ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସାପ ଦେଖିବା ନିଶାରେ ବିଦେଶୀ ଦମ୍ପତ୍ତି ୟୁକେରୁ ଆସି ପହଞ୍ଚିଲେ ଭଦ୍ରକ ! ତେବେ ହଁ ବନ୍ଧୁଗଣ ଏପରି କିଛି ଖବର ଶୁଣିବାକୁ ମିଳିଛି । ଯେଉଁଠାରେ ସାପକୁ ଅତି ପାଖରୁ ଦେଖିବାର ଖୁସିକୁ ମନାଇବା ପାଇଁ ବିଦେଶୀ ଭଦ୍ରକ ଆସିଛନ୍ତି । ତେବେ ଭଦ୍ରକର ଜଣେ ସାପ ଧରାଳୀ ମିର୍ଜା ଆସିଫ ସାପ ଧରିବାରେ ଏକ୍ସପର୍ଟ ଅଟନ୍ତି । ତେବେ ସେ ଭଦ୍ରକ ତଥା ଅନ୍ୟ ଅଞ୍ଚଳ ମାନଙ୍କରୁ ମଧ୍ୟ ସାପ ରେସକ୍ୟୁ କରି ଜଙ୍ଗଲରେ ଛାଡିବାର ଦୃଶ୍ୟକୁ ସେ ତାଙ୍କର ଯୂଟ୍ଯୂବ ଚାନେଲରେ ଛାଡିଥାନ୍ତି ।

ତେବେ ଏହି ଯୂଟ୍ଯୂବ ଚାନେଲରେ ମିର୍ଜା ଆସିଫଙ୍କର ସାପ ଦେଖିବା ପଦ୍ଧତିକୁ ବହୁତ ଲୋକଙ୍କର ପ୍ରଶଂଷା ମଧ୍ୟ ମିଳିପାରିଛି । ତେବେ ଏହି ଯୂଟ୍ଯୂବ ଚାନେଲରେ ୟୁକେର ବାସିନ୍ଦା ମିର୍ଜାଙ୍କର ସାପ ଦେଖିବା ପଦ୍ଧତିକୁ ସବୁବେଳେ ଦେଖନ୍ତି । ତେବେ ରିଲ୍ ରେ ସବୁବେଳେ ଦେଖି ଦେଖି ରିଅଲରେ ସାପ ଦେଖିବା ନିଶା ଆଜି ୟୁକେରୁ ବିଦେଶୀଙ୍କୁ ଭଦ୍ରକ ଟାଣି ଆଣିଛି । ତେବେ ବିଦେଶୀ ଦମ୍ପତ୍ତି ଗତ ଗୁରୁବାର ଦିନ ଠାରୁ ଭଦ୍ରକ ଆସି ମିର୍ଜା ଆସିଫଙ୍କ ସହିତ ଭେଟ କରିଥିଲେ ।
ତାଙ୍କୁ ଭେଟ କରି ବହୁତ ଖୁସି ହୋଇଥିଲେ ବୋଲି ବିଦେଶୀ ମହିଳା ଜଣଙ୍କ ବ୍ୟକ୍ତ କରିଥିଲେ । ତେବେ ସାପ ଧରାଳି ମିର୍ଜା ଆସିଫଙ୍କ ସହିତ ବିଦେଶୀ ଦମ୍ପତି ନିଜ ପରିବାର ଭଳି ୩ ରୁ ୪ ଦିନ ଭଳି ରହି ମିର୍ଜା ଆସିଫଙ୍କ ସହିତ ବହୁ ଅଞ୍ଚଳ ବୁଲି ବୁଲି ଅତି ପାଖରୁ ସାପକୁ ଦେଖିବା ସହ ସାପ ଧରିବା ପଦ୍ଧତି ମଧ୍ୟ ଦେଖି ବହୁତ ଖୁସି ହେଲେ ବୋଲି ୟୁକେରୁ ଆସିଥିବା ଦମ୍ପତି କହିଛନ୍ତି ।
ତେବେ ସାପ ଧରାଳି ଭଦ୍ରକ ଏରିଆରେ ସାପ ଧରିବା କାର୍ଯ୍ୟ ପାଇଁ ଘରେ ଘରେ ପରିଚିତ କହିଲେ ଚଳେ । ତେବେ ନିଜର ଏତେ ବର୍ଷ କାମ ମଧ୍ୟରେ ପ୍ରଥମ କରି ଏତେ ଦୂର ବାଟ ୟୁକେରୁ ଲୋକେ ମୋ ସାପ ଧରିବା କାମ ଦେଖିବାକୁ ଆସିଛନ୍ତି । ଏହା କହି କହି ଅତ୍ୟନ୍ତ ଆନନ୍ଦ ମିର୍ଜା ଆସିଫ ହୋଇଯାଇଥିଲେ ।

ତେବେ ମିର୍ଜା ଆସିଫଙ୍କର କାମ ଅନୁସାରେ ବିଷଧର ସାପ ମାନଙ୍କୁ କାବୁ କରି ଧରି ସୁରକ୍ଷିତ ଭାବରେ ଜଙ୍ଗଲରେ ଛାଡିବା ହେଉଛି ତାଙ୍କର ପ୍ରଧାନ କର୍ତ୍ତବ୍ୟ । ତେବେ ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

