ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଗତମାସ ଜୁନ 29 ତାରିଖରେ ସୁଧାଂଶୁ ସାହୁଙ୍କ ନିର୍ଦେଶରେ ”ପ୍ରିୟେ ତୁ ମୋ ସିଏ ” ଓଡିଆ ଚଳଚ୍ଚିତ୍ର ରିଲିସ୍ସ ହୋଇଥିବା ବେଳେ କେତେକ ଲୋକେ ଏହାକୁ ପସନ୍ଦ କରୁଥିବାବେଳେ ଆଉ କେତେକ ଲୋକେ ଏହାକୁ ନାପସଦ କରିଥିବା ଦେଖିବାକୁ ମିଳିଛି । ଏହି ସିନେମାରେ ଅମ୍ଳାନ ନାୟକ ପାତ୍ରରରେ ଓ ଏଲିନା ନାୟିକ ତୁଲାଇଛନ୍ତି ।

ଏହି ଚଳଚ୍ଚିତ୍ର ଆସିବା ପରେ କେତେକ ଲୋକେ ଏହାକୁ ନେଇ ଆନ୍ଦୋଳନ ଆରମ୍ଭ କରି ତୁରନ୍ତ ଏହାକ ବନ୍ଦ କରିବାକୁ ଦାବି କରିଛନ୍ତି । ଆପଣମାନେ ଦେଖିପାରୁଥିବେ ଜଣେ ମହିଳାଜଣକ ଚଳଚ୍ଚିତ୍ରକୁ ନେଇ ତାଙ୍କ ମତ ସୋସିଆଲ ମିଡିଆ ସାମନାରେ କହିଛନ୍ତି । ତାଙ୍କର କହିବା ଅନୁସାରେ ସିନେମାର ବାରମ୍ବାର ହରିଜନ ବାକ୍ୟ କାହିକି ଉଚ୍ଚାରଣ କରାଯାଇଛି ।
କାରଣ ସୁପ୍ରିମକୋର୍ଟ ହରିଜନ ଶବ୍ଦକୁ ବ୍ୟବହାର କରିବାକୁ ମନା କରାଯାଇଥିବା ବେଳେ ଆମ ସମାଜକୁ ନେଇକି ଏଭଳି ଚଳଚ୍ଚିତ୍ର କରିବା ଆମକୁ ଆଦୌ ପସନ୍ଦ ହେଇନି । ଆମେ ଜାଣିଛୁ ଯେ ଆମେ ଅନୁସୂଚିତଜାତି ମାତ୍ର ଆଜିର ସମାଜରେ ଆମ ସମାଜର ପିଲାମାନେ ପାଠପାଢୀ ଆଗକୁ ବଢିଲେନି । ହରିଜନ ପିଲା ଯାଇ ବିଧାନସଭାରେ ବସୁଛି ଅନେକ ସରକାରୀ କ୍ଷେତ୍ରର ପୁଅ ସହ ତାଳ ଦେଇ ଚାଲୁଛନ୍ତି । ଛୋଟ ଜାତି ବୋଲି କଣ ଆମେ ପ୍ରେମ କରିବୁନୁ ।

ଆମ ଓଡିଆ ସିନେମା ଦୁନିଆରେ ଏଭଳି ଚଳଚ୍ଚିତ୍ର ଆମ ଭାବନାକୁ ଆଘାତ କରିଛି । ଆମେ କଣ ନୀଚଜାତି ବୋଲି ସ୍କୁଲ ଯିବୁନୁ ବା ପିଲାମାନଙ୍କ ସହ ବସି ପାଠ ପଢିପାରିବୁନୁ । ମହିଳାଙ୍କ କହିବା ଅନୁସାରେ CBFC ଏଭଳି ସିନେମା କରିବାକୁ ଅନୁମତି କେମିତି ଦେଉଛନ୍ତି । ଥରେ ଟିଏ ଚିନ୍ତା କରୁନାହାଁନ୍ତି କି ଆମ ମନଭାବନାଙ୍କୁ ତାହା ବାଧା ପହଞ୍ଚାଇବ ବୋଲି ।
ଏହି ସିନେମା କରିବା ପରେ ଦର୍ଶକମାନଙ୍କ ପ୍ରତିକ୍ରିୟା କିପରି ରହିବ ତାହା ବିଷୟରେ ପୂର୍ବରୁ ଚିନ୍ତା କରିବାର ଥିଲା । ମାତ୍ର ଆମେ ଏହି ସିନେମା ଦେଖିବା ପରେ ଆମ ସମାଜକୁ ଅପମାନିତ କରିବା ପାଇଁ କରାଯାଇଥିବା ଲାଗୁଛି । ତେଣୁ ଏହି ସିନେମା ବନ୍ଦ କରନ୍ତି ନ ହେଲେ ଆମେ ଫିଲ୍ମ ହଲ ଗୁଡାକୁ ନିଆଁ ଲଗେଇଦେବୁ । ଆମ ଦାବି ପୁରା ନ ହେବା ଯାଏ ଏଠାରୁ ଆମେ ଉଠିବୁ ନାହିଁ । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ଜ କୁ ଲାଇକ,ଶେୟାର କରନ୍ତୁ ।

