ବନ୍ଧୁକ ଦେଖାଇ ଲୁଟ୍ କରିବାକୁ ଆସିଥିଲେ ଲୁଟେରା , ଶେଷରେ ଦୁଃଖ ବୁଝି 100 ଟଙ୍କା ଦେଇଗଲେ । ଦେଖନ୍ତୁ ଦୟାବାନ ଲୁଟେରା …..

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଲୁଟିବାକୁ ଆସିଥିଲେ ଦୁଇ ଚୋର ମାତ୍ର 100 ଟଙ୍କା ଦେଇ ଚାଲିଗଲେ । ହଁ ଦର୍ଶକବନ୍ଧୁ ଏହାକୁ ଶୁଣିବା ପରେ ଲୋକେ ହସିହସି ଗଢିଲେ  । ଚୋର ବି କରିପାରେ ଦୟା ତା ମନରେ ବି ରହିଛି ଦୟାଭାବ । ସୂଚନା ଅନୁସାରେ ଦୁଇ ଜଣବ୍ୟକ୍ତି ମଦ୍ୟପାନ କରି ରାସ୍ତାରେ ଯାଉଥିଲା । ସେମାନେ ଦୁହେଁ ଯାଉଥିବା ସମୟରେ ତାଙ୍କ ଆଖି ଦମ୍ପତିଙ୍କ ଉପରେ ପଡିଥିଲା ।

ତେଣୁ ସେମାନେ ତାଙ୍କୁ ଡରାଇ ଓ ଦମକାଇ ମୋଟା ଅଙ୍କର ଟଙ୍କା ଜବଦ କରିବାର ଯୋଜନା କରିଥିଲେ ଓ ତୁରନ୍ତ ବନ୍ଧୁକ ଦେଖାଇ ଦମ୍ପତିଙ୍କୁ ଅଟକାଇ ଥିଲେ । ମାତ୍ର ହଠାତ ଏପରି ଏକ ଦୃଶ୍ୟ ତାଙ୍କର ଚୋରୀ କରିବାର ଚିନ୍ତା ଧାରାକୁ ବଦଳାଇ ଦେଇଥିଲା । ତେବେ ଏଭଳି କଣ ହେଲା ଯେ ସେମାନେ ବଦଳାଇଯାଇଥିଲା ଓ ଚୋରୀ କରିବା ପରିବର୍ତ୍ତେ 100 ଟଙ୍କା ଦେଇଦେଲେ ।

ତେବେ ସେମାନେ ଅଟକାଇଥିବା ଦମ୍ପତିଙ୍କ ପାଖରେ ମୋଟା ଅଙ୍କର ଟଙ୍କାର ଉପେକ୍ଷା କରିଥିଲେ ଚୋର ଦୁଇଜଣ । ମାତ୍ର ଦମ୍ପତିଙ୍କ ପାଖରେ କେବଳ 20 ଟଙ୍କା  ହିଁ ଥିଲା । ଯାହାକୁ ଦେଖିବା ପରେ ଚୋର ଦୁଇଜଣ ମନରେ ଭାବିଲେ ଏମାନେ କେତେକ ବା କଷ୍ଟରେ ଅଛନ୍ତି । ତେଣୁ ତାଙ୍କୁ ସାହାଯ୍ୟ କରିବାର ଉଦେଶ୍ୟରେ ଚୋର ଦୁଇଜଣ ତାଙ୍କ ପାଖରେ ଥିବା 100 ଟଙ୍କା ଦେଇ ସେମାନଙ୍କୁ ସୁରକ୍ଷିତ ଭାବରେ ଛାଡିଦେଇଥିଲେ ଓ ସେମାନେ ମଧ୍ୟ ଚୁର ହୋଇଯାଇଥିଲେ ।

ତେବେ ଏହି ଘଟଣା ସିସି ଟିଭି କ୍ୟାମେରା ରେ କୟଦ ହୋଇଛି ଓ ଚୋରଙ୍କ ବିରୁଦ୍ଧରେ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରାଯାଇଛି । ପୋଲିସ ମଧ୍ୟ ଦୁଇଜଣଙ୍କୁ ଧରିଥିବା ସୂଚନା ମିଳିଛି ଜଣକ ନାଁ ଦେବ ବର୍ମା ଯିଏ କୁ GST ଅଫିସର ଓ ଅନ୍ୟ ଜଣକ ନାଁ ହେଲା ହର୍ଷ ରାଜପୁତ ଯିଏ ବେସରକାରୀ ସଂସ୍ଥାରେ କାମ କରନ୍ତି ।

ପୋଲିସ କହିବା ଅନୁସାରେ ଦୁଇଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି ଓ ସେମାନଙ୍କ ପାଖରୁ  ଦୁଇଟି ବନ୍ଧୁକ , ସ୍କୁଟରଓ ତିରିଶଟି ଫୋନ  ଆଦିକୁ  ଜବାଦ କରାଯାଇଛି । ତେବେ ଏବେ ବି ଘଟଣାର ତଦାରଖ କରୁଥିବା ସୂଚନା ମିଳିଛି । ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ । 

Leave a Reply

Your email address will not be published. Required fields are marked *