ବନ୍ଧୁଗଣ ଘର ସବୁବେଳେ ଘର ହୋଇଥାଏ । ସେ ଘର କୁଡିଆ ହେଉ କି ରାଜମହଲ । କାରଣ ସମସ୍ତଙ୍କୁ ରହିବା ପାଇଁ ଘରର ଆବଶ୍ୟକତା ହୋଇଥାଏ । ବର୍ତ୍ତମାନ ସମୟରେ ଘରକୁ ଭଡା ଦେଇ ଟଙ୍କା ରୋଜଗାର କରିବାକୁ ସମସ୍ତେ ପସନ୍ଦ କରୁଛନ୍ତି । ଫ୍ଲାଟ କିଣି ଘରକୁ ଭଡାରେ ଲଗାଇ ଦେବା ସହ ଖୁବ ସହଜରେ ଭଲ ରୋଜଗାର ମଧ୍ୟ କରୁଛନ୍ତି ଘର ମାଲିକ । ଅନେକ ଥର ଦେଖାଯାଏ ଘର ମାଲିକ ଭଡାଟିଆ ଙ୍କ ଭରସାରେ ଘର ଛାଡି ଦୀର୍ଘ ଦିନ ଯାଏଁ ବାହାରେ ରହିଥାନ୍ତି ।

ଏହାର ପରିଣାମ ଆପଣଙ୍କୁ ବହୁତ ବଡ କ୍ଷତି କରାଇପାରେ । ହଁ ଦର୍ଶକ ବନ୍ଧୁ ଯଦି ଆପଣ ନିଜର ଘର ଭଡାରେ ଦେଇଛନ୍ତି ତେବେ ନିଶ୍ଚୟ ଭୟ ଥିବେ ଯେ କିଛି ବର୍ଷ ପରେ ଯଦି ଭଡାଟିଆ ଏହା ଉପରେ କବଜା କରି ନିଅନ୍ତି ତେବେ ଆପଣ କଣ କରିବେ ? ଆଜି ଆମେ ଆପଣଙ୍କୁ ଏହି ସବୁ ବିଷୟରେ ଜଣାଇବୁ । ସମ୍ପତି ନିୟମ ଅନୁଯାୟୀ କିଛି ବର୍ଷ ଭଡା ଘରେ ରହିବା ପରେ ଏହି ଘର ଉପରେ ଜଣେ ଭଡାଟିଆ ନିଜର ମାଲିକ ଜାହିର କରିପାରନ୍ତି ।
କୋର୍ଟ ବା ଆଇନକାନୁନ ଏହାର ଉତ୍ତରାଧିକାରୀ ଭାବେ ଗ୍ରହଣ କରିପାରନ୍ତି । କୌଣସି ଭଡାଟିଆ କୌଣସି ସମ୍ପତି ଉପରେ 12 ବର୍ଷ ରହିବା ପରେ ଘର ଉପରେ ନିଜର ଅଧିକାର ସାବ୍ୟସ୍ତ କରିପାରନ୍ତି । ଲଗାତାର 12 ବର୍ଷ କୌଣସି ସମ୍ପତି ଉପରେ ରହିଲେ ଭଡାଟିଆ ଦାବି କରି କରନ୍ତି । ଯାହା ଫଳରେ ଘର ମାଲିକ ଯାହାକୁ ବିଶ୍ଵାସ କରି ଘର ଭଡା ଦେଇଛନ୍ତି ସେ ଆପଣଙ୍କ ଠାରୁ ଘର ଛଡାଇ ନେବାର ସମ୍ଭାବନା ରହିଥାଏ ।

ଅନେକ ସମୟରେ ଆପଣଙ୍କ ସମ୍ପତି ବିବାଦ ଘେରକୁ ଆସିପାରେ । ତେବେ ଭାରତର ସ୍ଵାଧୀନତା ପୂର୍ବରୁ ଏହି ନିୟମ ପ୍ରଣୟନ କରା ଯାଇଛି । ଯଦି ମାଲିକ ଭଡାଟିଆଙ୍କୁ ଘର ଦେଇଥାନ୍ତି ତେବେ ନିଜ ଘର ବୋଲି ଭଡାଟିଆ ଦାବି କରନ୍ତି ତେବେ ଆପଣ ସେହି କ୍ଷେତ୍ରରେ କଣ କରିବା ଉଚିତ ? ଏହା ହେଉଛି ଏକ ଜମି ବେଆଇନ ଅଧିକାରର ନିୟମ ।
ତେବେ ଏହା ସରକାରି ଜମିରେ ପ୍ରାଯୁଜ୍ୟ ହୋଇପାରିବ ନାହିଁ । କିନ୍ତୁ ନିୟମ ଅନୁସାରେ ସମ୍ପତି ଦୀର୍ଘ ଦିନରୁ ଭଡାଟିଆ ଙ୍କ କବଜ ରେ ଥିବା ପ୍ରମାଣ କରିବାକୁ ହେବ । ଫଳରେ ଘର ଭଡାଟିଆ ଆପଣଙ୍କୁ ଠକି ପାରିବ ନାହିଁ । ଏହା ସହ କୌଣସି ପ୍ରତିବନ୍ଧକ ନ ଥିବା ପ୍ରମାଣ କରିବାକୁ ପଡିବ । ସମ୍ପତି ଦାଖଲକାରୀ ଙ୍କ ଟିକସ, ରସିଦ, ବିଦ୍ୟୁତ ଓ ପାଣି ବିଲ ସହ ସାର୍ଟିଫିକେଟ ସମ୍ପର୍କରେ ସୂଚନା ଦେବାକୁ ପଡିବ ।
ଯଦି ଆପଣଙ୍କୁ କୌଣସି ଭଡାଟିଆ ଏ ସବୁ ଦେବାରେ ସଫଳ ହୋଇ ଯାଆନ୍ତି ତେବେ ଏହି ସମ୍ପତି ତାଙ୍କର ବୋଲି ପ୍ରମାଣ ହୋଇଯିବ । ଆଇନ ଅନୁଯାୟୀ ଘର ମାଲିକ ନିଜ ସମ୍ପତି ଉପରୁ ଅଧିକାର ହରାଇ ବସେ । ଭଡାଟିଆ ମାଲିକ ହୋଇଯାଏ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର ଓ କମେଣ୍ଟ କରନ୍ତୁ, ଧନ୍ୟବାଦ ।

