କୁ ଘେରୁଛି ବନ୍ୟା ଚିନ୍ତା । ତେବେ ମହାନଦୀରେ କାହିଁକି ବଢୁଛି ଜଳ ଯଦି ଏପରି ହୁଏ ତେବେ ଗାଁ ରେ ବସବାସ କରୁଥିବା ଲୋକମାନଙ୍କ ପରିସ୍ଥିତି କଣ ହେବ ? ଯେଉଁମାନେ ନଦୀକୁଳରେ ନିଜର ଘର କରିଛନ୍ତି ସେମାନଙ୍କୁ ଭୟ ରହିଛି ବନ୍ୟାର ।

କାଳେ ବନ୍ୟା ହୁଏ ତେବେ ତାଙ୍କ ଘରଦ୍ଵାର ସବୁ ଭାସିଯିବ କାରଣ ଏବେ ବଢିଚାଲିଛି ମହାନଦୀରେ ଜଳସ୍ତର । ଛତିଶଗଡ ମହାନଦୀ ଉପରେ କରିଥିବା ବନ୍ଦରୁ ବିନା ସୂଚନା ଗେଟ୍ ଖୋଲିଦେବା ଦ୍ଵାରା ଏହି ଭଳି ପରିସ୍ଥିତି ଦେଖାଦେଉଛି । ଏହି ବର୍ଷରେ ଠିକ ରୂପେ ବର୍ଷା ହୋଇ ନାହିଁ ଅପର ପକ୍ଷେ ବୃଦ୍ଧି ହେଉଛି ଜଳସ୍ତର । ଯଦି ଲଗାତାର ବର୍ଷା ହୁଏ ତେବେ ବରଗଡ ଜିଲ୍ଲା ,ଆମ୍ବାବନା ବ୍ଲକ ଅନ୍ତର୍ଗତ ଚିକିଲି, ଅନ୍ତର୍ରାଡି ଏଭଳି ଅନେକ ଗାଁରେ ମହାନଦୀର ବନ୍ୟା ପାଣି ପଶିଯାଇପାରେ ।
ଏହା ଦ୍ଵାରା ଅନେକ ଲୋକମାନଙ୍କ ସମ୍ପତି ଓ ଆର୍ଥିକ ବାବଦରେ କ୍ଷତି ଘଟିଥାଏ । ତେଣୁ ଚଳିତ ବର୍ଷ ଏପରି ମହାନଦୀରେ ଜଳସ୍ତର ବୃଦ୍ଧି ହେବାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଭୟପଶିଯାଇଛି । ତେବେ ବର୍ଷା କାରଣରୁ ଏଭଳି ପରିସ୍ଥିତିମାନ ଦେଖିବାକୁ ମିଳୁନାହିଁ ବରଂ ଛତିଶଗଡ ସବୁ ଗେଟ୍ ଖୋଲିବାରୁ ତାହାକୁ ନିୟନ୍ତ୍ରଣ କରିବା ପାଇଁ ହୀରାକୁଦ ଡ୍ୟାମ ଜଳକୁ ରଖୁଛି ମାତ୍ର ଏହାର ସ୍ଵତ ଅଧିକ ହେଉଛି ଏବଂ ମହାନଦୀ କୂଳରେ ଥିବା ବରଗଡ଼ ,ଚିକିଲି ଓ ଗୁଗୁରା ପଲ୍ଲୀ ଆଦି ଗ୍ରାମ ଗୁଡାକରେ ପଶିଯିବାର ସମ୍ଭାବନା ରହୁଛି ।

ଏହି ଗ୍ରାମରୁ କିଛି କିଲୋମିଟର ଦୂରରେ ରହିଛି ହୀରାକୁଦ ଜଳଭଣ୍ଡାର ଯେଉଁଠି ଏବେ ସବୁ ଜଳକୁ ଅଟକାଇରଖାଯାଇଛି । ବର୍ଷା ହେଲା ପରେ ପାଣି ଆସି ହୀରାକୁଦରେ ରହିଥାଏ କିନ୍ତୁ ପଛୁଆ ପାଣି ସବୁ ଏହି ଗାଁ ମାନଙ୍କରେ ପଶିବାର ସମ୍ଭାବନା ରହିଛି ଯାହାକୁ ନେଇ ସେଠାକାର ଲୋକେ ଭୟ କରୁଛନ୍ତି । ଛତିଶଗଡ ରାଜ୍ୟରେ ଆଉ ଏକ ନୂତନ ନଦୀବନ୍ଧ ନିର୍ମାଣ ହେବା ଦିନଠାରୁ ଏଭଳି ସମସ୍ୟା ଉପୁଜୁଛି ।
ତେବେ ଚଳିତବର୍ଷ ମୌସୁମୀ ବର୍ଷା ହେବା ପରେ ଯଦି ମହାନଦୀର ଏଭଳି ଅବସ୍ଥା ତେବେ ଆଗକୁ କଣ ହେବ । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

